Saturday, October 17, 2020

ସମର୍ପଣ ( topic - 77 ଉଆଁସୀ କନ୍ୟା ) quote #quot

ଉଆଁସୀ କନ୍ୟା  
    ---------------
ଉଆଁସର ଅର୍ଥ ଚନ୍ଦ୍ରହୀନ ତିଥି 
      ଘମାଘୋଟ ଅନ୍ଧକାର 
 ଏହି ତିଥି ଟିରେ ଜନ୍ମିଲେ କନିଆଁ 
        ଫାଟିଲା କପାଳ ତାର 
         ହିନ୍ଦୁଙ୍କ  ଶାସ୍ତ୍ର ବିଚାର 
ବେଳା ନକ୍ଷତ୍ରର ଶୁଭ ଗର୍ଭଧାରେ
        ସନ୍ତାନ କୋଷ୍ଠୀ ବିଚାର 
ଅନ୍ଧବିଶ୍ବାସରେ  ଗଢ଼ାଏ ବିଚାର 
          କୁହଇ ବିଜ୍ଞାନ ଯୁଗ 
ଉଆଁସୀ କନ୍ୟାର ଅଳ୍ପେଇସା ବର
          ଅଛି ଢଗର ସମ୍ଭାର 
             - ସନ୍ତୋଷ ପଟ୍ଟନାୟକ

ଉଆଁସୀ କନ୍ୟାଟି  ଏ ସଭ୍ୟ ସମାଜେ 
       ଅଶୁଭରେ ଗଣାହୁଏ 
ବିନା ପୁନେଇଁରେ  ଗ୍ରହଣ ଛୁଇଁଛି 
       ଏମିତି ସେ ଜହ୍ନଟିଏ 
ନିଜ ଲୁହ ପିଇ  ସାଜେ ସିମନ୍ତନୀ 
      ଜୀବନେ ଶୂନ୍ୟତା ଭରି 
ଅମାବାସ୍ୟାର ସେ  ଅମା ଅନ୍ଧକାରେ 
      କାନ୍ଦେ ଅସହାୟ ପରି ... 
                -ରାମ ଚନ୍ଦ୍ର ପ୍ରଧାନ

ଉଆଁସରେ ଜନ୍ମ ନିହାତି ନଗଣ୍ଯ
    ବିବାହେ ବିରହ ପାଗ
ଅଳପ ଆୟୁଷ ପତିର ବୟସ
 ସଂଯୋଗେ ବିଧବା ଯୋଗ
ସଦା ହତାଦର ସମାଲୋଚନାର
    ଉଆଁସୀ କନ୍ୟା ସେ  କାଳେ
ଆଶା ଅସୁମାରୀ ଉଜୁଡା କିଆରି
          ସମୟର ଅନ୍ତରାଳେ
                 - ଦାଶରଥି ସାହୁ

ଅମାବାସ୍ୟା ରାତ୍ରି ରୋହିଣୀ ନକ୍ଷତ୍ରେ 
       ଜନମ ହୋଇଲି ମୁହିଁ 
ସଭିଏଁ କୁହନ୍ତି ଅଶୁଭ ସଙ୍କେତ 
      ମୁଁ କାଳେ ତାଙ୍କ ପାଇଁ 
ଭାଙ୍ଗିଛି ଅନେକ ବିବାହ ପ୍ରସ୍ତାବ 
    ମୋ ନାମେ ବାଜେ ନାଗରା 
ଗୃହରେ ଅଶାନ୍ତି କେହି ନୁହେଁ ତୃପ୍ତି 
       ଉଆଁସି କନ୍ୟା ମୁଁ ପରା 
                 - ଟୁକୁନା ସାହୁ

ଅମା ଅନ୍ଧାରର  ରୋହିଣୀ ନକ୍ଷତ୍ରେ
     ଜନ୍ମିତ ହୋଇଲେ କନ୍ଯା
ଜୀବନଟା ତାର      ଦୁଃଖର ସାଗର
       ନଥାଏ ଖୁସିର ବନ୍ଯା
ସେଇ କନ୍ଯା ଯେବେ ବିବାହିତ ହୁଏ
         ଲାଗଇ କଳଙ୍କ ଦାଗ
ଅଳ୍ପଦିନେ ନାଶ    ସ୍ବାମୀର ଆୟୁଷ
      ଥାଏ ତା ବିଧବା ଯୋଗ
                    - ଜଗବନ୍ଧୁ ସାହୁ

ଅନ୍ଧ ବିଶ୍ବାସର ଆଢ଼ୁଆଳେ ଠିଆ 
     ଦୁନିଆଁର ଏ'କି ରିତି ?      
ଉଆଁସ ରାତିର ଅମା ଅନ୍ଧକାରେ      
       ଉଆଁସୀର ଜନ୍ମ ତିଥି  
 ସମାଜେ ନଗଣ୍ଯ ସ୍ଥାନଟି ତାହାର                        
      ଉଆଁସ ରାତିର ସାଥି 
 ଅଭିଶପ୍ତ ତାର ବାହାଘର ତିଥି
      ମରିବ ଜୀବନ ସାଥି 
             ‐ ରାଧା କୃଷ୍ଣ ବାୟକ

ଝିଅଟେ ସେଦିନ ଜନ୍ମ ହେବା ପରେ
    ଆକ୍ଷେପ କରିଲା ସାରା ଦୁନିଆ 
ଜନ୍ମ ହେବା ପରେ ବାପା, ମାଆ ମଲେ
  ଲୋକେ କହିଲେ ସେ ଉଆଁସୀ କନ୍ୟା
  ଆଜିକା ସମାଜେ ଏପରି ଘଟଣା 
    ଅନ୍ଧବିଶ୍ୱାସ ଓ କୁସଂସ୍କାର
ଜନ ସଚେତନତା ସୃଷ୍ଟି ନହେଲେ 
  ନିରୀହା ଜୀବନ ହେବ ଅନ୍ଧାର
               - ପ୍ରବୀର ମଲ୍ଲିକ୍

ପୁରାଣ କାଳରୁ ରହିଅଛି କାଳେ
     ଅଶୁଭ ଉଆଁସୀକନ୍ୟା
ଅମାବାସ୍ଯା ରାତ୍ରେ ଜନମିଛି ବୋଲି
     ଛୁଟଇ ନିନ୍ଦାର ବନ୍ୟା
ଦ୍ରୁତରାଷ୍ଟ୍ର ପତ୍ନୀ ଗାନ୍ଧାରୀ ବି ଥିଲେ
     ଉଆଁସୀକନ୍ୟାରୁ ଜଣେ
ସାହାଡା ଗଛକୁ ବିବାହ ପରେ ହିଁ
        ରହିଥିଲେ ପତ୍ନୀ ପଣେ
                      - ରବିନ୍ଦ୍ର ସାହୁ 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...