#ଆକାଶ
------------------
ଅସୀମ,ଅମ୍ବର, ଅନନ୍ତ ଆକାଶ
ନିଳାମ୍ବର ତୁମେ ଧନ୍ଯ
ସୃଷ୍ଟିର ସର୍ଜନା କାହିଁ କେଉଁ କାଳୁ
ତୁମେହିଁତ ମହାଶୂନ୍ୟ ସୂର୍ଯ୍ୟ,ଚନ୍ଦ୍ର,ତରା ଗ୍ରହ ଉପଗ୍ରହ
ତୁମପରେ ଆତଯାତ
ସକଳ ସୃଷ୍ଟିର ଛତ୍ରଛାୟା ତୁମେ
ତୁମକୁହେ ପ୍ରଣିପାତ
‐ରାଧା କୃଷ୍ଣ ବାୟକ
ସହସ୍ର ବଉଦମାଳା ଛନ୍ତି ଯାର ବକ୍ଷେ
ଦୋହଲନ୍ତି ପବସମ ମଧୁର ପରଶେ
ଦମ୍ଭଭରେ,ବିଦ୍ୟମାନ କାହିଁ କେତେ କାଳୁ
ମାଟିର ପ୍ରେମରେ ସତେ ବିମୋହିତ ତନୁ
ଆଖିରୁ ଆରମ୍ଭି ବ୍ୟପିଛି ଅଜ୍ଞାତ ଦେଶ
କୋଳେ ଛନ୍ତି ତାରା ଚନ୍ଦ୍ର ଦେଖ କେତେ ଯଶ
ଧନ୍ୟ ଧନ୍ୟ ତାର ଦାନ ମାଟି ମାଆ ପାଇଁ
ତା'ପାଇଁ ତିଷ୍ଠିଛି ଜୀବ ସୁନ୍ଦର ଏ' ମହୀ .....
- ସନ୍ତୋଷ ପଟ୍ଟନାୟକ
ଆକାଶଟା ଆଜି ଗୁମ୍ ସୁମ୍ ଲାଗେ
ତୁମେ ନାହଁ ପ୍ରିୟା ବୋଲି
ଇନ୍ଦ୍ରଧନୁ ରଙ୍ଗ ଫିକା ଫିକା ଲାଗେ
ଖେଳ ନାହଁ ବୋଲି ହୋଲି
ମେଘମେଦୁରେ ମୁଁ ତୁମ ଛୁଆଁ ଖୋଜେ
ଆଜି ଏ ଆକାଶ ତଳେ
ତୁମେ ନାହଁ ବୋଲି ବିଷାଦେ ବୁଲୁଛି
ନୀଳ ଦରିଆର କୂଳେ
- ରାମ ଚନ୍ଦ୍ର ପ୍ରଧାନ
ଆକାଶ ବୁକୁରେ ନାହିଁ ଆଜି ଜହ୍ନ
ଅନ୍ଧାର ଆସିଛି ଘୋଟି
ଭୟଙ୍କର ଲାଗେ ମେଘର ଚଦର
ଦିଶେ ନାହିଁ ତାରା ଗୋଟି
ଅମାବାସ୍ୟା ପ୍ରାୟ ଲାଗୁଛି ଏ ନିଶି
ନିଦ୍ରାରେ ସାରା ସଂସାର
ତଥାପି ମନରେ ଅସୁମାରୀ ଆଶା
ହସିବ ଆମରି ଘର
- ଟୁକୁନା ସାହୁ
ନବ ସୁରୁଜର ଆଗମନେ ଆଉ
ସିନ୍ଦୂରା ଫାଟୁନି ପ୍ରାତେଃ
ନୀଳ ଆକାଶଟା ବିବର୍ଣ୍ଣ ଏବେଯେ
ନାନା ପ୍ରଦୂଷଣ ଘାତେ
ସଞ୍ଜୁଆ ଆକାଶ ସଜ ହୁଏନି ବି
ଆସିଲେ ନୁଆଁଇ ସଞ୍ଜ
ଶୀତ ଦିନେ ମଧ୍ୟ ନିଦାଘ ଦାଉରେ
ଜୀବ ହୁଏ ଦହଗଞ୍ଜ
ଶ୍ରାବଣେ ନବୋହି ବରଷାର ଧାର
ଅଦିନେ ଆସୁଛି ବନ୍ୟା
ନିଶବ୍ବ ଏବେ ଯେ ଘଡଘଡି ନାଦ
ହସୁନି ବିଜୁଳି କନ୍ଯା
‐ ରବିନ୍ଦ୍ର ସାହୁ
କୁହହେ ଆକଶ ତୁମର ବୟସ
ଦେଇଛିକି କିଏ ରାଣ !
କାହୁଁ କେଉଁ କାଳୁ ରହିଛ ସେମିତି
ରଖି ତୁମ ବଡପଣ
ଦିନ ଆଲୁଅରେ ସୁରୁଜକୁ ଡାକି
ଆଲୁଅ କରୁଛ ଧରା
ରାତି ଆକଶରେ ଆବେଗ ଆବୋରେ
ସଜାଅ ଜହ୍ନ ଓ ତାରା
- ଦାଶରଥି ସାହୁ
ଅସୀମ ଅନନ୍ତ ନାହିଁ ଆଦି ଅନ୍ତ
ବିଶ୍ୱ ବ୍ୟାପ୍ତି ଏ ଆକାଶ
ସସାଗରା ଧରା ପୂର୍ଣ୍ଣାଙ୍ଗରେ ଭରା
ସୌନ୍ଦର୍ଯ୍ୟ ସ୍ବଷ୍ଟ ପ୍ରକାଶ
ସୂର୍ଯ୍ୟ ଚନ୍ଦ୍ର ତାରା ଗ୍ରହ ଓ ନକ୍ଷେତ୍ର
ଅନୁଭବେ ରାତି ଦିନ
ମେଘ ମାଳ ମାଳ ଚୁମେ ଧରା କୋଳ
ମହୀରେ ସମ୍ଭବ ପ୍ରାଣ
- ପ୍ରବୀର ମଲ୍ଲିକ୍
ଦିନରେ ଧରଇ ସୂର୍ଯ୍ଯକୁ ତା କୋଳେ
ସୃଷ୍ଟି କରେ ଆଲୋକିତ
ରାତିରେ ସଜାଏ ଚନ୍ଦ୍ର ତାରା ଫୁଲେ
ଧରା ହୁଏ ଫୁଲକିତ
ଅନନ୍ତ ଆକାଶ ନାହିଁ ଆଦି-ଅନ୍ତ
ଇଶ୍ବରଙ୍କ ଏ'ସୃଷ୍ଟିରେ
ଗ୍ରହ ଚନ୍ଦ୍ର ତାରା ଅନନ୍ତ ବ୍ରହ୍ମାଣ୍ତ
ଗୁନ୍ଥାଅଛି ତା ହୃଦରେ
- ଜଗବନ୍ଧୁ ସାହୁ
No comments:
Post a Comment