ଜଳହିଁ ଜୀବନ - 91
ଜଳ ହିଁ ଜୀବନ ଯୁକ୍ତ ଯଥାମାନ୍ୟ
ଜନ ମାନସରେ ଜାଗ
ଜଳର ବିହୁନେ ମରତ ଭୁବନେ
ପ୍ରୀତି ପରିତ୍ୟାକ୍ତ ପାଗ
ସଭିଙ୍କର ତୁଣ୍ତେ ଏ ବିଶ୍ୱ ଭୁଖଣ୍ତେ
ପ୍ରତିଟି ପ୍ରାଣେ ପ୍ରଜୁଯ୍ୟ
ହେଲେ ଆନମନା ନୁହେଁ ସମ୍ଭାବନା
ଅନାହୁତି ଅନିର୍ବାଯ୍ୟ
- ଦାଶରଥି ସାହୁ
ଝର ଝର ଯାର ବକ୍ଷରୁ ନିର୍ଗତ
ଝରୁଥାଏ ନିରନ୍ତର
ବୁକୁ ଚିରି ଶୋଷ ମୋଣ୍ଟାଏ ଆମର
ଅମୃତର ଧାର ନୀର
ଜର୍ଜରିତ ଦେହେ ଶକ୍ତିର ସଞ୍ଚାର
ଏତ ବସୁଧାଙ୍କ କ୍ଷୀର
ସଞ୍ଚୟ କରହେ ପର ପିଢ଼ି ପାଇଁ
ଜଳ ଜୀବନ ଆମର
‐ ରାଧା କୃଷ୍ଣ ବାୟକ
ବୁଝିଲେ ଜଳର ମହତ୍ତ୍ଵ
ରହିବ ଆମରି ମହତ
ବେଳହୁଁ ହୁଅ ସାବଧାନ
ଯତନେ କର ସଂରକ୍ଷଣ
ଜଳହିଁ ଜୀବନ ଯୌବନ
କବଚ ପରିଧାନ ପ୍ରାଣ ....
- ସନ୍ତୋଷ ପଟ୍ଟନାୟକ
ଜଳ ବିନା ପ୍ରାଣୀ ବଞ୍ଚିବା ଏଇଠି
ଅଟଇ ଯେ ଭାରି କଷ୍ଟ
ତେଣୁ ଯେ ଜଳକୁ ଅଯଥାରେ କେହି
କର ନାହିଁ କେବେ ନଷ୍ଟ
ଜଳ ହିଁ ଜୀବନ ଆହେ ବନ୍ଧୁଗଣ
ରଖ ସଦା ତାକୁ ପାଖେ
ଜଳ ବିନା ତୃଷ୍ଣା ନୁହେଁ ନିବାରଣ
ଜଳ ପାଇଁ ପ୍ରାଣ ବଞ୍ଚେ
- ଜଗବନ୍ଧୁ ସାହୁ
ପ୍ରାଣୀର ପରାଣ ଜଳରେ ରହିଛି
ଜଳ ବିନା ଯାଏ ନାଶ
ତଥାପି ବୁଝେନି ମାନବ ବିଚରା
ଜଳରେ ଭରୁଛି ବିଷ
ସଂରକ୍ଷଣ କେବେ କରେନାହିଁ ତିଳେ
କରେ ସଦା ନାରଖାର
ଜଳ ଦିନେ ନିଶ୍ଚେ ସାଜିବ ଦାରୁଣ
ଦେବ ତା ପ୍ରତି ଉତ୍ତର
- ଟୁକୁନା ସାହୁ
ଜଳ ବିନା ଜୀବ ନୁହଁଇ ସହଜ
ଜଳ ହିଁ ମୁଖ୍ୟ ଉତ୍ପାଦ
ଜୀବ ଜଗତର ପ୍ରାକୃତିକ କ୍ରିୟା
ଜଳ ଲାଗି ହଁ ସମ୍ଭବ
ଜଳ ଅପଚୟ ଘୋର ଚିନ୍ତାନୀୟ
ଜଳ ସଂରକ୍ଷଣ ଜନ
ଜଳ ପାଇଁ ସୃଷ୍ଟି ରହିଅଛି ତିଷ୍ଟି
ଜଳ ହିଁ ଆମ ଜୀବନ
- ପ୍ରବୀର ମଲ୍ଲିକ୍
ସୁସ୍ଥ ପରିବେଶ ଥିଲେ ହିଁ ଧରାରେ
ଆକାଶ ବୁକୁକୁ ଭାଙ୍ଗି
ମାଟିରୁ ଆକାଶ ଆକାଶରୁ ମାଟି
ଜଳଚକ୍ର ଥାଏ ଲାଗି
ଜଳଚକ୍ର ପାଇଁ ଆବଶ୍ଯକ ବୃକ୍ଷ
ବୃକ୍ଷ ଯୋଗୁଁ ହୁଏ ବର୍ଷା
ବରଷାର ମାତ୍ରା କମିଲେ ଧରାରେ
ପଡଇ ଦୁର୍ଭିକ୍ଷ ଦଶା
କ୍ଷେତ ପାଇଁ ଜଳ ଦେହ ପାଇଁ ଜଳ
ସବୁରି ମୂଳରେ ଜଳ
ତେଣୁ ସବୁ କର ଜଳ ସଂରକ୍ଷଣ
ନକରି ତିଳେହେଁ ଛଳ
- ରବିନ୍ଦ୍ର ସାହୁ
ବିଶ୍ୱ ନିୟନ୍ତାଙ୍କ ସୃଷ୍ଟି ସର୍ଜନାରେ
ଜଳ ଅତି ମୂଲ୍ୟବାନ
ଜଳ ବିନା ଏଠି ସର୍ବେ ଜଡ଼ତୁଲ୍ୟ
ତା' ସାଥେ ବନ୍ଧା ଜୀବନ
ଜୀବନ ଜୀବିକା ଉତ୍ପାଦନ କାର୍ଯ୍ୟେ
ଜଳ କରେ ଉପକାର
କୃଷିକାର୍ଯ୍ୟ ଠାରୁ କଳକାରଖାନା
ସବୁଠି ତା' ଦରକାର
-ରାମ ଚନ୍ଦ୍ର ପ୍ରଧାନ
No comments:
Post a Comment