Saturday, January 23, 2021

■ କହରେ ବଂଶୀ ■

କହରେ ବଇଁଶୀ
    - -- - - -- - -- -- -- -- -
ରାଧା ପଚାରନ୍ତି କହରେ ବଇଁଶୀ 
      ବିନ୍ଧାଣି ଗଢିଲା କାହୁଁ 
ଯମୁନା ଘାଟର କହ୍ନେଇ ଓଠରେ 
     ରାଧା ରାଧା ନାମ ଗାଉ 
ଜାତିରେ ତୁ କଣ୍ଟା ବାଉଁଶ କାଣ୍ଡରେ 
     ତୋ ସରି ତ କେହି ନାହିଁ 
କେଉଁ ପୁଣ୍ୟ ବଳେ କହ୍ନେଇ ହାତର
      ରହିଛୁ ବଇଁଶୀ ତୁହି 
କେତେ ଯତନରେ ଗଢିଲା ତୋତେରେ 
      ସୁନାର ବେଣ୍ଟ ଲଗାଇ 
ଗୋପ ଗୋପାଳୁଣୀ ପାଗଳୀ ତୋ ପ୍ରେମେ 
     ତୋ ସୁର ମାଧୁରୀ ପାଇଁ 
ରାଧା ରାଧା ତୁହି ଡାକିଦେଲେ ଥରେ 
        ମନ ମୋ ହୁଏ ଅଧିର 
କୂଳବଧୁ ରାଧା କଳଙ୍କିନୀ ସାଜେ 
       କରୁ ତୁ ଯାଦୁ ମନ୍ତର 
ତୋ ପାଇଁ ବଇଁଶୀ ବାଜୁଛିରେ ନୀତି 
      ଗୋପରେ ନିନ୍ଦା ନାଗରା  
ଶାଶୁ ନଣନ୍ଦରେ ଘରରେ ବଇଁଶୀ 
      ଶୁଣୁଛି ଟାହି ଟାପରେ 
ଧନ୍ୟରେ ବଇଁଶୀ ଧନ୍ୟ ତୋର ଜାତି  
     ପ୍ରିୟ ତୁ କଳା କାହ୍ନୁର
ବାଉଁଶରୁ ସୃଷ୍ଟି ତୋହର ଉତ୍ପତ୍ତି 
     ସାର୍ଥକ ଜନମ ତୋର 
        * * * * * *   ପ୍ରବୀର ମଲ୍ଲିକ 
                      ଶାରଳା ପୀଠ , ଝଙ୍କଡ଼ 
                            ଜଗତସିଂହପୁର

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...