-: କ୍ଷମା :- ✍ ସୁଶୀଲ୍ କୁମାର ଭୋଇ
"ତୁମକୁ' ମୁଁ ଦେଖିନାହିଁ ମୋ ଆଖିରେ
ଦେଖିଥିଲି ମାତ୍ର ସମାଜିକ ଗଣ ମାଧ୍ୟମରେ
ବାର୍ତ୍ତାଳାପ କରିଥିଲେ କେତେ ଯେ' ଖୁସିରେ
ସୁଖ-ଦୁଃଖ ବାଣ୍ଟୁଥିଲେ କଥାରେ କଥାରେ ॥
ସାଥି ସିନା ହୋଇଥିଲେ ଗଣ ମାଧ୍ୟମରେ
ସାଥି ହେଇ ପାରିଲେନି କିନ୍ତୁ ବାସ୍ତବରେ
ବଡ଼ ଭୁଲ ଗୋଟେ ହୋଇଗଲା ଏଇ ବିଷୟରେ
ପାଗଳାମି ଯୋଗୁଁ ହୋଇଗଲି ଏକା
ତୁମେ ଛାଡ଼ି ଚାଲିଗଲା ପରେ ॥
ଭୁଲ୍ ସିନା କରିଦେଲି ଜାଣ-ଅଜାଣତରେ
ହେଲେ ତୁମେ କ୍ଷମା କଲ ନାହିଁ ଚାଲିଗଲ ବହୁଦୂରେ
ଦୁରେ ସିନା ଚାଲିଗଲ ସମ୍ପର୍କକୁ ଦେଲ ଜାଳି
ହେଲେ ମୁଁ ପାରୁନି ଆଜି ସେଇ ସ୍ମୃତିକୁ ଭୁଲି ॥
ଆଜି ସିନା ତୁମେ ନାହଁ, ଅଛି ଖାଲି ତୁମ ସ୍ମୃତି
ସ୍ମୃତିକୁ ସାଇତି ରଖି ଦେଖୁ ଥାଇ ନିତି ନିତି
ନିତି ସିନା ଦେଖୁଥାଏ ମନ ବୁଝିବା ପାଇଁ
ହେଲେ କେମିତି ମନୁ ପାଶୋରିବି ଜାଣିପାରୁ ନାହିଁ ॥
ତୁମେ ସିନା ରହିଗଲ ସବୁଦୋଷ ମତେ ଦେଇ
ହେଲେ କେବେ ସତ୍ୟତାକୁ ପରଖିଲ ନାହିଁ
ସତ୍ୟତା ଥିଲା ଯାହା ଦିନେ ପରିକାଶ ହେବ
ଯଦି ତୁମେ ବୁଝିଯିବ ମତେ କ୍ଷମା ଦେବ ॥
ତୁମକୁ ମୁଁ ନିଇତି ଝୁରେ ସକାଳ-ସନ୍ଧ୍ୟାରେ
ପୁଣି ମନେ ମନେ ଖୋଜେ ଏକା ଥିବାବେଳେ
ଏକା ସିନା ରହିଯାଏ ବହୁ ଯନ୍ତ୍ରଣାରେ
ହେଲେ କେତେ ସହିବି ଏଇ ଦୁଃଖ କହିଯାଅ ଥରେ
ଯଦି ତୁମେ ବୁଝିଯିବ କ୍ଷମା ଦେବ ବାରେ ॥
✍ ସୁଶୀଲ୍ କୁମାର ଭୋଇ
(ଛାତ୍ର)
ବାରକୁଦା, ପାଞ୍ଚଗାଁ,ଜଟଣୀ,ଖୋର୍ଦ୍ଧା(୭୫୨୦୫୦)
No comments:
Post a Comment