Monday, August 3, 2020

● ବରପୁତ୍ର ବରପାଲିର ●

ବରପୁତ୍ର ବର ପାଲ୍ଲୀର     ✍ଉପେନ୍ଦ୍ର ବସ୍ତିଆ 
                                      9692341388
**********************************
ଆକାଶେ ଶ୍ରାବଣୀ ଉଙ୍କିମାରିଲା 
ଧରାପରେ ବାରୀ ଧାରା ଛୁଟିଲା 
ଜନମିଲ ଗଙ୍ଗାଧର --
ମେହେର ବଂଶର ତାରା ନୁଁହ ତୁମେ 
ଉତ୍କଳ ମାଟି ଭାସ୍କର 
ବରପୁତ୍ର ବର ପାଲ୍ଲୀର ll

ଗଙ୍ଗା ପରି ତୁମେ ପବିତ୍ର ହୋଇଲ 
ତପସ୍ୱିନୀ କାବ୍ୟ ଦେଲ ଉପହାର 
କରି ଧର୍ମ ଉପଚାର ---
ଉତ୍କଳ ଭାଷା ଶବ୍ଦ ସଂଯୋଗେ 
ମଧୁ ବାକ୍ୟ ସୃଷ୍ଟି କଲ 
ବରପୁତ୍ର ବର ପାଲ୍ଲୀର ll

ପ୍ରଣୟ ବଲ୍ଲରୀ କାନନୁ ଆହରି 
କି' ଅମୃତ ବାଣୀ ଉପଚାର ଭରି 
ଗଢିଲ ଆଦର୍ଶ ଚିର --
ଉତ୍କଳ ଲକ୍ଷ୍ମୀ ଭୁବନ ଶୋଭିନି 
ମନ୍ଦାକିନୀ ଧାର ବାହିଲ 
ବରପୁତ୍ର ବର ପାଲ୍ଲୀର ll

ଭକତି ବଳରେ ତୃପ୍ତି ଲଭିଲ 
ମାତୃଭୁମି ମାତୃ ଭାଷାକୁ ରଚିଲ 
ପଶୁପକ୍ଷୀ ପରିବାର ---
ସ୍ବର୍ଗୀୟ ସୁଷମା ଭରିଦେଲ ଗ୍ରନ୍ଥେ 
କାଳଜୟୀ ଗଙ୍ଗା ଧର 
ବରପୁତ୍ର ବରପାଲ୍ଲୀର ll

ତଵ ଶୂନ୍ୟସ୍ଥାନେ କାନ୍ଦୁଛି ପ୍ରକୃତି 
ଆଦର୍ଶ ଜନନୀ ସତୀ ଇନ୍ଦୁମତୀ 
କର୍ମ ବୀର ଗଙ୍ଗାଧର ---
ନାହିଁ ଅଯୋଧ୍ୟାରେ ନାହିଁ 
ମିଥିଳାରେ, ଉତ୍କଳର ମନୋହର 
ବରପୁତ୍ର ବର ପାଲ୍ଲୀର ll

ମାତୃଭୁମି ମାତୃ ଭାଷାକୁ ରଖିଲ 
ଉତ୍କଳର ଶ୍ରେଷ୍ଠ ନାମକୁ ମୋହିଲ 
ପ୍ରେମ ମନ୍ଦାକିନୀ ଧାର ---
ହେଲାଣି ଓଡ଼ିଆ ଆଜି ଗୋଡାଣିଆ,
ଉତ୍କଳର ମନୋହର
ବରପୁତ୍ର ବର ପାଲ୍ଲୀର ll

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...