Sunday, April 10, 2022

❀ ଶିବ ପୁରାଣ - ପ୍ରଥମ ଖଣ୍ଡ 【ଭାଗ -୩】❀

╔⏤⏤⏤⏤╝❀╚⏤⏤⏤⏤╗
                ଶିବ ପୁରାଣ
                ପ୍ରଥମ ଖଣ୍ଡ 
            【ଭାଗ -୩】 
 ╚⏤⏤⏤⏤╗❀╔⏤⏤⏤⏤╝
     ✍  ଉପସ୍ଥାପନା; ଦୁଷ୍ମନ୍ତ କୁମାର ମିଶ୍ର 
#ଧର୍ମର_ମହତ୍ୱ 
⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧⋄⋆⋅⋆⋄✧✧⋄⋆⋅⋆⋄✧⋄⋆⋅⋆
                  ସନତ କୁମାର ଉବାଚ 
                   ==============
ବ୍ରହ୍ମାଙ୍କ ସୁତ ସନତ  ଆନନ୍ଦିତ ହୋଇ ଶିବ ପୁରାଣ  ଚରିତ ଋଷିଗଣ ଙ୍କ ଆଗରେ ବଖାଣିଲେ ।ସନତ ମହର୍ଷି କହିଲେ -ହେ ସର୍ଵ ଋଷିଗଣ 
!ପ୍ରଥମେ ଧର୍ମପଥ ବିବରଣ ବିଷୟରେ କହୁଛି ଶୁଣ । ଯେଉଁ ଜନ ସତ୍ୟ ଧର୍ମ ରେ  ଚାଳିତ ହୁଏ  ତାକୁ ଯମ ଦେଖିଲେ  ଡରେ ।ସତ୍ୟ ଧର୍ମ ପାଳୁଥିବା ଲୋକ ଅନ୍ତଃ କାଳରେ ଦିବ୍ୟ ଲୋକରେ ଯାଇ ବସେ ।ହେ ଋଷିଗଣ !ସତ୍ୟ ଧର୍ମ ସବୁଠାରୁ ଶ୍ରେଷ୍ଠ ଅଟେ । ଅଧର୍ମ ଲୋକଙ୍କ ମୁଖ ଦର୍ଶନ କରି ଯଦି ଶିବାଳୟ  ଯିବେ ତେବେ ନିଶ୍ଚିତ ଭାବରେ ପାପ ଖଣ୍ଡନ ହୋଇଯିବ  ।ପାପୀ ମାନଙ୍କ ମଧ୍ୟରେ ଯିଏ ଶ୍ରେଷ୍ଠ  ସେହିଁ ମୃତ୍ୟୁ ପରେ ରୌରବ ନର୍କ ରେ ଘାଣ୍ଟି ହୁଏ । ତେଣୁ ହେ ସକଳ ଋଷିଗଣ ! ପ୍ରଥମେ ଧର୍ମାଧର୍ମ କଥା ବିଚାର କରିବା ।ତାପରେ ଶିବ ପୁରାଣ ର ଅନ୍ୟ ଚରିତ କଥା ତୁମକୁ କହିବି ।

                ଋଷିଗଣ ଙ୍କ ଉବାଚ 
                =============
ଋଷି ସନତ କୁମାରଙ୍କ ବାଣୀ ଶୁଣି  ନୈମିଷା ଅରଣ୍ୟ ରେ ରୁଣ୍ଡ ହୋଇଥିବା ସମସ୍ତ ଋଷି ଗଦ ଗଦ ହୋଇ ସନତ ଋଷି ଙ୍କୁ ପଚାରିଲେ ହେ ମହାମୁନି ! ଧର୍ମାଧର୍ମ ବିବରଣ  ଶୁଣିବାକୁ ଆମ୍ଭ ମାନରେଆଗ୍ରହ
ଆସୁଛି !କେବେ ଠାରୁ ଧର୍ମ ଉତ୍ପତ୍ତି ହେଲା ? ତାହା ବିସ୍ତାର କରି  ଆମକୁ ଆମକୁ ପ୍ରକାଶ କରନ୍ତୁ  ବ୍ରହ୍ମଯତି?।ଆପଣଙ୍କନିକଟରେ ଆମର ଏତିକି ଗୁହାରି ଅଟେ ।ହେ ଧାତାଙ୍କ କୁମାର ଦୟା କରିଣ ଏକଥା ଆମ ମାନଙ୍କୁ କୁହନ୍ତୁ ?।
                     ସନତ କୁମାର ଉବାଚ 
                     ===============
ଋଷିମାନଙ୍କର ବଚନ ଶୁଣି ସନତ କୁମାର କହିଲେ ହେ ସର୍ଵ ଋଷିଗଣ  ଧର୍ମାଧର୍ମ ର ବିଚାର ଶୁଣିବା ହୁଅନ୍ତୁ ।  ଏହା ଅତି ନିଗମ ବଚନ ଅଟେ  ।ଯାହାକୁ  ଏକମାତ୍ର ଭଗବାନ ସଦାଶିବ ହିଁ  ଭେଦ କରି ପାରିଥିଲେ ।ହେ ଋଷିଗଣ ଏକଥା ମୁଁ ମୋ ପିତାଙ୍କ ମୁଖରୁ ଶ୍ରବଣ କରିଥିଲି । ମୋ ପିତା ବ୍ରହ୍ମାଙ୍କ କଥା କୁ ମୁଁ ପରୀକ୍ଷା କରିବା ପାଇଁ ଭାବିଲି ।ଦିନେ ମୁଁ ଯାଇ ଜନ୍ତୁପତି ପୁରରେ ପ୍ରବେଶ କରିଲି ।ସେଠାରେ ଦେଖିଲି ଯେ କାଳ ଦଣ୍ଡଧର  ସିଂହାସନ ଉପରେ ବସିଛନ୍ତି ।ମୋତେ ଦେଖିବା ମାତ୍ରେ ଜନ୍ତୁପତି ବହୁ ମାନ୍ୟ କଲେ । ମୋ ପାଦ ଧୌତ କରି ଦିବ୍ୟ ଆସନରେ ନେଇ ବସାଇଲେ ।ମୋ ଭଲ ମନ୍ଦ ସମାଚାର ପଚାରି ବୁଝିଲେ । ଏହାପରେ ଯମରାଜ ମୋତେ ନେଇ ସଞ୍ଜିବନୀ ପୁର ଦେଖାଇଲେ ଓ ମୋ ସାଥିରେ ବୁଲିଲେ । ହେ ଋଷିଗଣ !ସେ ବେଳର ଦୃଶ୍ୟ ସବୁ କଅଣ କହିବି !ମୁଁ ନିଜେ ଆଖିରେ ଗୋଟି ଗୋଟି କରି ସବୁ ଦେଖିଛି । ସେହି ସଞ୍ଜିବନୀ ପୁରରେ ଦେଖିଥିବା ଦୃଶ୍ୟ ସବୁ କହୁଛି ଶୁଣ । ସଞ୍ଜିବନୀ ପୁରରେ ଚୌରାଶୀ ନର୍କ ତିୟାର ହୋଇ ଅଛନ୍ତି ।ଯେଉଁମାନେ ପାପୀ ସେମାନଙ୍କୁ  ନର୍କରେ ପକାଇ  ଦଣ୍ଡ ଦିଅନ୍ତି । ନିଜେ ଯମରାଜା ସିଂହାସନ ଉପରେ ବସି  ଯେଉଁ ଜନ ସେଠାକୁ ଯାଏ ତାହାର ବିଚାର ସେ କରନ୍ତି ।ଚିତ୍ରଗୁପ୍ତ ପ୍ରାଣୀ ମାନଙ୍କର ଭଲ ମନ୍ଦ ବାର୍ତ୍ତା ଯମରାଜା ଙ୍କୁ କହିଥାଏ ।ଜନ୍ତୁପତି ତାହାକୁ ବିଚାର କରି ଦଣ୍ଡ ଦିଅନ୍ତି ।ଯେଉଁ ମାନେ ଧର୍ମାର୍ଥୀ ସେମାନଙ୍କୁ  ଜନ୍ତୁପତି ଡରି ସମ୍ମାନ ଦିଏ ।ଅଧର୍ମୀ କୁ ବହୁତ ଶାସ୍ତି ଦିଏ ଯମରାଜ ।ଯମ ର ତିଲେମାତ୍ର ଦୟାମାୟା  ନାହିଁ ।ଅଧର୍ମୀ କୁ ଦେଖିବା ମାତ୍ରେ ଯମ କାଳାନଳ ହୋଇ ଆଖି ତରାଟି ଯେତେବେଳେ ଚାହିଁ ଦିଏ  ଭୟରେ ଅଧର୍ମୀ ଗୋଟାପଣେ ଥରେ ।ହେ ଋଷିଗଣ ଏସବୁ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଗଲି !।ସେଠାରେ ବସି ଧର୍ମର ବିଚାର ଦେଖିଲି । 

ହଜାର ହଜାର ପାପୀ ଯମପୁରକୁ ଆସନ୍ତି ।ଜନ୍ତୁପତି ଙ୍କ ବିଚାର ସରିଲେ ନର୍କଦଣ୍ଡ ପାପୀମାନେ ପାଇଥାନ୍ତି ।ମୁଁ ଏପରି ବହୁତ କେତେ ଦେଖିଲି ।ମନେ ମନେ ଯମରାଜ ଉପରେ ମୁଁ ରାଗିଗଲି ।ମୁଁ ଭାବିଲି ଏ ଯମ ବହୁତ ନିଷ୍ଠୁର ଅଟେ  ।ବିନା ଦୋଷରେ ନର ନାରୀ ମାନଙ୍କୁ ଦଣ୍ଡ ଦେଉଅଛି ।ଏପରି ମନେ ମନେ ଭାବନା କରି ଗୋଟିଏ ଆଶ୍ଚର୍ଯ୍ୟ କଥା ଦେଖିଲି ।ଜଣେ ସୁପୁରୁଷ ଦିବ୍ୟ ବିମାନ ରେ ଆସୁଅଛି । ଦୂରରୁ ଥାଇ ମୁଁ ଏହା ଦେଖି ପାରିଲି ।ସୁପୁରୁଷ ଜଣଙ୍କ ଯେଉଁ ବିମାନରେ ଆସୁଥିଲା ସେପରି ବିମାନ ମୁଁ ମୋ ଜୀବନରେ କେବେ ଦେଖିନଥିଲି ।ବାରସ୍ବତୀ ପୁରରେ ସେପରି ବିମାନ ନାହିଁ ।ବିମାନ ର ସବୁଆଡେ ହୀରା ନୀଳା ଜଡିତ ହୋଇଅଛି ।ବିମାନ ଉର୍ଦ୍ଧ୍ବରେ ଦିବ୍ୟ ନେତ ଫର ଫର ହୋଇ ଉଡୁଥିଲା ।ଧାଡି ଧାଡି ହୋଇ ମଣି ମାଣିକ୍ୟ ର ଝାଲେରୀ  ବିମାନର ଚାରି ଦିଗକୁ ଓହଳି ଥାଏ ।ତାକୁ ଦେଖି ମୋ ଆଖି ଝଲସି ଉଠିଲା ।ଏହାକୁ କେଉଁ ପବିତ୍ର ବିନ୍ଧାଣି କେତେ କାଳ ଲାଗି ତିଆରି କରିଥିବ ତାହା ମୋ କଳ୍ପନା ବାହାରେ ଋଷିଗଣ ।ସେହି ବିମାନର ମଧ୍ୟରେ ଏକ ରତ୍ନ ସିଂହାସନ ଉପରେ ସୁପୁରୁଷ ଜଣଙ୍କ ବସିଥାନ୍ତି ।ସେହି ସୁପୁରୁଷ କୁ ଖଣ୍ଡେ ଦୂରରୁ ଥାଇ ଯମରାଜ ଦର୍ଶନ କରି  ନିଜ ଆସନ ଛାଡି ଉଠିଗଲା ।ସୁପୁରୁଷ କୁ ବହୁ ଅଭ୍ୟର୍ଥନା କରି  ନିଜ ପାଖକୁ ନେଇ ବସାଇଲା ।ଯମ ରାଜ ସୁପୁରୁଷ କୁ ଦେଖି କହିଲା  ଆଜି ମୋହର ସୁପ୍ରଭାତ ଅଟେ ।ମୋ ନେତ୍ର ଆଜି ଜଣେ ସୁପୁରୁଷ କୁ ଦର୍ଶନ କଲା ।

ସନତ ଋଷି ଏ ଘଟଣା ଦେଖି ଧର୍ମରାଜା ଙ୍କୁ ପଚାରିଲେ !ହେ ଧର୍ମରାଜ !ଏ ଲୋକ ଦେବତା ଭଳି ଦେଖା ଯାଉନାହାନ୍ତି  !ଭୋ ଧର୍ମ !ତୁମେ ଏ ଲୋକକୁ କାହିଁକି ଏତେ ଭକ୍ତି କରୁଛ? ମୋ କଥାଶୁଣି କାଳଦଣ୍ଡ  ଆନନ୍ଦିତ ହୋଇ କହିଲେ  ହେ ଋଷି! ଏ ମହାପୁରୁଷ ମହା ଧର୍ମବନ୍ତ ଅଟନ୍ତି । ଏହି ଧର୍ମ ପୁରୁଷଙ୍କ ବାସସ୍ଥାନ ମର୍ତ୍ତ୍ୟରେ ଅଟେ । ଏହାଙ୍କ ଚରିତ ମନ ଦେଇ ଶୁଣ ଋଷି ସନତ କୁମାର !ବିଦେଶ  ନଗର ବୋଲି ଗୋଟିଏ ନଗର  ଅଛି । ସେହି ରାଜ୍ୟର ରାଜା  ଏ ସୁପୁରୁଷ ଅଟନ୍ତି । କିଭଳି ଏ ରାଜା ସୁପୁରୁଷ ହେଲେ ସେ କଥା ତୁମକୁ କହୁଛି ଋଷି ହେ ଶୁଣ । କୈଳାଶ ପୁରରେ ଜଣେ ଅନୁଚର ଥିଲା ।ଦିନେ ସେହି ଅନୁଚର ମନେ ମନେ ବସି ବିଚାର କଲା ଯେ ଶିବ ଭଗବାନ ବଡ଼ କାମୁକ ଅଟନ୍ତି ।ସେଥିପାଇଁ ସବୁବେଳେ ନାରୀ କୁ କୋଳରେ ଧରିଛନ୍ତି । ଆଉ ଏକ ନାରୀ କୁ ମୁଣ୍ଡରେ ବସାଇ  ହାସ୍ୟ ରସ କୌତୁକ ରେ ମାତିଛନ୍ତି ।ଶିବଙ୍କର ରମଣୀ ଉପରେ ବଡ଼ ଶ୍ରଦ୍ଧା ଅଛି । ସେଥିପାଇଁ ନିମିଷେ ସେ ନାରୀ ଙ୍କୁ ଅନ୍ତର କରୁ ନାହାନ୍ତି ।ସେହି ଅନୁଚର ଚିନ୍ତାକଲା ଯେ ମୁଁ ଯେବେ ଦିବ୍ୟ ସୁନ୍ଦର ନାରୀଟିଏ ହେବି  ତାହାଲେ ଶିବଙ୍କ ଠାରୁ ବହୁତ ବର ପାଇବି । ଅନୁଚର ବିଚାର  କୁ  ଯୋଗମାୟା ଭବାନୀ ସଂଗେ ସଂଗେ ଜାଣି ପାରିଲେ ।ମାତା ଯୋଗମାୟା କ୍ରୋଧରେ ଜର ଜର ହୋଇ ଅନୁଚର କୁ ଅଭିଶାପ ଦେଇ କହିଲେ ଯେ  ରେ ଅନୁଚର ତୁ ଶୃଗାଳ ହୋଇଯାଅ ।ଦେବ ଦେବ ମହାଦେବ ଙ୍କୁ ତୁ ନୀଚ୍ଚ ମଣୀ କାମୁକ ବୋଲି କହିଲୁ ?ଯାହାଙ୍କର କ୍ରୋଧାନଳ ରେ କାମଦେବ ଭସ୍ମ ହୋଇଗଲା ତାଙ୍କୁ ତୁ ଏପରି କହୁଛୁ ?କେତେ ସାହାସ ତୋହର ?।ଶଙ୍କର ଭଗବାନ ବ୍ରହ୍ମଚର୍ଯ୍ୟ ପାଳି  ଯୋଗୀ ହୋଇଛନ୍ତି ତାଙ୍କୁ ତୋ ମନ ଇତର ବୋଲି ଭାବିଲା ।ଏପରି ଭାବିବାର ପ୍ରତିଫଳ ତୁ ସବୁଦିନ ଭୋଗକର ଅନୁଚର । ଅନୁଚର ଏକଥା ଶୁଣିବା ପରେ ଦେବୀଙ୍କ ପାଖରେ ଥରହର ହୋଇ  ତାଙ୍କ ପାଦତଳେ ପଡି କ୍ଷମା ମାଗି କହିଲା ହେ ମାତେ ମୋତେ କ୍ଷମାକର ! ଅଜ୍ଞାନ ପାମର ମୁଁ !ମୁଁ ସାମାନ୍ୟ ଭୃତ୍ୟ ଟିଏ ଆପଣଂକର ଅଟେ । ଅଜ୍ଞାନତା ବଶତଃ ମୁଁ ଏହା କହି ଦେଇଛି ମାତେ ।ଅନୁଚର ଏପରି ବହୁତ ବିକଳ ହୁଅନ୍ତେ  ଦେବୀ ମହାମାୟା  ଦୟା ବହି ଏହାର ପ୍ରତିଫଳ ଅନୁଚର କୁ ବତାଇ ଥିଲେ ।

କ୍ରମଶଃ................

┈••✦ ❤ ✦••┈•ଓଁ ନମଃ ଶିବାୟଃ•┈••✦ ❤ ✦••┈•

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...