☆ ସାଧବବୋହୂ ☆ ✍ ସନ୍ତୋଷ ପଟ୍ଟନାୟକ ।
ସାଧବ ବୋହୂର ପାହାଡ଼ି ଘର
ତରତର ଚାଲି ନାହିଁଟି ତର
ଛୁଇଁ ଦେଲେ ସିଏ ଲାଜେଇ ଯାଏ
ଦେଖିଛକି ପିଲେ କୁହ ତ' କିଏ ?
ବରଷା ଋତୁର ସତେକି ସଖା
ବାକି ଦିନେ ତାର ନଥାଏ ଦେଖା
ନାଲି ଟୁକୁ ଟୁକୁ ପାଟକୁ ନାଇ
ପ୍ରକୃତି ରାଣୀର ସିଏ କଣ୍ଢେଇ ।।
ପାଟ ପୋକ ତା'ର ଅଲଗା ନାମ
ରଜ ତାକୁ କରେ ଅଭିନନ୍ଦନ
ପିଲାଙ୍କର ସିଏ ମଣି କାଞ୍ଚନ
ଖେଳୁଥାନ୍ତି ଧରି ଆନନ୍ଦମନ ।।
ମଖମଲ୍ଲୀ ଭଳି ତାର ଶରୀର
ସଭିଏଁ କରନ୍ତି ତାକୁ ଆଦର
ବର୍ଷସାରା ଥାଏ ମାଟି ଭିତରେ
ବର୍ଷାହେଲେ ବୁଲେ ମାଟି ଉପରେ ।।
ସଂଧିପଦ ପ୍ରାଣୀ ଆଠଟି ଗୋଡ଼
ଖାତର ନଥାଏ ବରଷା ଝଡ଼
ଘାସ ପତ୍ର ତାର ଖାଦ୍ୟ ଅଟଇ
ସ୍ବଭାବରେ ଲାଜକୂଳିଟେ ସେହି ।।
ତାକୁ ଦେଖି ଜାଗେ ସାଇତା ସ୍ମୃତି
ଆନମନା ମନ ଉଛୁଳା ମତ୍ତି
ଅଲିଭା ଶ୍ରାବଣ ଭରେ ସପନ
ମନେପଡ଼ି ଯାଏ ସେ' ପିଲାଦିନ ।।
ପ୍ରଦୂଷଣ ଏବେ ସାଜେ ତା'କାଳ
ଆସୁଛି ସତେକି ବିଲୁପ୍ତ ବେଳ
ନିରୀହ ଜୀବର ଯିବ ଜୀବନ
ଅଧମ ମାନବ ଦିଏ କଷଣ ।।
-----×----
✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ । 7984259080
No comments:
Post a Comment