Friday, January 15, 2021

■ :~ କ୍ଷମା~: ■

-: କ୍ଷମା :-            ✍  ସୁଶୀଲ୍ କୁମାର ଭୋଇ

"ତୁମକୁ' ମୁଁ ଦେଖିନାହିଁ ମୋ  ଆଖିରେ
 ଦେଖିଥିଲି ମାତ୍ର ସମାଜିକ ଗଣ ମାଧ୍ୟମରେ
ବାର୍ତ୍ତାଳାପ କରିଥିଲେ କେତେ ଯେ' ଖୁସିରେ
ସୁଖ-ଦୁଃଖ ବାଣ୍ଟୁଥିଲେ କଥାରେ କଥାରେ  ॥

ସାଥି ସିନା ହୋଇଥିଲେ ଗଣ ମାଧ୍ୟମରେ
ସାଥି ହେଇ ପାରିଲେନି କିନ୍ତୁ ବାସ୍ତବରେ
ବଡ଼ ଭୁଲ ଗୋଟେ ହୋଇଗଲା ଏଇ ବିଷୟରେ
ପାଗଳାମି ଯୋଗୁଁ  ହୋଇଗଲି ଏକା 
ତୁମେ ଛାଡ଼ି ଚାଲିଗଲା ପରେ  ॥

ଭୁଲ୍ ସିନା କରିଦେଲି ଜାଣ-ଅଜାଣତରେ
ହେଲେ ତୁମେ କ୍ଷମା କଲ ନାହିଁ ଚାଲିଗଲ ବହୁଦୂରେ
ଦୁରେ ସିନା ଚାଲିଗଲ ସମ୍ପର୍କକୁ ଦେଲ ଜାଳି  
ହେଲେ ମୁଁ ପାରୁନି ଆଜି ସେଇ ସ୍ମୃତିକୁ ଭୁଲି  ॥

ଆଜି ସିନା ତୁମେ ନାହଁ, ଅଛି ଖାଲି ତୁମ ସ୍ମୃତି 
ସ୍ମୃତିକୁ ସାଇତି ରଖି ଦେଖୁ ଥାଇ ନିତି ନିତି
ନିତି ସିନା ଦେଖୁଥାଏ ମନ ବୁଝିବା ପାଇଁ
ହେଲେ କେମିତି ମନୁ ପାଶୋରିବି ଜାଣିପାରୁ ନାହିଁ  ॥

ତୁମେ ସିନା ରହିଗଲ ସବୁଦୋଷ ମତେ ଦେଇ
ହେଲେ କେବେ ସତ୍ୟତାକୁ ପରଖିଲ ନାହିଁ
ସତ୍ୟତା ଥିଲା ଯାହା ଦିନେ ପରିକାଶ ହେବ
ଯଦି ତୁମେ ବୁଝିଯିବ ମତେ କ୍ଷମା ଦେବ  ॥

ତୁମକୁ ମୁଁ ନିଇତି ଝୁରେ ସକାଳ-ସନ୍ଧ୍ୟାରେ
ପୁଣି ମନେ ମନେ ଖୋଜେ ଏକା ଥିବାବେଳେ
ଏକା ସିନା ରହିଯାଏ ବହୁ ଯନ୍ତ୍ରଣାରେ
ହେଲେ କେତେ ସହିବି ଏଇ ଦୁଃଖ କହିଯାଅ ଥରେ 
ଯଦି ତୁମେ ବୁଝିଯିବ କ୍ଷମା ଦେବ ବାରେ  ॥

                         ✍  ସୁଶୀଲ୍ କୁମାର ଭୋଇ
                                        (ଛାତ୍ର)

ବାରକୁଦା, ପାଞ୍ଚଗାଁ,ଜଟଣୀ,ଖୋର୍ଦ୍ଧା(୭୫୨୦୫୦)

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...