Friday, August 28, 2020

● ସ୍ୱାଧୀନତ୍ତୋର ଭାରତର ଗ୍ରାମ୍ୟ ଜୀବନ ●

ସ୍ୱାଧୀନତ୍ତୋର ଭାରତର ଗ୍ରାମ୍ୟ ଜୀବନ
- - - - - - - - - - - - - - ✍ସନ୍ତୋଷ ପଟ୍ଟନାୟକ 

     ଆବାହମାନ କାଳରୁ ଗାଆଁ   ବିକାଶ କ୍ଷେତ୍ରର ଗାରିମାମୟ ଅଧ୍ୟାୟ ।  ସାମଗ୍ରିକ ସଂସ୍କୃତିସଂପନ୍ନ ବିବିଧତାରେ ଏକତାର ଆବାହନୀ ମନ୍ତ୍ର ସୃଷ୍ଟି କରିଥିବା ରାଷ୍ଟ୍ରଟିଏ ଥିଲା ଭାରତ  । ଭାରତ ପରାଧୀନତାର ଶିକାର ପରେ ଏହି ଗ୍ରାମାଞ୍ଚଳରୁ ହିଁ ଉଠିଥିଲା ସ୍ବଧିନତାର ସ୍ବର । ବହୁ ପାଇକ ଏଥିପାଇଁ ବଳୀ ଦେଇଛନ୍ତି। ଧର୍ମ ପରାୟଣ ଓ ଇଶ୍ବର ବିଶ୍ବାସୀ ଭାରତର ଗ୍ରାମାଞ୍ଚଳରେ ଥିଲା ଭାଗବତ ଘର , ରାଜା ମାନେ ଥିଲେ ସାହିତ୍ୟ ପ୍ରେମୀ । ରାଜ ଦରବାରରେ ବହୁ ପଣ୍ଡିତ ତଥା କବିଙ୍କ କବିତା ଚର୍ଚ୍ଚା ହେଉଥିଲା ସେଥିରେ ସାଧରଣ ଜନଜୀବନଙ୍କ କଥା ପହଞ୍ଚି ପାରୁଥିଲା ଏବଂ ତାହା ସମାଧାନ ହେଉଥିଲା । ନ୍ୟାୟ ବ୍ୟବସ୍ଥାରେ ଗାଁର ବଳିଷ୍ଠ ଭୂମିକା ଥିଲା । ଭାଇଚାରା ଥିଲା  । ସଂସ୍କୃତି ଓ ପରମ୍ପରା ପ୍ରତି ଆଦର ଥିଲା। 

         ସ୍ବାଧୀନତା ପରେ ଗ୍ରାମୀଣ ଜୀବନ ବହୁମାତ୍ରାରେ ଉନ୍ନତ ଓ ପ୍ରତିଟି କ୍ଷେତ୍ରରେ ବିକଶିତ ହୋଇପାରିଛି ବୋଲି ଶାସକ କହୁଥିଲେ ମଧ୍ୟ ଏଥିରେ ବାସ୍ତବତା ନାହିଁ  l ପ୍ରାକ ସ୍ୱାଧୀନତା ଭାରତର ଗ୍ରାମ୍ୟ ଜୀବନ ଓ ସ୍ୱାଧୀନତା ପରବର୍ତ୍ତୀ ଗ୍ରାମ୍ୟ ଜୀବନ ମଧ୍ୟରେ ରହିଛି ଅନେକ ପରିବର୍ତ୍ତନ l କ୍ଷୁର୍ଣ୍ଣ ହେଇଛି ସଂସ୍କୃତି ପରମ୍ପରା । ପାଶ୍ଚାତ୍ୟ ସ୍ବର୍ଶରେ ଗ୍ରାମୀଣ ସଂସ୍କୃତି ପ୍ରାୟ ନଷ୍ଟ  । କୂଳ ବେଉସା ଧିରେ ଧିରେ ହଜୁଛି । ସାହିତ୍ୟ କ୍ଷେତ୍ରରେ ମାନପତ୍ର ପାଇଁ  ବର୍ତ୍ତମାନ ଅର୍ଥ କାରବାର ହେଉଛି  । କୃଷକ ପ୍ରତି ଅବହେଳା ଏବେ ଚରମ ସୀମାକୁ ଗଲାଣି । ଲକ୍ଷ୍ୟାଧିକ ଟଙ୍କାର ବୈଷୟିକ ଉପକରଣ ଥିବା ବ୍ୟକ୍ତି ଚାଷି ବୋଲାଉଚି  । ଭାଗଚାଷି ତାର ଉପଯୁକ୍ତ ପ୍ରାପ୍ୟ ପାଇ ପାରୁନି । ଗ୍ରାମାଞ୍ଚଳକୁ ଗମନାଗମନ ସୁବିଧା ଏବେବି ଅପହଞ୍ଚ । ପ୍ରତିଶ୍ରୁତିରେ ଚାଲିଛି ସବୁ ବ୍ୟବସ୍ଥା । ଭାରତ ଏକ ଗ୍ରାମବହୁଳ ଦେଶ l ଗ୍ରାମ ସମୂହର ବିକାଶ ଉପରେ ନିର୍ଭର କରେ ଦେଶର ବିକାଶ।ସ୍ୱାଧୀନତା ପରବର୍ତ୍ତୀ ଭାରତର ଗ୍ରାମ୍ୟ ଜୀବନରେ କିଛି ମାତ୍ରାରେ  କେବଳ ହଟିଚି  ସେଦିନରେ  ଅନ୍ଧବିଶ୍ୱାସ ଓ କୁସଂସ୍କାର । ଶୋଷଣର ଭୟାବହତା ଆଜିବି ଜୀବିତ ଗ୍ରାମ୍ୟ ଜୀବନରେ ।
        
      ଅଧିକନ୍ତୁ ସ୍ୱାଧୀନତ୍ତୋର ଗ୍ରାମ୍ୟ ଜୀବନ ପ୍ରତିଟି କ୍ଷେତ୍ରରେ ବିକଶିତ ବୋଲି କୁହାଯାଉଥିଲେ ମଧ୍ୟ ତାହା ବାସ୍ତବଧର୍ମୀ ନୁହେଁ l କୃଷି, ଶିକ୍ଷା,ସ୍ୱାସ୍ଥ୍ୟ,ଗମନାଗମନ,  ପରିବହନ, ସୂଚନା ଓ ପ୍ରଯୁକ୍ତିବିଦ୍ୟା  ଆଦି କ୍ଷେତ୍ରରେ ଆଶାନୁରୂପ ଉନ୍ନତ ପରିଲକ୍ଷିତ ହୋଇପାରି ନାହିଁ  l ସ୍ୱାଧୀନତା  ପରବର୍ତ୍ତୀ ଗ୍ରାମ୍ୟ ଜୀବନ, ଗାନ୍ଧିଜୀଙ୍କ ସ୍ବରାଜ ଆଜି ସ୍ୱପ୍ନାତୀତ l 

    ଅତଏବ ଭାରତର ଗ୍ରାମୀଣ ସଂସ୍କୃତିର ଐତିହ୍ୟ, ପରମ୍ପରା କ୍ଷୁର୍ଣ୍ଣ ହେବାରେ ଲାଗିଛି l ଦେଶର ବିଭାଜନ ଏବଂ ରାଜ୍ୟର ମଧ୍ୟ ବିଭାଜନ ହେଇଛି । ସିଂହଭୂମୀ, ଖରସୁଆଁ, ଷଢେଇକଳା ଆଜି ବିଛିନ୍ନ ଓଡିଶାରୁ  । ଆଧୁନିକ ସଭ୍ୟତା ସହରାଭିମୁଖୀ । ସ୍ବାଭିମାନ ଆଜି ବନ୍ଧା ପଡିଯାଉଛି   ଶାସକର ମଦମାଂସ ଆସରରେ ଯାହାକି ପୂର୍ବେ ନଥିଲା । 

   ସର୍ବୋପରି ସ୍ବାଧୀନତା ଆମେ ପାଇଚେ କିନ୍ତୁ  ହରେଇ ଚାଲିଛେ ଆମ ସଂସ୍କାର ,ସଂସ୍କୃତି , ଶିକ୍ଷା ବ୍ୟବସ୍ଥାକୁ । ବେଳୁ ଯତ୍ନବାନ ନହେଲେ ଭାରତୀୟ ପରମ୍ପରାର ଜନ୍ମଭୂମି ଗ୍ରାମ ପାଶ୍ଚାତ୍ୟର କରାଗାରରେ ପୁଣି ପରାଧିନତା ବରଣ କରିବ  । 
      -------×------- 
ବେଗୁନିଆପଡା ବ୍ଳକ୍, ତିରିଡ଼ା , ଗଞ୍ଜାମ ।
    7984259080

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...