Saturday, October 3, 2020

■ ଲାଲ୍ ବାହାଦୂର ଶାସ୍ତ୍ରୀ ■

ଲାଲ ବହାଦୁର ଶାସ୍ତ୍ରୀ 
                      ✍ ଉପେନ୍ଦ୍ର କୁମାର ବସ୍ତିଆ 
******************
ଶାସ୍ତ୍ରୀ ହେ ତୁମେ ସାଧାରଣ ଜନ 
ଅସାଧରଣ ହେଲ କେମତି !
ସରଳ ଜୀବନ-ଯାପନ ଭିତରେ 
ଭାବନା ଥିଲା ମହାନ ସେମେତି ll

ଭଲ ଭାବ ନେଇ ଭଲ କାମ କଲେ 
ଫଳ ଭଲ ହୁଏ ନିଶ୍ଚୟ 
ପରୋପକାର୍ଯ୍ୟେ ଦେଶ ସେବା କଲେ 
ଜୀବନଟା ଲାଗେ ମଧୁମୟ ll

ଜୟ ହେ ଯବାନ ଜୟ ହେ କିଷାନ 
ଯୋଜନା ସଫଳ ପାଇଁକି 
ମନ ଧ୍ୟାନ ଦେଇ କାମ କରୁଥିଲ 
ଅଧା ବାଟେ ଗଲ ଅଟକି ll

ଅଳପ ଦିନରେ ଦେଶ ବାସୀଙ୍କର 
ହୃଦୟକୁ ଜୟ କରିଲ 
ଆଜିବି କାନ୍ଦୁଛି ଜାତି ଭାଇ ତୁମ 
ମୁଗ୍ଧ କରି ଚାଲିଗଲ ll

ତୁମର ଜିବନୀ ସ୍ଵର୍ଣ୍ଣାକ୍ଷରରେ 
ଲିପିବଦ୍ଧ ହୋଇଗଲା 
ମଣିଷ ଜୀବନ ସାର୍ଥକର ମନ୍ତ୍ର 
ଭାରତ ଜନତା ଶିଖିଲା ll

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...