Monday, January 11, 2021

ସମର୍ପଣ ( topic - 90 ଶଗଡ଼ ) quote #quot

#ଶଗଡ଼  - 90 

ଝିଅ ବିଦା ଠାରୁ ଗମନାଗମନ 
      ବିଲରୁ ଅମଳ ଧାନ 
ସଭିଙ୍କ  ଆଦରେ ବିତୁଥିଲା ଦିନ 
        ଅତୀତ ଏବେ ସେ'ଦିନ
ରହିଛି କିଞ୍ଚିତେ ଗାଆଁ ଗହଳିରେ 
       ବଳଦ ଟଣା ଶଗଡ଼ 
ଭବିଷ୍ୟତେ ହବ ସ୍ମୃତି ସ୍ମରଣୀକା 
      ଏଇକଥା ନୁହେଁ  ବଡ଼
     - ସନ୍ତୋଷ ପଟ୍ଟନାୟକ 

ନାହିଁ କାଚା ରାସ୍ତା ନାହିଁ ସେ' ଶଗଡ଼
       ବିଲୁପ୍ତ ପ୍ରାୟ ବଳଦ 
ବିଲରେ ବୁଲୁନି ହଳୁଆର ହଳ
      ଶୁଭୁନି ହ‐ଗୋଡ଼ ଶବ୍ଦ 
ପକ୍କା ଶଡ଼କରେ ଯନ୍ତ୍ର ବାହାନରେ
        ଜନତାଏ ଆତଯାତ 
ବିକାଶ ନାଆଁରେ ମଣିଷ ରଚୁଛି
          ବିନାଶର ଚକ୍ରପାତ 
             ‐ ରାଧା କୄଷ୍ଣ ବାୟକ

ଶଗଡର ସ୍ଥିତି ପୂର୍ଣ୍ଣଛେଦ ପଂକ୍ତି
      ଅସିଆ କାଳ ମସିଆ
ଏକବିଂଶେ ଯାନ କ୍ଷିପ୍ର ଏ ବାହାନ
         ନିଇତି ନାକେରା ନୂଆ
ଅଭୟ ଆବୋରେ ଶଗଡ ଉପରେ
     ବଧୂ ବିଦା ଶାଶୁଘର
ଏ ଯାନ ବାହାନ ନୁହେଁ ଯଥାମାନ୍ୟ
         ବିସ୍ତାରିତ ବିପଦର
               - ଦାଶରଥି ସାହୁ

ଦୁଇ ଅଖ ଲଗା  କାଠରେ ତିଆରି 
       ନାମ ତା ଶଗଡ ଗାଡି 
କେଁ କଟ କଟ  କରିଯେ ରାସ୍ତାରେ
         ଯାଉଥାଏ ଗଡି ଗଡି
ନାହିଁ ଶଗଡିଆ  ନାହିଁ ତ ଶଗଡ 
          ଶୁଭୁନି ହଳିଆ ଗୀତ 
ପଛଦିନ କଥା  ସ୍ମୃତି ପରି ଲାଗେ
        ଭାବିଲା ବେଳକୁ ମିତ
                 - ଜଗବନ୍ଧୁ ସାହୁ

ଅଧୁନା ଯୁଗରେ ରାସ୍ତାରେ ଶୁଭୁନି
     ଶଗଡ଼ର କେଁ କଟର
ପଲ୍ଲୀ ଠାରୁ ଦିଲ୍ଲୀ  ସବୁଠି ଶୁଭୁଛି
    ପେଁଏଁ ପାଁ ଗାଡ଼ି ମଟର
ସମାଜର ଚିତ୍ର  ବଦଳି ଯାଇଛି
   ନାଁ ଅଛି ତା' ପାଖେ ଭିଡ଼ 
ତଥାପି ରହିଛି  ସ୍ମୃତି ଆଇନାରେ
    ମାଗୁଣିର ସେ ଶଗଡ଼ 
           - ରାମ ଚନ୍ଦ୍ର ପ୍ରଧାନ

ପୁରୁଣା ଯୁଗରେ ଯାତାୟାତ ପାଇଁ
      ଶଗଡ଼ର ବେବହାର 
ମଣିଷ ସହିତ ଶଗଡ଼ ସମ୍ପୃକ୍ତି 
      ଘନିଷ୍ଠ ନିକଟତର 
ଆଧୁନିକ ଯୁଗେ ଶଗଡ଼ ହଜିଛି 
      ହଜିଛି ଚାହିଦା ତାର 
ପ୍ରତିଛବି ହୋଇ ସ୍ମୃତି ପାଲଟିଛି 
      ଇତିହାସ ଆଇନାର 
              - ପ୍ରବୀର ମଲ୍ଲିକ୍

କ୍ଷେତରେ ପାଚିଲେ ଫସଲ ଆବର 
       କୃଷକ ମନ ହରଷ 
ବଳଦ କଷଣ ଅବଶ୍ୟ ଭୋଗଇ 
   ବୋହି ବୋହି କରେ ଶେଷ
ଶଗଡ଼ ଗାଡ଼ିରେ କୃଷକ ଗୀତରେ 
     ଦୂର ହୁଏ ତାର କ୍ଲେଶ 
ବାସି ପଖାଳର ମୁନ୍ଦିଏ ତୋରାଣି 
     ମିଳଇ ତାକୁ ଅବଶ୍ୟ 
               - ଟୁକୁନା ସାହୁ

ବିନା ପ୍ରଦୂଷଣେ ଶଗଡ ଗାଡିଟା
     ଯେବେ ଯାଉଥିଲା ଗଡି
ହସୁଥିଲା ସେବେ ଆମ ପରିବେଶ
     ସୌନ୍ଦର୍ଯ୍ୟ କୋଳରେ ବଢି
ଧାନ, ମୁଗ, ବିରି, କୋଳଥ ,ମାଣ୍ତିଆ
     ନେଉଥିଲା ଆଗ ବୋହି 
ଏବେ ସେ ଶଗଡ ଶରଶଯ୍ଯା ପରି
      ଗୁହାଳେ ପଡିଛି ଶୋଇ
ଯାନ ବାହାନର ଚାହିଦା ବଢିଲା
      ଦୂଷିତ ହୋଇଲା ବାୟୁ
 ନାନା ରୋଗବ୍ୟାଧି ମଣିଷକୁ ଗ୍ରାସି
       କମିଲା ତାହାର ଆୟୁ 
                 -  ରବିନ୍ଦ୍ର ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...