Wednesday, August 19, 2020

ଶ୍ରୀମନ୍ଦିରରେ ସପ୍ତପୁରୀ ଅମବାସ୍ୟା

       ଶ୍ରୀ ମନ୍ଦିରରେ ସପ୍ତପୁରୀ ଅମାବାସ୍ୟା 
***************************************
      ସତ୍ୟ ଯୁଗରେ ଦେବତା ମାନଙ୍କ ଠାରୁ ବର ପ୍ରାପ୍ତ ହୋଇ
ଏକଛତ୍ର ଶାସନ କରୁଥିଲା ମହିଷାସୁର । ଅନାଦି ମଣ୍ଡଳରୁ ମା' ଦୁର୍ଗତୀ ନାଶିନୀଦୁର୍ଗେ ସୃଷ୍ଟି ହୋଇ ମହିଷାସୁରକୁ ବଧ୍ୟ କରି ସାରିବା ପରେ ଦେବ ମଣ୍ଡଳକୁ ଭୟଭୀତ କରାଇବା ପାଇଁ କାଳୀ ରୂପ ଧାରଣ କରି ଧାବମାନ କଲେ । ଫଳରେ ସମସ୍ତ ଦେବକୂଳ ଛତ୍ରଭଙ୍ଗ ପୂର୍ବକ ପଳାୟନ କରୁଥିବା ସମୟରେ ଅଗତ୍ୟା ଶଙ୍କର ଭଗବାନ କାଳୀଙ୍କର କରାଳ ଗତି ପଥରେ ପତିତ ହୋଇଗଲେ ।

         ତତକ୍ଷଣାତ୍ ମା' କାଳୀ ଶିବଙ୍କର ବକ୍ଷ ଦେଶରେ ପଦ ସ୍ଥାପନ କରି ଦଣ୍ଡାୟମାନ ହେଲେ । ଭୟରେ ଶଙ୍କର ଭଗବାନ ଥରିବାକୁ ଲାଗିଲେ । ମା'କାଳୀ କହିଲେ ହେ ଭୋଳେନାଥ !ଭୟ ନକରି କେଉଁ ବର ମାଗୁଛ ମାଗ,ମୁଁ ତୁମକୁ ପ୍ରଦାନ କରିବି । ସଦାଶିବ ବର ମାଧ୍ୟମରେ ମାଆ କାଳୀଙ୍କୁ ନିଜର ସ୍ତ୍ରୀ ପଦରେ ପାଇବାକୁ ଇଚ୍ଛାକଲେ । ମାତ୍ର କାଳୀଙ୍କର ଇଚ୍ଛା ଥିଲା,ବିଷ୍ଣୁଙ୍କର ପ୍ରିୟା ହୋଇ ରହିବା ପାଇଁ ।
ଉକ୍ତ ଘଟଣାକୁ ଦୃଷ୍ଟି ରଖି ମା'କାଳୀ ନାରାୟଣଙ୍କୁ ପ୍ରାର୍ଥନା କରି କହିଲେ,ହେ ପ୍ରଭୋ ! ମୋର ଆଶା ଆକାଂକ୍ଷା ଥିଲା ସବୁଦିନ ଆପଣଙ୍କର ଦାସୀ ହୋଇ ରହିବାକୁ । ନାରାୟଣ କହିଲେ-ହେ ଦେବୀ !ଯେହେତୁ ତୁମକୁ ଶଙ୍କର ଭଗବାନ ଚାହିଁଛନ୍ତି,ମୁଁ ତୁମକୁ କୌଣସି ପ୍ରକାରେ ଗ୍ରହଣ କରି ପାରିବି ନାହିଁ । ମାତ୍ର,ତୁମ ଆଶାର ଅନାବିଳ,ଶାଶ୍ବତ,ଶୁଦ୍ଧତ୍ବ ଭାବଧାରାକୁ ମୋ ପାଖରେ ବର୍ଷକ ମଧ୍ୟରେ ଗୋଟିଏ ଦିନ (ଭାଦ୍ରବ ମାସ ସପ୍ତପୁରୀ ଅମାବାସ୍ୟା)ମୋର ପାକଶାଳାରେ ଅନ୍ନ ବ୍ୟଞ୍ଜନ କରିବା ପାଇଁ ସୁଯୋଗ ପାଇବ ।
         ମାଆ କାଳୀ ପ୍ରତିବର୍ଷ ସପ୍ତ ସର୍ଗର ନିଦର୍ଶନ ସ୍ବରୂପ ସାତ ପ୍ରକାର ପୂର ଦେଇ (ଖସା,ନଡିଆ,ଚଣା,ଛେନା,ଗୋଲମରିଚ,ଅଦା,ଜିରା) ପିଠା ମହାପ୍ରଭୁଙ୍କ ପାଇଁ ପ୍ରସ୍ତୁତ କରନ୍ତି ।।ମହାପ୍ରଭୁଙ୍କର ପାଚନ କାର୍ଯ୍ୟ ଏ ସପ୍ତପୁରୀ ଅମାବାସ୍ୟା ଦିନ ମାଆ କାଳୀ ଠାକୁରାଣୀ କରନ୍ତି ।

http://sammarpana.blogspot.com
                     

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...