Wednesday, August 26, 2020

● ଆକାଶ ଆଖିରେ ଲୁହ ●

              ଆକାଶ ଆଖିରେ ଲୁହ 
                ~~~~୦~~~~
ମୌସୁମୀ ବାଦଲ ଧକ୍କା ହେଲା ପରେ ମେଘ ହୋଇଥାଏ ବୃଷ୍ଟି
ବେପରୁଆ ବୃଷ୍ଟି ଛିଟାର ପରଶେ ମନଖୋଲି ହସେ ମାଟି
ମାଟିର ମଲାଟେ ସବୁଜ ବନାନୀ ପ୍ରକୃତି ରାଣୀର ବେଶ
ସର୍ବାଙ୍ଗେ ଶିହରେ ସୁଖ ସାଙ୍କେତିକ ସମାପନ ଅବଶୋଷ  ।।

ଅବଶୋଷେ ଭରା ଅନ୍ତର୍ଦାହ ଯେତେ ଅମଡା ବାଟେ ବାଟୋଇ
ଅନାହୁତ ଶଙ୍କା ଅପସରି ଗଲା ମେଘ ମହ୍ଲାରକୁ ଭେଟେଇ
ଭେଟିଲା ମଳୟ ଏ କ୍ଲାନ୍ତ ହୃଦୟ ନିଦାଘ ଗଲା ନରମି
ପ୍ରକୃତି ଗାଲିଚା ଫୁଲେ ଫୁଲେ ଭରା ଶ୍ରାବଣର ଶିରୀ ଚୁମି  ।।

ପୁଚ୍ଛକୁ ମେଲେଇ ପିକ ଥେଇ ଥେଇ ବରଷାର ତାଳେ ତାଳେ
ମେଘ ଓ ମାଟିର ଅପୂର୍ବ ମିଳନେ ପ୍ରେମର ରାଗିଣୀ ତୋଳେ
ଅଣ୍ଟାରେ ଗାମୁଛା ଭିଡ଼ି ଚାଷୀ ପୁଅ କାଳିଆ କଷରା ଧରି
ମାଟିର ଛାତିରେ ସୁନା ଫଳେଇବ ଆହାର ଦେବଟି ଭରି  ।।

ସମସ୍ତଙ୍କୁ ଦିଏ ସୁଖର ସମ୍ଭାର ଦାନ ତା' ଅବର୍ଣ୍ଣନୀୟ
କିଏ ବୁଝେ ଏଠି ଏଇ ଛିଟା ପାଣି ଆକାଶ ଆଖିର ଲୁହ  ।।

                              ଦାଶରଥି ସାହୁ
                                      କଳମ୍ବ/ଗଞ୍ଜାମ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...