Thursday, November 12, 2020

☘ରାଜଭୋଗୀରୁ ମହାଯୋଗୀ☘

🌹🙏🌹((  ରାଜଭୋଗୀରୁ  ମହାଯୋଗୀ  ))🌹🙏🌹
*****************************************
     ଓଡିଶାର ଗଞ୍ଜାମ ଜିଲ୍ଲା ବଡଖେମଣ୍ଡିର ବିଜୟ ନଗର ଗଡର ରାଜା ଥିଲେ ପଦ୍ମନାଭ ଦେବ । ତାଙ୍କର ପୁତ୍ର ରୂପେ ଜନ୍ମ ଲାଭ କଲେ ବଳଭଦ୍ର ସମ ଉଜ୍ଜ୍ବଳକାନ୍ତି ବିଶିଷ୍ଟ ଶିଶୁ ପୁତ୍ର । ନାମ ରଖାଗଲା ବଳଭଦ୍ର ଦେବ । ବଳଭଦ୍ରଙ୍କର ଚାଟଶାଳୀ ଶିକ୍ଷା ଭିତରେ ବୃଦ୍ଧି ପାଇଲା ବ୍ରହ୍ମ ଜିଜ୍ଞାସାର ଭାବ । ତୁଳିତଳ୍ପ ଶଯ୍ୟା,ସୁମିଷ୍ଟ ବ୍ୟଞ୍ଜନ,ଚୂଆ ଚନ୍ଦନ ଅଳଙ୍କାର ପରିଧାନ ଏବଂ ପୁଷ୍ପ ଭୂଷଣ ପ୍ରତି ବଳଭଦ୍ରଙ୍କର ବୈରାଗ୍ୟ ଜଗତ ହେଲା ।

             ଏ ପ୍ରାଚୁର୍ଯ୍ୟ ଓ ଭୋଗ ପ୍ରତି ଅନାସକ୍ତ ଥିବା ଜାଣି ତାଙ୍କୁ ଖୁସି କରିବାକୁ ପିତାମାତା ବିବିଧ ମନୋରଞ୍ଜନର ବ୍ୟବସ୍ଥା କଲେ ।ବିବାହ ପାଇଁ ରୂପସୀ ରାଜ କନ୍ୟାଙ୍କର ପ୍ରସ୍ତାବ ମଧ୍ୟ ପ୍ରକାଶ କରିଲେ ।....

     ଏହି ସମୟରେ ଘଟିଲା ଏକ ଚମତ୍କାର ଘଟଣା ।।ଜଣେ ସନ୍ନ୍ୟାସୀ ହେଲେ ରାଣୀ ଅନ୍ତପୁରର ଅତିଥି ।।ସୁମିଷ୍ଟ ବ୍ୟଞ୍ଜନ ସବୁ ମୂଲ୍ୟବାନ ପାତ୍ରରେ ପରିବେଷଣ କରାଗଲା ।।ମାତ୍ର ସେ ସନ୍ନ୍ୟାସୀ କଦଳୀ ପତ୍ରରେ ଖାଦ୍ୟ ଗ୍ରହଣ କରିବା ଜାଣି ଯୁବରାଜ ବଳଭଦ୍ର ପ୍ରାସାଦ ନିକଟସ୍ଥ ବୃଦ୍ଧା ବ୍ରାହ୍ମଣୀର ବାଡିରୁ କାଟିଲେ ପତ୍ର ।
              ବୃଦ୍ଧାଟି ଭଲ ଦେଖି ନ ପାରି ପାଟି କରି କହିଲା,-- 
 " କିଏ ରେ ଅରକ୍ଷିତ ?? ମୋ ବାଡିରେ ପଶିଛୁ  "?? ଯୁବରାଜ  ବଳଭଦ୍ରଙ୍କ ପୂର୍ବ ଜନ୍ମ କଥା ମନେ ପଡିଗଲା ।ସେ ସତରେ ଅରକ୍ଷିତ । ଜାତିସ୍ମର ଅରକ୍ଷିତ ବୁଝି ପାରିଲେ,ସନ୍ନ୍ୟାସୀଙ୍କର ଆବିର୍ଭାବ ଘଟିଛି କେବଳ ପୂର୍ବ ଜନ୍ମ କଥା ସ୍ମରଣ କରିଦେବା ପାଇଁ ।

            ଚାଲିଗଲେ ସନ୍ନ୍ୟାସୀ ଜଣକ । କିନ୍ତୁ,ବଳଭଦ୍ରଙ୍କ ମନରେ ଭରି ଦେଇ ଗଲେ ବୈରାଗ୍ୟର କଥା । ଭୋଗ ନୁହେଁ,ତ୍ୟାଗରେ ଜୀବନର ମୁକ୍ତି ଅଛି ।ଏହା ଚିନ୍ତା କରି ରାଜ ପୁତ୍ରର ମୋହ ବନ୍ଧନ ତୁଟାଇ ଉଣେଇସି ବର୍ଷ ବୟସରେ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ଚନ୍ଦ୍ର ଅସ୍ତ ଯାଆନ୍ତେ ମଧ୍ୟରାତ୍ରୀ ପରେ ସେ କଲେ ଗୃହତ୍ୟାଗ ।

              ସେକଥା  " ମହୀମଣ୍ଡଳ ଗୀତା " ରେ ପ୍ରମାଣ ରହିଛି  ....👇

  ସତର ବରଷ ଯେଠାରୁ - ସୁବୁଦ୍ଧି ହେଲା ମୋ ହୃଦରୁ ।।
  ଦୁଇ ବରଷ ଘର ଠାରେ - ରହିଲି ତୁମ୍ଭ ଭାବନାରେ    ।।
  ତୁମ୍ଭର ଭାବେ ଚିତ୍ତ ଦେଲି - ରାତ୍ର ଦିବସ ନ ଜାଣିଲି   ।।
                         🙏🌹🙏

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...