Sunday, December 13, 2020

■ ବିଶ୍ଵକର୍ମା ■ ✍ ଉପେନ୍ଦ୍ର କୁମାର ବସ୍ତିଆ


କଳା ଭାସ୍କର୍ଯ୍ୟର ଅପୂର୍ଵ ବିନ୍ଧାଣୀ 
   ଧନ୍ୟ ତୁମ କଳା କୃତି 
ବିଶ୍ୱ ସଜା ପାଇଁ ବ୍ରହ୍ମାଙ୍କ ନାଭିରୁ 
   ହୋଇଥିଲା ତୁମ ସୃଷ୍ଟି ll

ଭାଦ୍ରବ ମାସର କନ୍ୟା ସଂକ୍ରାନ୍ତିରେ 
   ଜାତ ହେଲ ହେ ବିନ୍ଧାଣୀ 
ବିଶ୍ୱ ସ୍ରଷ୍ଟାଙ୍କର ଆଦେଶେ ଗଢ଼ିଲ 
   ତିନିପୁର ମନ ଜାଣି ll

ଏ ସାରା ସୃଷ୍ଟିରେ ଯେତେ ଦିବ୍ୟ କୃତି 
   ତୁମେ ବିଶ୍ୱ କାରିଗର 
ଇନ୍ଦ୍ର ପୁରିଠାରୁ ସ୍ଵର୍ଣଲଙ୍କାପୁରୀ 
   ସହିତ ଦ୍ଵାରକା ପୁର ll

ବୃଦ୍ଧ ବଢେଇର ବେଶରେ ଗଢ଼ିଲ
   ଦାରୁ ଦେବତାଙ୍କୁ ଆସି 
ବିଚିତ୍ର ମୂର୍ତ୍ତି ଦେଖିଣ ଚକିତ 
   ସମଗ୍ର ଏ ଦେଶ ବାସୀ ll

କଳ କାରଖାନା ଅସ୍ତ୍ର ଶସ୍ତ୍ର ଆଦି 
   ଯେତେ ବା ଯାନ ବାହାନ 
ଦେବ ଶିଳ୍ପୀ ଜ୍ଞାନେ  ଗଢ଼ିଲ ସେ ସବୁ 
   କିର୍ତ୍ତୀ ରାଜି ଅମଳିନ ll

ଦେବ ବିଶ୍ଵକର୍ମା ଶିଳ୍ପୀ କୁଳଙ୍କର   
   ଘେନ ହେ ପ୍ରଣତି ଆମ 
ତଵ ଆଶୀର୍ବାଦ ଝଟକୁ ଥାଉ ଯେ 
   ଆମର ଏ ଧରା ଧରାଧାମ ll

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...