Wednesday, August 26, 2020

⭕ ମାଆ ଏକା ମହାରଥୀ ⭕

            ~:ମାାଆ ଏକା ମହାରଥୀ :~
               ~~~~~୦~~~~~

ସଂସାର ପ୍ରାଙ୍ଗଣେ ଜୀବନର ରଣେ
    ମାଆ ଏକା ମହାରଥି
ସାତ ସିଂହ ବଳ ତା'ପଣତ ତଳ
      ସାହାସେ ଶକ୍ତ ସାରଥି
ମାଟିଠୁ ଆକାଶ ମା ଚିର-ନମସ୍ଯ
       ଯୁଗେ ଯୁଗେ ବନ୍ଦନୀୟା
ନାହିଁତା ବିକଳ୍ପ ନିଃସ୍ବାର୍ଥେ ସଂକଳ୍ପ
      ଅଯାଚିତା ଅଦ୍ବିତୀୟା
ସ୍ରଷ୍ଟାଙ୍କର ସୃଷ୍ଟି ସ୍ନେହ,ଶ୍ରଦ୍ଧା ବୃଷ୍ଟି
       ମାଆ ମମତା ମାଧ୍ଯମ
ବାତ୍ସଲ୍ଯରେ ଭରା ତ୍ଯାଗର ପସରା
        ବନ୍ଧନେ ନାହିଁ ବିରାମ
ମାଆ ମିଠା ଶବ୍ଦ ଶାଶ୍ବତର ସ୍ବାଦ
        ଗତି ମୁକ୍ତିଦାୟୀ ଗଙ୍ଗା
ଶାନ୍ତି,ଦୟା,କ୍ଷମା, ପ୍ରେମେ ଚୁକ୍ତିନାମା
        ତିକ୍ତତା ଶୂନ୍ଯ ତ୍ରୀରଙ୍ଗା
ମନ ମହାକାଶ ବିଶ୍ୱାସରେ ବିଶ୍ୱ
       ଅବର୍ଣ୍ଣନୀୟାଟେ ମାଆ
ଅଭୟ ଆବୋରେ ଜନ୍ମେ ଅନ୍ତଃ ଚିରେ
       ଅହିଂସାରେ ଗଢା ହିଆ
ଅନ୍ତରୁ ଜଣାଣ ଆହେ ଆର୍ତ୍ତତ୍ରାଣ
      ଜନ୍ମୁଥିବି ୟାଙ୍କ କୋଳେ
ଯେତେ ଜନ୍ମ ଯାଏଁ ମନୁଷ୍ଯତାଦ୍ଧାୟେ
         ମାଆ ପୁଅ ମହୀତଳେ

                ଦାଶରଥି ସାହୁ 
                       କଳମ୍ବ/ଗଞ୍ଜାମ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...