ମୁଁ ଶବ କହୁଛି
✍ଉପେନ୍ଦ୍ର ବସ୍ତିଆ
********************
ମୁଁ'ଶବ କହୁଛି ମୁଁ'ଶବ କହୁଛି
ଆତ୍ମୀୟ ସ୍ୱଜନ ବସିଥିବା କଥା
ସବୁ ଜାଣି ପାରୁଛି
ମରିଗଲା ପରେ ଦେଖି ନ ପାରିଲେ
ଆତ୍ମା ରାମ ମୋତେ କହି ଦେଉଛି
ମୁଁ' ଶବ କହୁଛି ମୁଁ'ଶବ କହୁଛି ll
ମୁଣ୍ଡ ପାଖେ ବସି ସ୍ତ୍ରୀ ଟି ମୋର
ବିକଳେ ପିଟୁଛି ମୁଣ୍ଡକୁ ତାହାର,
ସୁଖର ଦୁଃଖର ସାଥୀ ଥିଲାମୋର
ଆଜି ଧୂଳିରେ ଲୋଟି ଗଡୁଛି
ମୁଁ'ଶବ କହୁଛି ମୁଁ ଶବ କହୁଛି ll
ଗୋଡ଼ ପାଖେ ଭାଇ ଭଗାରୀ ମୋର,
ଧନ ଲୋଭେ ମୋତେ କଲା ସେ ପର,
ବିଭା ହେଉ ହେଉ ଭିନ୍ନ କରି ଦେଲା
କୁମ୍ଭୀର କାନ୍ଦଣା ବସି କାନ୍ଦୁଛି
ମୁଁ' ଶବ କହୁଛି ମୁଁ'ଶବ କହୁଛି ll
ତିନି ପୁଅ ଧୁରନ୍ଧର ମୋର,
ବଡ଼ଟି କେବଳ ବୁଝେ ଖବର
ଆଜିସେ ମୋ'ମୁଖେ ମୁଖାଗ୍ନି ଦେବ
ଘର କୋଣେ ବସି ଲୁହ ଝାରୁଛି,
ମୁଁ' ଶବ କହୁଛି ମୁଁ ଶବ କହୁଛି ll
ଦେଖୁ ନାହିଁ କାହିଁ ପୁତୁରାକୁ ମୋର,
ପାଇଛି କି ନାହିଁ ମଲା ଖବର
ଯେତେଦୂରେ ଥିଲେ,ବୁଝେ ଖବର
ଆସିବାର ତା'ର ଡ଼େରି ହେଉଛି,
ମୁଁ'ଶବ କହୁଛି ମୁଁ'ଶବ କହୁଛି ll
ବୋହୂ ମାନଙ୍କୁ ମୁଁ କରେ ଆଦର,
ବାପ ଝିଅ ଭଳି ଆମବେଭାର,
ଚାରିପାଖେ ବସି ଲୁହ ଝାରୁଛନ୍ତି
ଲୁହରେ ପଣତ ଭିଜି ଯାଉଛି
ମୁଁ'ଶବ କହୁଛି ମୁଁ'ଶବକହୁଛି l
ଝିଅ ଆସିଛି ଜୋଇଁ ସାଥିରେ
ଜନ୍ମ ଦେଇନି ସେ ତ'ଧର୍ମରେ
ମନଜାଣି ମୋର କର୍ମ କରେ ତାର,
ବାପା ବାପା ବୋଲି ଝୁରି ହେଉଛି,
ମୁଁ'ଶବକହୁଛି ମୁଁ'ଶବ କହୁଛି l
ନୀରବେ ବସିଛି ଧର୍ମର ଭାଇ,
ସୁଖ ଦୁଃଖ ସବୁ ତାକୁ ଜଣାଇ,
ବିଧିର ବିଧାନ ମାନିବାକୁ ହେଵ
ମନେ ମନେ ଖାଲି ଭାବି ହେଉଛି,
ମୁଁ ଶବ କହୁଛି ମୁଁ ଶବ କହୁଛି ll
ଦୂରେ ଠିଆ ଅଛି ରାଧୁ ଗାଆଁର,
ଘର ଭଙ୍ଗା ସିଏ ମହାଟାଉଟର
କାହାସାଥେ ତାର, ଭଲ ଭାବ ନାହିଁ,
ମନେ ମନେ ସିଏ ଦୁଃଖ କରୁଛି,
ମୁଁ ଶବ କହୁଛି ମୁଁ ଶବ କହୁଛି ll
ଯିବା ବେଳ ମୋର ହୋଇ ଗଲାଣି,
କୋକେଇ ମୋ ପାଖେ ବନ୍ଧାହେଲାଣି
ଚାରି କାନ୍ଧେ ନେବେ ମଶାଣି ଭୁଇଁ,
ଦୁଃଖସୁଖ ସବୁ ଛାଡି ଯାଉଛି,
ମୁଁ'ଶବ କହୁଛି ମୁଁ'ଶବ କହୁଛି ll
No comments:
Post a Comment