Monday, October 26, 2020

❣ ପ୍ରେମ ପିରତୀ ❣

ଦେହରେ ମାରିଛି ସୁବାସ ଅତର 
      ଓଠରେ ତା' ନାଲି ଧାର ,
ଇନ୍ଦ୍ରଧନୁ ରଙ୍ଗ  ଝୀନ ବସନରେ
         ଢଙ୍କା ଯୌବନ ସମ୍ଭାର
  
ଗୌର ତନୁ ମଧ୍ୟେ କ୍ଷୀଣ କଟି ସଜ 
      ତା' ମଧ୍ୟେ ଗଭିର ନାଭି ,
 ଉନ୍ନତ ବକ୍ଷୋଜ ସୌନ୍ଦର୍ଯ୍ୟକୁ ଘେନି
        ପୁରୁଷେ ମାରୁଛି ବାଦି....

ଇନ୍ଦ୍ର ଭୁବନର ପାରିଜାତ କିବା 
     ଫୁଟି ବଢଉଛି ଶୋଭା ,
କଜ୍ୱଳ ପୁରିତ କୁରଙ୍ଗୀ ନୟନୀ 
     ଚାହାଣୀ ତା' ମନଲୋଭା 

ଚଳନ୍ତି ପ୍ରତିମା ସତେ ରାଜଜେମା
         ରୂପ ସମ୍ଭାରକୁ ମାଖି
ମରତେ ଆସିଛି ଭ୍ରମିବାକୁ ଶୋଭା  
        ଦେଖି ଲାଗିଯାଏ ଆଖି 

 ଯଉବନ ତା'ର ଘୃତମିଶା ସର
       ମଧୁ ଠାରୁ ମିଠା ଅତି ,
ତୁଷାର୍ତ୍ତ ପ୍ରାୟକେ ସତେ ସେ'ଯୌବନ
           ଚାହୁଁଛି ଟିକିଏ ତୃପ୍ତି 

   ଅଜସ୍ର ପ୍ରଶଂସା ଅଜାଡି ଦିଅନ୍ତି 
       ବାଟରେ ବାଟୋଇ ଦେଖି , 
 ରୂପର କୋଣାର୍କ ଗଢିକେ ଦିଅନ୍ତି
           ସ୍ୱର୍ଗକୁ ନିଶୁଣି ଯୋଖୀ 

ନାନା ଭାବନାରେ ନାନା ରୂପେ ପରା
        ହେଉ ଥାଏ ବିଦ୍ୟମାନ , 
ଚପଳା ଯେସନେ ଅମ୍ବରକୁ ଚୁମି 
           ଚାଲିଯାଏ ତତ୍ କ୍ଷଣ ... 

-  ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ ।

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...