---: ପ୍ରେମ ଆକର୍ଷଣ :---- ✍ ସୁଶୀଲ୍ କୁମାର ଭୋଇ
ମୋ ଭଲ ପାଇବା ନଥିଲା ଛଳନାମୟ
ହୃଦୟର କୋଣାନୁକୋଣେ ଥିଲା ତୁମ ପାଇଁ ସ୍ନେହ,
ଭଲ ପାଇବାର ମମତା ଅବିରତ ଭଣ୍ଡାର
ମୋ ନିଃଶ୍ୱାସ-ପ୍ରଶ୍ୱାସ,ଶିରା-ପ୍ରଶିରା, ଧମନୀ-ଶରୀର
ପ୍ରତିଟି ଅଙ୍ଗ ହେଉଥିଲା ତୁମ ପାଇଁ ଆକର୍ଷଣ
ସେ ଆକର୍ଷଣ ହିଁ ସୃଷ୍ଟି କଲା
ତୁମକୁ ନିଜର କରିବାର ମନବୃତ୍ତି ପ୍ରେମ ॥
ତୁମେ ମୋ ଭଲ ପାଇବାକୁ ଛଳନା ଭାବିପାର
ତୁମେ ମୋ ଭଲ ପାଇବାକୁ ଉପହାସ କରିପାର
ତୁମେ ମୋ ଭଲ ପାଇବାକୁ ଖାମ ଖିଆଲ ନେଇପାର
ତୁମେ ମୋ ଭଲ ପାଇବାକୁ ଅସ୍ବୀକାର ବି କରିପାର
ତୁମେ ମୋ ଭଲ ପାଇବାକୁ ଘୃଣା ମଧ୍ୟ କରିପାର
କିନ୍ତୁ ,,,,,,
ମୁଁ' ତୁମକୁ ମୋ ନିଜର ଭାବି ନେଇଛି
ମୁଁ ' ତୁମକୁ ମୋ ହୃଦୟରେ ଜାଗା ଦେଇଛି
ମୁଁ ' ତୁମକୁ ମନେ ମନେ ଜୀବନ ସାଥି କରି ସାରିଛି
ମୋ ଜୀବନର ପ୍ରତିଟି ମୁହୂର୍ତ୍ତ ତୁମକୁ ଝୁରୁଛି
ମୁଁ ' ତୁମକୁ ମୋ ଜୀବନର ସର୍ବସ୍ଵ ଭାବି ସାରିଛି ॥
ହେଲେ ତୁମେ ;
ମୋ ଭଲ ପାଇବାକୁ ଛଳନା ଭାବିପାର
ତୁମେ ; ତୁମ ହୃଦୟରେ ମତେ ଜାଗା ଦେଇ ନ ପାର
ତୁମେ ; ତୁମ ଜୀବନ ସାଥି ମତେ କରିନପାର
ତୁମେ ; ମତେ ଘୃଣା ବି କରିପାର
ତୁମେ ; ତମ ହୃଦୟକୁ ଆଉ କାହାକୁ ଦେଇପାର
ହେଲେ ; ମୁଁ ' ତୁମକୁ ଭଲ ପାଉଛି ପାଉଥିବି
ତୁମକୁ ପାଇବାର ଅପେକ୍ଷାରେ ଅଛି
ତୁମ ପାଇଁ ଜିଇଁ ଜିଇଁ ମରୁଛି
କେବଳ ତୁମ ପାଇଁ, ତୁମ ପାଇଁ ହିଁ ବଞ୍ଚିଛି ॥
ମୋ ହାତ କଟା "ପାପୁଲିର" ରକ୍ତବିନ୍ଦୁ ଯାହା ଦର୍ଶାଉଛି
ମୁଁ ' କାଳେ ଗୋଟେ ପାଗଳ ସାରା ଦୁନିଆ କହୁଛି
ମୋ ଭଲ ପାଇବାକୁ ଦେଖି ଦୁନିଆଁ ହସୁଛି
କିନ୍ତୁ ମୁଁ ' ତୁମକୁ ପାଇବା ପାଇଁ ହିଁ ପାଗଳ ହେଇଛି ॥
ମୋ ଭଲ ପାଇବା ତୁମ ପାଇଁ ହୋଇ ଥାଇପାରେ,
ଧମକ ପୂର୍ଣ୍ଣ , ଯାହାକୁ ମୁଁ ଅସ୍ବୀକାର କରୁଛି
ମୁଁ ମାନୁଛି ମୁଁ ' ଭୁଲ୍ କରିଛି
ତୁମକୁ ପାଇବା ପାଇଁ ମୁଁ ' ମୋ ଭାରସାମ୍ୟ ହରେଇଛି
ତୁମକୁ ପାଇବା ପାଇଁ ,,,,
ଦୁନିଆ ଆଗରେ ତୁମକୁ ବଦନାମ କରିଛି
ତୁମ ମନରେ ବହୁତ ଦୁଃଖ-କଷ୍ଟ-ଯନ୍ତ୍ରଣା ଦେଇଛି ॥
ତଥାପି ,,,,,
ଶେଷରେ ମୁଁ ' ଏତିକି କହୁଛି
ତୁମକୁ ଭଲ ପାଉଥିଲି ,ଭଲ ପାଉଥିବି,
ଭଲ ପାଉଛି , ମୁଁ ' ତୁମକୁ ଭଲ ପାଉଛି ॥
❣❣❣❣❣❣❣
✍ ସୁଶୀଲ୍ କୁମାର ଭୋଇ
(ସାମାଜିକ କର୍ମୀ)
ବରକୁଦା, ପାଞ୍ଚଗାଁ,ଜଟଣୀ,ଖୋର୍ଦ୍ଧା(୭୫୨୦୫୦)
No comments:
Post a Comment