✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ
ମଣିଷ କର୍ମର ବିଚାର ବିମର୍ଶ
ସ୍ବର୍ଗେ ପଡ଼ିଥିଲା କଥା
ସ୍ବର୍ଗ ଅଧିପତି ଦେବରାଜ ଇଦ୍ର
ଭିଆଣରେ ଥିଲା ସଭା
ଏ'ସମୟେ ନାରଦ ଦେବା,
ବୋଇଲେ ଭୋ ଦେଵ ! ଉପାୟକୁ ଚିନ୍ତ
ମର୍ତ୍ତ୍ୟୁ ଅଗ୍ନି ହେଉ ନିର୍ବାପିତା
ଦେବର୍ଷି ବାକ୍ୟରେ କୋପ ଅଗ୍ନିଦେବ
ଗର୍ଜନ୍ତି ସେ' ଉଚ୍ଚସ୍ବରେ
ପାଷାଣ୍ଡ ମାନବ ସପକ୍ଷେ କିମ୍ପାଇଁ
ଓକିଲାତି ଋଷିବରେ ?
ଅତୀତେ ଡାଇନୋସରେ
କୋଟି କୋଟି ବର୍ଷ ଶାସନ କାଳରେ
ନଥିଲା ପୃଥ୍ବୀ ଅତ୍ୟାଚାରେ
ମାତ୍ର ଶହେ ବର୍ଷ ଶାସନ ଭିତରେ
ମଣିଷ ତା' ସୀମା ବାହାରେ ...
ଚାହିଁ ଅଗ୍ନିଦେବେ ବୋଇଲେ ଦେବର୍ଷି
ଉଚିତ୍ କଥା ଭୋ ଦେବ !
ଅଛି କିନ୍ତୁ ଏକ ଖେଦ
ମଣିଷ ତା'କର୍ମ ଭୋଗିବ ନିଶ୍ଚିତ
ପଶୁ-ପକ୍ଷୀ କଥା ଚିନ୍ତ
ହେ' ଦେବପତି ଅନୁନୟ ମୋର
କିଛି ତ' ଉପାୟ କର
ପ୍ରଶାସନ ଠାରୁ ନିରାଶ ପ୍ରାଣୀଙ୍କୁ
ବଢାଅ କରୁଣା ଧାର
ସଦୟ ଦେବେନ୍ଦ୍ର ଗିର
ବୋଇଲେ ବ୍ୟବସ୍ଥା ନିଶ୍ଚିତ ହୋଇବ
ଚଳିଲି ମୁଁ' ମର୍ତ୍ତ୍ୟପୁର .....
✍ ସନ୍ତୋଷ ପଟ୍ଟନାୟକ ,ଗଞ୍ଜାମ
No comments:
Post a Comment