Friday, July 24, 2020

● କାହାଠୁ ଶିଖିବା କିସ ●

🌹କାହାଠୁ ଶିଖିବା କିସ 🌹
    ~~~~~~~~~~
ପିମ୍ପୁଡ଼ି ସମ ନିରନ୍ତର କର୍ମ 
ବକଠୁ ଶିଖିବା ଧ୍ୟାନ 
କପୋତ ପ୍ରାୟ କର ଭୋଜନ 
ରହୁ ବିଭୁ ପଦେ ମନ ।

କୁକୁର ଠାରୁ ଅଧିକ ବିଶ୍ଵସ୍ତ 
ହେବାକୁ କର ଚେଷ୍ଟା 
ବାଇଚଢେଇ ମନକୁ କରିଲେ 
ହେବ ନିଶ୍ଚେ ଶ୍ରେଷ୍ଠ ସ୍ରଷ୍ଟା । 

ଶୃଗାଳ ପରିକା ଚତୁର ହୁଅ 
ଗଧ ପରି ଭାର ବାହୀ 
ହସ୍ତୀ ଯେସନେ ନୀରବେ ରହୁଛି 
ଶିଖ ହେ ମନ ଲଗାଇ । 

ଦଉଡ଼ି ଚାଲନ୍ତୁ ଅଶ୍ଵ ବେଗରେ 
ଜିତିବ ସଂସାର ବାଜି 
କୋକିଳ ପରାୟ ବଚନ କୁହ
ସଭିଏଁ ହୋଇବେ ରାଜି । 

ଟୁକୁନା ସାହୁ 
ସାନ୍ତରା ପଲ୍ଲୀ 
ଗଞ୍ଜାମ 

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...