Saturday, August 8, 2020

⭕ ଝିଅ ଜନ୍ମ ଶାଶୁଘରକୁ ⭕ {{ ଦ୍ବିତୀୟ ଭାଗ }}

● ଝିଅ ଜନ୍ମ ଶାଶୁଘର ●  ✍ ସାଲିନି ବେହେରା 
~~~~~~~~~~~~~~~~~~~~~~~~~~~
ସ୍ୱାମୀ ବଡ଼ ଭାଇ ତୋ'ବଡ ଭାଇନା
    ନାମ ନ'ନେବୁ ତାଙ୍କର 
ଶଶୁରଙ୍କ ସେ ଦେଢ଼ଗୁଣ ତେଣୁ
      ଅଟନ୍ତି ସେ ଦେଢ଼ଶୁର ।।

  ଦେଢ଼ଶୁର ପତ୍ନୀ ତୋର ବଡ ଜାଆ
        ଲେଖାରେ ତୋ ବଡ ଅପା
   ମୁରବି ପଣରେ ଉପଦେଶ ଦେଲେ
        କେବେ ନ ହୋଇବୁ ଖପା  ।।

ସ୍ୱାମୀ ସାନ ଭାଇ ତୋର ଛୋଟ ଭାଇ
    ସେହ୍ନ ଶ୍ରଦ୍ଧା ଦେବୁ ଢ଼ାଳି
  ଛାଟ ଧରି ତାଙ୍କୁ  ତାଗିତ କରିବୁ
    କରିଲେ ତୋ ସଙ୍ଗେ କଳି ।।

 ଝିଆରୀ ପୁତୁରା ଭଣଜା ଭଣେଜି
         ଅଟନ୍ତି ଘର ସୁନ୍ଦର
ସେହ୍ନ ଦଉଡ଼ିରେ ବାନ୍ଧି ହୋଇଯିବେ
      କରିଲେ ତାଙ୍କୁ ଆଦର ।।

ଘର କାମ ସାରି କିଛିଟା ସମୟ
     ହାତରେ ତୋ ରଖିଥିବୁ
ସନ୍ଧ୍ୟା ସମୟରେ ପଢା ପାଖେ ବସି
     ସାହାଯ୍ୟ ତାଙ୍କୁ କରିବୁ ।।

ଭଉଣୀ ଙ୍କ ସ୍ଥାନ ପୂରଣ କରିବେ 
        ତୋହର ସବୁ ନଣନ୍ଦ
ଭଉଣୀ ସେହ୍ନରେ ସବୁବେଳେ ତାଙ୍କ
       ମନରେ ଦେବୁ ଆନନ୍ଦ।।
 
 ସବୁ ନଣନ୍ଦେଇ ତୋ'ଭାଇ ଭଳିଆ
      ସେହ୍ନ ହୋଇଯିବେ ବନ୍ଧା
ଘରକୁ ଆସିଲେ ଆଦରେ ବସାଇ
        ଖୁଆଇବୁ ହାତ ରନ୍ଧା ।।

 ସ୍ୱାମୀ ତୋ'ଅଟନ୍ତି  ଚଳନ୍ତି ଦେବତା
        ତାଙ୍କ କଥା ମାନୁଥିବୁ 
କଷ୍ଟ ହେବ ବୋଲି  ତାଙ୍କ ଆଦେଶକୁ 
      ମନା କେବେ ନକରିବୁ ।।

ସ୍ୱାମୀଙ୍କ ଭୋଜନ ସମୟରେ ସଦା
      ତାଙ୍କ ପାଖେ ବସି ଥିବୁ
ଭୋଜନ ସରିବା ଯାଏ ଅନ୍ୟ  କାମେ
      କେବେ ବେସ୍ତ ନ ରହିବୁ ।।

 ସ୍ୱାମୀ ଭୋଜନ ପରେ ତୋ' ଭୋଜନ
         ଅଟଇ ଆମ ସଂସ୍କୃତି
 ଏକାଠି ଭୋଜନ କରିପାରୁ ଯଦି
          ପାଇଥିବୁ ଅନୁମତି ।।

ସ୍ୱାମୀ ଯିବା କାଳେ ତାଙ୍କ ସଙ୍ଗେ ସଙ୍ଗେ
      ଦାଣ୍ଡ ଦୁଆରେ ଯାଏ ଯିବୁ
ଠାକୁରଙ୍କୁ  ମନେ ସ୍ମରଣ କରି ତୁ
          ଶୁଭ ବିଦାୟ କହିବୁ ।।

 ଯିବା କାଳେ ତାଙ୍କ ଆବଶ୍ୟକ ଦ୍ରବ୍ଯ
         ସକାଳ ସଜାଡ଼ି ଦେବୁ
    ଆଉ ଯଦି କିଛି ରହି ଯାଇଥାଏ
         ପଚାରି ତାଙ୍କୁ ବୁଝିବୁ ।।
http://sammarpana.blogspot.com

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...