Thursday, July 30, 2020

● ବାଘ ●

● *ବାଘ* ●    
===================
✍ ସନ୍ତୋଷ ପଟ୍ଟନାୟକ  ।
-------- ତିନୋଟି ଛୋଟ କବିତା ---------

ବାଘ ନୁହେଁ ଖାଲି ଜଙ୍ଗଲର ପଶୁ
       ଅବା ମାଂସଭୋଜୀ ପ୍ରାଣୀ
  ମଣିଷ ପ୍ରକୃତି  ପ୍ରବୃତ୍ତି  ମଧ୍ୟରେ
          ରହିଛି  ବାଘର ଠାଣୀ
        ହେଉପଛେ ଯେତେ ଜ୍ଞାନୀ 
ପାଶବିକତାର  ମନୋଭାବେ ସିଏ
         ବାଘ୍ର ସମ ହିଂସ୍ର ପୁଣି....
 ~~~~~~~~~~~~~~~~~~
      ● *ବାଘ*  ●
ଜଙ୍ଗଲର ରାଜା ଅଟଇ ବାଘ 
ମାଆର ଗପରେ ମାମୁ 
ବିଲୁଆ ଡ଼ାକଇ ଛାମୁ 
ସିଂହଙ୍କର ବଂଶ ନାଶ ହେଲାପରେ 
ଜାତୀୟ ପଶୁରେ ଗଣୁ .....
   ------------×------------
       ● *ବାଘ* ●
ଛାଗର ଭୟରେ ଡ଼ରିଥିଲା ବାଘ
       ଡ଼ରୁନି କିନ୍ତୁ ମଣିଷ 
 ଜଙ୍ଗଲ କାଟି  ସିଂହ ନାଶ ଗଲା
       ବିପଦେ ବାଘ ବାଉଁଶ  
   -------------------
✍  ସନ୍ତୋଷ ପଟ୍ଟନାୟକ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...