Tuesday, December 15, 2020

■ ଲଫାପା ଭିତରେ ଚିଠି ■ ✍ଉପେନ୍ଦ୍ର କୁମାର ବସ୍ତିଆ

 
ଉପେନ୍ଦ୍ର କୁମାର ବସ୍ତିଆ  ,9692341388

ତୁମେ ମୋତେ କହିଥିଲ ଅନୁରୋଧ କରି 
କବିତା ଲେଖିବା ପାଇଁ 
କମ୍ପି ଉଠେ ମୋର ଳେଖନୀର ମୁନ 
ଭାଷା ଖୋଜି ପାଉନାହିଁ 
କି, ଲେଖିବି ଆଜ କୁହ 
ଲେଖନୀ ମୁନରୁ ଝରେ ଅବିରତ 
ଶତ କଙ୍କାଳର ଲୁହ 
ଶତ କଙ୍କାଳର ଲୁହ .....   ll

ଲାସ୍ୟ ମୟୀ ତୁମ ପ୍ରତି ଛବି କେବେ 
ମୋ ମାନସେ ଆସୁନାହିଁ 
କୋଟି ରୂପବତୀ କେତେ ସୀତା ସତୀ 
ପଥ ଧାରେ ପଡ଼ିଛଇଁ 
ସେଠି ମୋର ଦୃଷ୍ଟି ବଧ 
ଗଣ ଅଗଣିତ ଯଉବନ ସେଠି 
ଗୋଟିଏ ଚିନ୍ତାରେ ମୁଁ ସ୍ତବ୍ଧ 
ଗୋଟିଏ ଚିନ୍ତାରେ ମୁଁ ସ୍ତବ୍ଧ ......  ll

ତୁମେ ସିନା ସାଥି ବ୍ୟଥିତ ନୁହଁ ଗୋ 
ଅନ୍ନ ମୁଠାଏ ପାଇଁ 
ଭାବିଦେଖ ଥରେ ପୁର ପଲ୍ଲୀରେ 
ମନ ଖୋଲା ହସ ନାହିଁ 
ଶତ ଶତ ନିରିମାଖି 
ମନ ଖୋଲି ଥରେ ଚାହିଁଲେ ସେଠାକୁ 
ଫେରିବନି ତୁମ ଆଖି 
ଫେରିବନି ତୁମ ଆଖି .....  ll

ତୁମେ କି ଜାଣନା ଧନ ଦଉଲତ 
ଶାନ୍ତି ମମତା ନୁହଁ
ଏହା ବୋଲି ମୁଁ ଯେ, 
କହୁନି ତୁମକୁ ପଥ ଭିକାରୁଣୀ ହୁଅ 
ମନ ଖୋଲି ଥରେ କୁହ 
ଏହି ମୋର ସତ୍ୟ ଆରେକ ଛଳନା 
ଏହି ମୋ କବିତା ନିଅ 
ଆଞ୍ଜୁଳା ଭରି ପିଅ 
ଆଞ୍ଜୁଳା ଭରି ପିଅ ......  ll

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...