~~~~~୦~~~~~
କୁହୁକ ଦ୍ୱୀପକୁ ନୁହଁ ଆମ ଯାତ୍ରା
ଲକ୍ଷ୍ଯ କି ଲବଙ୍ଗଦ୍ବୀପ ?
କବିତାର କାଶତଣ୍ତୀ ଫୁଟାଉଛୁ
ଅଷ୍ଟ ଅଧମଙ୍କ ଛାପ
ଶିଖି ଶିଖେଇବା ଶବ୍ଦେ ଶବ୍ଦେ ଶୋଭା
ଚାହୁଁନା ହେବୁ ବରେଣ୍ଯ
କଲମ ମୁନରୁ ଅବିରତ ଝରୁ
କବିତା ଅଭୟାରଣ୍ଯ
ନିଖୁଣେ ନିର୍ମାଣ ଆମ ସମର୍ପଣ
ହେଉ ଅଜର ଅମର
ବଜାୟ ରହୁ ଏ' ବିଜୟର ଯାତ୍ରା
ବନ୍ଧନ ଏ ଏକତାର
ଏ ମିଳନପର୍ବ ଲାଗେ ହାତେ ନଭ
ସ୍ନେହ ଶ୍ରଦ୍ଧା ସଦିଚ୍ଛାର
ଏକତାରେ ଗୁନ୍ଥା ଆମ ଆତ୍ମିୟତା
ସମର୍ପଣ ପରିବାର
ସନ୍ତୋଷେ ସନ୍ତୋଷ ସମର୍ପଣେ ଯଶ
ସସମ୍ମାନେ ସମ୍ପାଦକ
ରାମଚନ୍ଦ୍ର ଭାଇ ଭାଷାକୁ ଭିଆଇ
ରବିନ୍ଦ୍ର ମିଠା ମହକ
ରାଧେ,ଜଗବନ୍ଧୁ ଶବ୍ଦେ ସଜା ସିନ୍ଧୁ
ପ୍ରବୀରବି ପାରଙ୍ଗମ
ଟୁକୁନାଙ୍କ ଲେଖା ବାର୍ତ୍ତାବହେ ମଖା
ଦାଶରଥିଟି ଅଧମ
ଦିଅ ଶୁଭାଶିଷ ପ୍ରଚାର ପ୍ରୟାସ
ପ୍ରତି କ୍ଷଣ ଅନୁକ୍ଷଣ
ନଥିଲେବି ଆମେ ଥାଉ ଲେଖା ଶ୍ରମେ
ସ୍ବର୍ଣ୍ଣାକ୍ଷରେ ସମର୍ପଣ
ଦାଶରଥି ସାହୁ
କଳମ୍ବ/ଗଞ୍ଜାମ
No comments:
Post a Comment