Thursday, March 4, 2021

ସମର୍ପଣ (topic - 99 ଅନେଶତ ରାଣୀ ରଜା ) quote #quot

- ଅନେଶତ ରାଣୀ ରାଜା - 99

କାମଦେବ ମଦନ ମହାନାୟକ
    ଅନେଶତ ରାଣୀ ରାଜା
ସର୍ବାଙ୍ଗରେ ଖେଳେ ସମ୍ଭୋଗର ଇଚ୍ଛା
      ଭୃକ୍ଷେପ କରେନା ଲଜ୍ଜା 
ଅନୁରାଗେ ଭରା ଅନ୍ତର ତାହାର
     ସଦା ସହବାସେ ମଜେ 
ଶତ ନିତମ୍ବିନୀ ତା ଶଯ୍ୟା ସଙ୍ଗିନୀ
     ସ୍ୱୟଂ ନୃପତି ତା ରାଜ୍ୟେ 
ଏଇ ଭୂଖଣ୍ଡରେ ଜିଗଲୋ ନାମରେ
      ଅର୍ଥ କାମନାର ନିଶା
ଲୋକ ଲଜ୍ଜା ତାର ପାଦର କୀଙ୍କର 
     ସେ ଏକ ପୁରୁଷ ବେଶ୍ୟା 
              - ପ୍ରବୀର ମଲ୍ଲିକ୍ 

ସପନ ବଣିକ ରଙ୍ଗିଲା ନାୟକ
    ମୁଁ ଅନେଶତ ରାଣୀ ରଜା
କେବେ କଳଙ୍କିତ କେବେ ମୁଁ ଚର୍ଚ୍ଚିତ
    କେବେ ପୁଣି ପ୍ରେମରେ ପୂଜା
ପ୍ରେମ ବଗିଚାର ମୁଁ ଉଡ଼ା ଭଅଁର
    ସବୁଠି ପଡ଼ଇ ମୋ ଖୋଜା
ସ୍ବପ୍ନ ଆକାଶର ମୁଁ ଭସା ମେଘଟେ
   ସ୍ମୃତି ମୋର ପୀରତି ଭିଜା
କିଏ କହେ ମୁଁ ଯେ ସୁରିଲା ଗାୟକ
  ସୁର ମୋ ଲାଗେ ଭାରି ମଜା
ଆଉ କିଏ କହେ ମୁଁ ଗୋଟେ ପଥିକ
     ମତ୍ତି-ଗତି ମୋ ଦିଗହଜା 
             - ରାମ ଚନ୍ଦ୍ର ପ୍ରଧାନ

ବିଳାସ ବ୍ୟସନେ ଭୁଲି ରାଜକର୍ମ
      ମଦିରାରେ ସଦା ବୁଡି 
ଅନେକ ନାରୀଙ୍କ ମଥାରେ ସିନ୍ଦୂର 
     ରାଜା ଦେଉଥିଲେ ବାଢ଼ି 
ସୀମିତ ବିବାହ ଭୁଲି ଯାଉଥିଲେ 
       ସର୍ବ ରାଜପରିବାର 
ଅନେଶତ ରାଣୀ ବିବାହ ପରେବି 
     ରାଜା ଥିଲେ ନୃପ ସାର 
                      - ଟୁକୁନା ସାହୁ

ଝିଲି ମିଲି ମଲ୍ଲୀ  ଅଛନ୍ତି ଯେ ମୋର 
      ଅନେଶତ ପାଟରାଣୀ 
ପ୍ରେମ ଭରା ସିଏ   ପ୍ରୀତିର ପରସ
         ଦିଅନ୍ତି ମୋ ହୃଦେ ବୁଣି
ତାଙ୍କ ହୃଦୟର  ପ୍ରେମ ବଗିଚାରେ 
         ମୁଁ ଯେ ଦୁଷ୍ଟ ପ୍ରଜାପତି
ପ୍ରୀତି ରଚୁ ରଚୁ ବାସର ଶେଯରେ 
        ପାହି ପାହି ଆସେ ରାତି
                   - ଜଗବନ୍ଧୁ ସାହୁ

ତେଲ ଲୁଣର ଏ ଦୁନିଆଁ ଭିତରେ
     ମନେ ମନେ ଖାଇ ଖଜା
ଅଛନ୍ତି କେତେଯେ ରଙ୍ଗିଲା ନାୟକ
       ଅନେଶତ ରାଣୀରଜା
ଭୁଲି ପରିବାର ଯାଇ ରଙ୍ଗଶାଳା
       ବିଳାସେ ବିତାନ୍ତି ଦିନ
ଉପରେ ଲାଗନ୍ତି ଭଦ୍ରଲୋକି ପରି
         ଭିତରେ ଚରିତ୍ରହୀନ 
                    - ରବିନ୍ଦ୍ର ସାହୁ 

ଅନେଶତ ରାଣୀ ବିବାହ ନକରି 
       ଅନେଶତ ମନ ଜିଣ 
ସମ୍ଭୋଗ ନୁହଁଇ ଜୀବନ ସମ୍ବଳ 
      ପ୍ରେମର ମହତ୍ତ୍ୱ ଜାଣ 
ଅତୀତ କୋଳରେ ଅଫେରା ଅତୀତ  
       ଦରଦୀ ହୃଦୟ ରଞ୍ଜା 
ଭୋକିଲା ମନର ଇଲାକା ଜିଣି ତୁ'
       ହେଇଯା ଆଜିକା ରଜା
             - ସନ୍ତୋଷ ପଟ୍ଟନାୟକ

ଅଲଜ୍ୟା ଅଙ୍ଗନା ଆବୋରେ ଆଇନା
       ଅଙ୍ଗଭଙ୍ଗି ଅପ୍ରମୟ
ଅଭିଶପ୍ତେ ଅମା ଅଳନ୍ଧୁ ଅରମା
      ଅନୁଶୋଚନା ଅଥୟ
ଅବଚେତନାର ଅନ୍ଧାରି ଆସର
      ଅଭିସାରିକାରେ ସଜା
ଅସହ୍ୟ ବେଦନା ବିଦ୍ରୁପେ ବଇନା
     ଅନେଶତ ରାଣୀ ରଜା
                 - ଦାଶରଥି ସାହୁ

କଳିକାଳ ନର କାମଦେବ ନୃପ
    କାମନା ଅଟେ ତା' ନିଶା 
ନାରୀ କୋଳେ ଧରି କରୁଥାନ୍ତି କେଳି
     କୁହ କିଏ ଏଠି ବେଶ୍ୟା !?
ମନରେ ଭାବନ୍ତି ପୁରୁଷ ପ୍ରଜାତୀ
   ନାରୀ ସର୍ବେ ତା'ଭାରିଜା 
ଅଲାଜୁକ ପଣେ ବୁଲି କହୁଥାନ୍ତି
   ଅନେଶତ ରାଣୀ ରାଜା 
                 - ରାଧା କୃଷ୍ଣ ବାୟକ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...