ଚାହିଁ ବସିଥାଏ ବାଟ
ଭାରି ଭଲ ଲାଗେ ବୁଝେ ମନ କଥା
ଖୋଲିବା ଆଗରୁ ଓଠ ll
ଭଲ ଲାଗେ ମୋତେ ମୋ ମାଆର ହାତ
ପୋଛି ଦିଏ ଯେବେ ଲୁହ
ଭାରି ଭଲ ଲାଗେ ସ୍ନେହ ବୋଳା କଥା
ଜାଗେ ବଞ୍ଚିବାର ମୋହ ll
ଭଲ ଲାଗେ ମୋତେ ବୋଉର ପଣତ
ବୁଝେ ମନତଳ ବ୍ୟଥା
ଭାରି ଭଲଲାଗେ ବାଣ୍ଟି ଦେଉଥାଏ
ମନର ଅକୁହା କଥା ll
ଭଲ ଲାଗେମୋତେ ଆପଣାର ଭାଵି
କରେ ଯଦି କେ ଆକଟ
ଭାରି ଭଲ ଲାଗେ ସ୍ନେହପ୍ରୀତି ତାର
ପୂରିଯାଏ ମୋର ପେଟ ll
ଭଲ ଲାଗେ ମୋତେ କେହି ଯଦି କେବେ
ଦିଏ ଛୋଟ ଉପହାର
ଭାରି ଭଲ ଲାଗେ ସାଇତି ରଖେ ମୁଁ
ଲାଗେ ଅତି ଆପଣାର ll
ଭଲ ଲାଗେ ମୋତେ କେ ଯଦି ଢାଳଇ
ହୃଦୟର ମଧୁ ପ୍ରୀତି
ଭାରି ଭଲ ଲାଗେ ସାଇତି ରଖଇ
ସାଜି ମିଠା ମିଠା ସ୍ମୁତି ll
No comments:
Post a Comment