Sunday, October 25, 2020

#ଦୁର୍ଗତି ନାଶିନୀ ଦୁଃଖ ମୋ ନିବାର

#ଦୁର୍ଗତି_ନାଶିନୀ_ଦୁଃଖ_ମୋ_ନିବାର 
     ~~~୦~~~            ✍ ସନ୍ତୋଷ ପଟ୍ଟନାୟକ 

ସ୍ଥାଣୁ ଆଜି ଏଠି  ସ୍ବରାଜ ଶାସନ
ସମ୍ଭ୍ରାନ୍ତରେ ଗଣା ନିଶା ସେବନ 
ପୁରସ୍କୃତ  ନିତି ଚାଟୁକାର ଏଠି 
ଶାନ୍ତି ରକ୍ଷା ପାଇଁ ଛନ୍ତି ଉଗ୍ରପନ୍ଥୀ  ॥

ନାରୀ ମାଂସ ଲୋଭେ ପଡିଛି ସମାଜ 
ମତୃହନ୍ତା ସର୍ବ ନରାଧମ  ଆଜ
ରକ୍ଷାକର ଆଦିମାତା ଦେଖାଇ ସ୍ବରୂପ
ଦଣ୍ଡିତ କର ଅବା ପ୍ରସାରିଣ ଭୁଜ  ॥

ପାଶ୍ଚାତ୍ୟ ସ୍ବର୍ଶରେ ଆପଣା ସଂସ୍କୃତି 
ସୁରାପାନ ପାଇଁ ବ୍ୟାକୁଳିତ ମତ୍ତି 
ଧର୍ମ ନାମେ ରକ୍ତପାତ ବଣ୍ଟାବଣ୍ଟି 
ଦୁର୍ଗତି ନାଶିନୀ  ନାଶ ଏ' ଦୁର୍ଗତି  ॥

ବ୍ୟଥିତ ହୃଦୟ ଦେଖି ଏ' ବେଭାର
କି'ଅବା କରିବି ମୁଁ' ଛାର କିଙ୍କର 
ପ୍ରଣମୁଛି ମାତା ପାଦପଦ୍ମେ ତୋର 
କୃପାବହି ହୃଦେ ପାପିକୁ ସଂହାର  ॥

ଦୁଃଖେ ମ୍ରିୟମାଣ ଆଜି ତୋର ପୁତ 
ଦୁଃଖକୁ ନିବାର ମାଆ ତୁ' ତ୍ବରିତ  ॥
   -----×------

 ବେଗୁନିଆପଡା ବ୍ଳକ୍ ,ତିରିଡ଼ା, ଗଞ୍ଜାମ ।

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...