Tuesday, December 15, 2020

■ ମୁଖା ■ ✍ସ୍ବାଗତିକା ନନ୍ଦ




ମଣିଷ ଭୁଲିଛି ମଣିଷ ପଣିଆ
        ପଶୁ ପରି ଆଚରଣ
ମୁଖା ପିନ୍ଧା ଏବେ ଜୀବନ ଜୀବିକା 
       ସଂଯମତା ହୁଏ କ୍ଷୁର୍ଣ୍ଣ 

 ଦୁନିଆ କହୁଛି କଳଙ୍କ ମୁଣ୍ଡାଇ
       ମୁହଁ ଲୁଚାଇ ମୁଁ ବୁଲେ
ବଡ଼ ବଡିଆଙ୍କ ଶିକାର ହୋଇ ମୁଁ
         ନୁଆଇଁ ମଥାକୁ ଚାଲେ

ଝରା ଶେଫାଳୀର ପରିଚୟ ନେଇ
   ବଞ୍ଚେ ଏଇ ଦୁନିଆଁରେ
କାହାକୁ କହିବି ମୋ ଦୁଃଖ କାହାଣୀ
    ନ୍ୟାୟ ଭିକ୍ଷା ମୁହିଁ କରେ

ଆଖିରେ ଥିଲା ମୋ ଅସୁମାରୀ ଆଶା
        ମନେ ବାନ୍ଧିଥିଲା ବସା
ନିଜ ଗୋଡ଼ରେ ମୁଁ ଛିଡ଼ା ହୋଇ ଦିନେ
        ସୁଧାରି ପାରିବି ଦଶା

ପରିବାର ଦୁଃଖ ଦୂର ହୋଇଥାନ୍ତା
    ଭାବିଥିଲି ମନେ କେତେ
ପାରିଲିନି କିଛି  ନିରୁପାୟ ମୁହିଁ
       ପଥ ନ ଦିଶଇ ମତେ

ମାନବ-ରୂପୀ ସେ ଜିଅନ୍ତା ରାକ୍ଷସ
      ଲୁଟି ନେଲା ସତୀତ୍ୱକୁ
ପାଲଟି ଯାଇଛି ଜୀବନ୍ତ ଶବ ମୁଁ
    ଖୋଜି ବୁଲେ ଅସ୍ତିତ୍ବକୁ

ଜୀବନ ଯୁଦ୍ଧରେ ଏକାକୀ ଲଢ଼ିବି
       ଶତ୍ରୁର ସଂହାର ପାଇଁ
ଅସ୍ତ୍ର ଧରି ହସ୍ତେ ବିନାଶ କରିବି
       ମୁଖା ପିନ୍ଧି ଏବେ ମୁହିଁ

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...