Tuesday, December 15, 2020

■ ଦରଶନ ଦେ ଥରେ ■ 🙏 ସ୍ୱାଗତିକା ନନ୍ଦ ✍️

ବଡ଼ ଆଶା ନେଇ ଆସିଥିଲି ଧାଇଁ
        ଦେଖିବି କଳା ବଦନ
ଆଖି ଦୁଇ ମୋର ପବିତ୍ର ହୋଇବ
          ସାର୍ଥକ ହେବ ଜୀବନ
  ଗରୁଡ଼ ସ୍ତମ୍ବକୁ  ଜାବୁଡି ଧରି ମୁଁ
       ଦେବି ଦୁଃଖ ମୋର କହି
ତୋର ଶ୍ରୀମନ୍ଦିରୁ ଲେଉଟି ଆସିରେ
           ବଡ଼ଦାଣ୍ଡେ ଅଛି ରହି ..... 

କେମିତି ବସିଛୁ ନିରବ ହୋଇ ତୁ
        ଷାଠିଏ ପଉଠି ଖାଇ
ମୋ ଆଖିର ଲୁହ ତୋ ପାଖରେ କିଆଁ
           ପହଞ୍ଚି ପାରୁନି ଯାଇ
ଟଙ୍କ ତୋରାଣିରେ ଭାରି ସରଧା ମୋ
         ଦୂରୁ ଆସିଥିଲି ଧାଇଁ
ଦେଖି ପାରିଲିନି ତୋର ନାଲି ହସ
         ଓଠ ଧାରେ ଟିକେ କାହିଁ !

କାହିଁକି ଏମିତି ବିଚାର ତୋହର
      କହରେ କାଳିଆ କହ
ଏମିତି ଦୁଃଖ ତୁ କେମିତି ଦଉଛୁ
      ରୋକି ପାରୁନାହିଁ କୋହ
ଆଖି ଥାଇ ମୋତେ ଅନ୍ଧ କରିଦଲୁ
         ତୋର ଦରଶନ ବିନୁ
ଦେଖିବି ତୋହର ନବଘନ ବେଶ
        ଭାବିଲିଣୀ କେତେ ଦିନୁ...!

            ସ୍ବାଗତିକା ନନ୍ଦ , ଜଗତସିଂହପୁର

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...