Thursday, October 22, 2020

ସମର୍ପଣ ( topic - 80 ହାତ ) quote #quot

ହାତ 
       - - - - -  - - - - - - - 
କେବେ ଲମ୍ବିଯାଏ ସତ୍ ଭାବନାରେ 
       ମଣିଷର ଏଇ ହାତ
ଯୋଡି ଦିଏ ପୁଣି ସମ୍ପର୍କର ସେତୁ 
      ଉଦେଶ୍ୟ ରଖି ମହତ
କେବେ ଏଇ ହାତ ଆପଣା ସ୍ୱାର୍ଥରେ 
         ସୃଷ୍ଟି କରେ ରକ୍ତପାତ 
ଏଇ ହାତ ପୁଣି ଦୟା ଧର୍ମ ଭୁଲି 
        ସଂସାରେ ହୁଏ ନିନ୍ଦିତ 
ଏଇ ହାତ ସଦା ସତ୍ କର୍ମ କରୁ 
      ଛୁଇଁ ଗୀତା ଭାଗବତ
ପ୍ରଭୁଙ୍କ ଉଦେଶ୍ୟେ ଦୁଇ ହାତ ଯୋଡି 
      ଚରଣେ ହେଉ ଆଶ୍ରିତ 
                -  ପ୍ରବୀର ମଲ୍ଲିକ୍ 

କେବେ କରେ ପାପ  ଏଇ ଦୁଇ ହାତ
       କେବେ ଜାଳି ଦିଏ ଦୀପ
ପାପର ଥାଳରେ  ପୂଣ୍ଯର ହାଟରେ
         କରିବାକୁ ପ୍ରାୟଶ୍ଚିତ
ଦୁଇ ହାତ ମୋର    ଥାଉ ସମର୍ପିତ
       ମାତା ପିତାଙ୍କ ସେବାରେ
ଦୁଃଖି ରଙ୍କି ପାଇଁ    ବଢୁ ଦୁଇ ହାତ
           ପ୍ରଣମି ଜଗା ପୟରେ
                   - ଜଗବନ୍ଧୁ ସାହୁ

ଡାହାଣ ହାତଟି ପାପେ ଭାଗିଦାରି
     କଥାକେ ଚାପୁଡ଼ା ବିଧା 
ବାମ ହାତ ପରା ବିଷ୍ଠା ସଫା କରେ
      ଅଟଇସେ ସାଧାସିଧା 
ଡାହାଣ ହାତେ ନିତି ଖଣ୍ତା, ଖପର
      ପ୍ରତିକ୍ଷଣେ ପ୍ରତିହିଂସା 
ବାମ ହାତ ପରା ଢାଲ ଧାରଣରେ
      ସବୁରି ପ୍ରିୟ ପ୍ରସଂଶା 
               ‐ ରାଧା କୃଷ୍ଣ ବାୟକ

ବିଧିର ଏ'ଦାନ ଅମୂଲ୍ୟ ଜୀବନ 
       କର୍ମ ପାଇଁ ହସ୍ତ ପଦ 
ସହଯୋଗୀତାରେ ରହୁ ସେଇ ହସ୍ତ 
        ନୋହୁ କାର ପରମାଦ 
କିଏ ବା' ଜାଣିଛି କେତିକି ଆୟୁଷ 
        ସନାତନ ସମୀକ୍ଷାରେ 
ହାତେ ହାତେ ରଖି ସୁଖ ଦେବା ନେସି 
          ଏଇ ଭବ ଭୂଖଣ୍ଡରେ 
              - ସନ୍ତୋଷ ପଟ୍ଟନାୟକ

ସାହାର୍ଯ୍ୟର ହାତ  ବଢ଼ାଅ ସଭିଙ୍କୁ 
     ନ କରି କି' କୁଣ୍ଠାବୋଧ 
ବିଭୁପାଦେ ସଦା  ଦୁଇ ହାତ ଯୋଡ଼ି 
      କର୍ମେ ହୁଅ ସ୍ୱୟଂସିଦ୍ଧ
ସ୍ଵାର୍ଥେ ଅନ୍ଧ ହୋଇ କେବେ ଦୁଇ ହାତ
      କରନାହିଁ ବ୍ୟବହାର 
କି' ଚିହ୍ନା ଅଚିହ୍ନା କି' ପର ଆପଣା 
     ସଭିଙ୍କୁ ସାହାର୍ଯ୍ୟ କର l
            - ରାମ ଚନ୍ଦ୍ର ପ୍ରଧାନ

ଏ ଭବ ଖଣ୍ଡରେ ବିଭୁଙ୍କର ଦାନ 
ଅମୂଲ୍ୟ ସମ୍ପଦ ଆମରି ହାତ 
ଆପଣା କର୍ମରୁ ଅର୍ଜିତ ଅର୍ଥରୁ 
ଦାନ ଧର୍ମ କରି ଚାଲ କିଞ୍ଚିତ । 
ପଞ୍ଚଭୂତେ ନିଶ୍ଚେ ହୋଇବ ବିଲୀନ 
ମାନବ ଶରୀର ଅଳପ ଦିନେ 
ଦେଇଥିଲେ ଦାନ ଆପଣ ହସ୍ତରେ 
ଆତ୍ମା ସୁଖ ନିଶ୍ଚେ ମିଳିବ ମନେ ।
                 - ଟୁକୁନା ସାହୁ

କେଉଁଠି ସରିଛି କିଏ ଜାଣେ ନାହିଁ
     ଏ ଜୀବନ ଚଲାବାଟ
କାହା ପାଇଁ ଏଠି ଲମ୍ବିଯାଏ ରାସ୍ତା
      କାହା ପାଇଁ ହୁଏ ଛୋଟ
ଜୀବନରେ ଯଦି ଚାଲିବାକୁ ପଡେ
    ମୋତେ ବି କଣ୍ଟାର ବାଟ
ସେଇ ବାଟେ ମୁଁ ହସି ଚାଲିଯିବି
          ଯଦି ମିଳେ ତୁମ ହାତ
                    - ଦାଶରଥି ସାହୁ

ହାତ ଅଛି ହେଲେ ହେଉ ଅଳସୁଆ
         ଆରେ ଏ ମୁରୁଖ ଜନ
ଜୀବନଟା ହେବ କୁଶଳ ମଙ୍ଗଳ
       କର୍ମରେ ଦେଲେତୁ' ମନ
ଦେଖୁ ନାହୁଁ କିରେ ତୋ'ଦୁଇ ଆଖିରେ
        କେତେ କେତେ ଭିନ୍ନକ୍ଷମ
 ହାତ ନ ଥାଇବି କର୍ମରେ ତତ୍ପର
       ପାଇବାକୁ ମୁଖେ ଅର୍ଣ୍ଣ
                  - ରବିନ୍ଦ୍ର  ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...