Sunday, August 16, 2020

⭕ ମଣିଷ ଜୀବନ ଗପ ⭕

~ ମଣିଷ ଜୀବନ ଗପ ~
                    ✍ ଦାଶରଥି ସାହୁ 
~~~~~~~~~~~~~~~~~~~~
ଅବୁଝା ମଣିଷ ପାପ ପୁଡୁଗକୁ
   କାନ୍ଧେ ନେଉଥାଏ ବୋହି
ଦୁନିଆଁ କହିଲେ ଦୁଇପଟେ ନିଆଁ
      ଏନ୍ତୁଡି ମଶାଣୀ ଜୁଇ
ଏନ୍ତୁଡି ଜଳେଇ ଜୀବନ ଆରମ୍ଭେ
        ଘର ଖୁସିର ମହଲ
ଅଫେରା ବନବାସ ହେଲେ ମଣିଷ
      ଶୁଭୁଥାଏ ହରିବୋଲ
କେବେ ହେଲେ ଦିନେ ବୁଝିପାରେ ନାହିଁ
     ସ୍ୱାର୍ଥେ  ସଦା ଅନ୍ଧ ହୋଇ
ଅନ୍ଯ ଆବଶ୍ଯକେ ଏ ଧରା ଧାମକୁ
       ଆସିଛି ବୋଲି ଓହ୍ଲେଇ
ପାପ ପ୍ରତାରଣା ଛଳନା ବାହାନା
      ଅହଂ ଅଙ୍ଗେ ଅଳଙ୍କାର
ଲାଗୁଥାଏ ପିତା ଭାଗବତ ଗୀତା
     ଜପେ ମୁଁ, ମୁଁ, ମୋର ମୋର
ସ୍ରଷ୍ଟାଙ୍କ ସୃଷ୍ଟିରେ ଏ ମଣିଷ ଶ୍ରେଷ୍ଠ
        ମାରଇ ମିଛ ବହପ
ଶୁଆ କହେ ଶାରୀ ଶୁଣିଲୁ କି ଗୋରୀ
        ମଣିଷ ଜୀବନ ଗପ
             ----------×--------
             କଳମ୍ବ/ଗଞ୍ଜାମ  ।

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...