Thursday, October 1, 2020

❣ବ୍ୟଥିତ ହୃଦୟ ❣

 ବ୍ୟଥିତ ହୃଦୟ
 -----  ସନ୍ତୋଷ ପଟ୍ଟନାୟକ 

ସ୍ଥାଣୁ ଆଜି ଏଠି ସେଇ ସ୍ବରାଜ ଶାସନ
ସମ୍ଭ୍ରାନ୍ତରେ ଗଣା ଆଜି ନିଶା ସେବନ 
ପୁରସ୍କୃତ ହୁଏ ନିତି ଚାଟୁକାର ଏଠି 
ଶାନ୍ତି ରକ୍ଷା ପାଇଁ ଛନ୍ତି କେତେ ଉଗ୍ରପନ୍ଥୀ  ।।

ବିଦେଶୀ ଦ୍ରବ୍ୟରେ ସର୍ବେ ଆକୁଳିତ 
ବିଦେଶ ଭ୍ରମିବା ଶାସକର ଲକ୍ଷ୍ୟ 
ପୁଞ୍ଜିପତି ହାତେ କାଟିବା ଯନ୍ତର 
କାଟି କୁଟି କରେ ବିଦେଶରେ ଘର ।।

କୁଟିବା ନୀତିକୁ ଆଜି ଧରିଛି ଶାସକ 
କୁଟା ଖାଇ ନିତି ଏଠି ମରୁଛି କୃଷକ 
ଅହିଂସା ଆଦର୍ଶ କାହିଁ ନାହିଁ ଆଉ ଆଜି 
ମତୃହନ୍ତା ସର୍ବେ ଏଠି ନରାଧମ ସାଜି ।।

ପାଶ୍ଚାତ୍ୟ ସ୍ବର୍ଶରେ ଆଜି ପ୍ରଭାବିତ ଶିକ୍ଷା 
ସାତ ସ୍ବପ୍ନ ଏଠି କୁଟିର ଶିଳ୍ପର ଦିକ୍ଷା
ଧର୍ମ ନାମେ ରକ୍ତପାତ ହୁଏ ବଣ୍ଟାବଣ୍ଟି 
ସ୍ବାଧୀନ ଧରିଛି ଏବେ ସ୍ବାଭିମାନ ତଣ୍ଟି  ।।

ନାରୀ ମାଂସ ଲୋଭୀ ଆଜି ସମାଜ ସେବକ 
ଶତ୍ରୁ ଦେଶ ସାଥେ ମିତ୍ର ହେଲାଣି ସୈନିକ 
ନିଶା ନିବାରଣ ପାଇଁ ନିଶା ବ୍ୟବହାର 
ବ୍ୟଥିତ ହୃଦୟ ଦେଖି ଏସବୁ ବେଭାର

ଦୁଃଖେ ମ୍ରିୟମାଣ ଛନ୍ତି  ଉତ୍କଳ-ଭାରତୀ
ଦୁଃଖ ନିବାରଣ କର ହେ'ଜଗତପତି  ।।
   -----×------
 ବେଗୁନିଆପଡା ବ୍ଳକ୍ ,ତିରିଡ଼ା, ଗଞ୍ଜାମ ।

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...