Wednesday, March 3, 2021

ସମର୍ପଣ (topic - 98 ସ୍ବାର୍ଥ ) quote #quot

ସ୍ବାର୍ଥ  - 98

ସ୍ବର୍ଥେ ଭରା ଆଜି ସ୍ବରାଜ ଶାସନ
ସମ୍ଭ୍ରାନ୍ତରେ ଗଣା ନିଶା ସେବନ 
ପୁରସ୍କୃତ ନିତି ଚାଟୁକାର ଏଠି 
ଶାନ୍ତି ରକ୍ଷା ପାଇଁ ଛନ୍ତି ଉଗ୍ରପନ୍ଥୀ 
ନାରୀ ମାଂସ ଲୋଭେ ପଡିଛି ସମାଜ 
ମତୃହନ୍ତା ସର୍ବ ନରାଧମ  ଆଜ
ଆପଣା ସ୍ବାର୍ଥରେ ସଂସ୍କୃତି ଚିଜ  
ପାଶ୍ଚାତ୍ୟ ସ୍ବର୍ଶକୁ ଅଧିର ଭୁଜ 
            - ସନ୍ତୋଷ ପଟ୍ଟନାୟକ 

ସ୍ବାର୍ଥେ ଅନ୍ଧ ହୋଇ   ଆଜି ଏ ମଣିଷ 
        କରେ କେତେ ହୀନ କର୍ମ 
ପର ତଣ୍ଟି ଚିପି   ଆପଣା ମୁଣାକୁ 
         କରୁଥାଏ ସିଏ ପୂର୍ଣ୍ଣ
ପୋଛିଦିଅ ଭାଇ  ମିଛ ଅହଂକାର
       ନୁହଁଇ କିଛି ଆମର
ଇଶ୍ବର ଆଦେଶେ   ଆସିଛେ ମହୀକୁ
       ଏପରା ମାୟା ସଂସାର
                 - ଜଗବନ୍ଧୁ ସାହୁ 

ସ୍ୱାର୍ଥରେ ସମ୍ପର୍କ ନିମିଷକେ ମୂକ
      ହୃଦୟେ ଭରଇ କ୍ଷତ
ନିଃସ୍ୱାର୍ଥର ଡୋର ଅଜର ଅମର
       ଏହା ହିଁ ନିଛକ ସତ
ସ୍ୱାର୍ଥ ଏହି ଶବ୍ବ ସର୍ବଦା ବିଚ୍ଛେଦ
       ପରମାଦେ ପରିପୂର୍ଣ୍ଣ
ସୁଦ୍ଧ କର ମନ ଆହେ ସୁଧି ଜନ
       ଜୀବନ ଅଢେଇ ଦିନ
                ‐ ଦାଶରଥି ସାହୁ

ନିଜ ସ୍ୱାର୍ଥ ପାଇଁ ଅନ୍ୟର ବିଶ୍ୱାସେ 
    ଭରେଯେ ମିଥ୍ୟା ଜହର 
ଦୁନିଆ ପିନ୍ଧାଏ କଳଙ୍କ ମୁକୁଟ 
     ନାମ ତାର ସ୍ୱାର୍ଥପର  
ସମୁହ ସ୍ଵାର୍ଥରେ ବ୍ରତୀ ହୁଅ ବାରେ 
     ମୋହ,ମାୟା କରି ଇତି 
ନିଃସ୍ୱାର୍ଥ  ସେବାରେ ସମର୍ପିତ ହୁଅ
        ସ୍ୱାର୍ଥକୁ ଦିଅ ଆହୁତି 
               - ପ୍ରବୀର ମଲ୍ଲିକ୍

ଧର୍ମଦାଣ୍ତେ ଆଜି ଅଧର୍ମର ବାନା
    ଦେଖ ଫର ଫର ଉଡ଼େ 
ରାକ୍ଷସ ମେଳରେ ଧର୍ମରାଜ ମୁଣ୍ଡ
    କାହିଁ ପାଇଁ ନଇଁ ପଡ଼େ 
ଧର୍ମପଥ ଛାଡ଼ି ଅଧର୍ମେ ଚାଲିଲ
    ସ୍ବାର୍ଥକୁ ସାରଥି କଲ 
ଅଧର୍ମର କେବେ ହେଇନି ବିଜୟ
     ହୋଇବ ତ କଲବଲ 
              - ରାଧା କୃଷ୍ଣ ବାୟକ

ସ୍ୱାର୍ଥପର ଏଇ ଦୁନିଆଁ ଦାଣ୍ଡରେ
      ସଭିଏଁ ସ୍ୱାର୍ଥରେ ବନ୍ଧା
ଲୋକ ଦେଖାଣିଆ ବାସ ଯେ ଛୁଟାଏ
     ନୁହେଁ ସେ ରଜନୀ ଗନ୍ଧା
ରକ୍ଷକ ଏଇଠି ଭକ୍ଷକ ସାଜିଛି
    ଅନ୍ଧ ହୋଇ ମିଛ ସ୍ଵାର୍ଥେ
ବିଚରା ଧର୍ମଟା ନିରବି କାନ୍ଦୁଛି
       ଚାଲି ଅଧର୍ମର ପଥେ
ସ୍ୱାର୍ଥର ଅଳନ୍ଧୁ ହୃଦୟରୁ ପୋଛି
       ମନେ ବୁଣ ସ୍ନେହ ପ୍ରୀତି
ସମାଜ ଗଠନେ ଯେତେ ଦୁଃଖ ଆସୁ
         ସହି ନିଅ ମଥାପାତି 
                - ରାମ ଚନ୍ଦ୍ର ପ୍ରଧାନ

ନିଃସ୍ୱାର୍ଥ ଯଜ୍ଞରେ ସ୍ୱାର୍ଥର ଆହୁତି 
      ଦେବେ ଯଦି ସର୍ବ ଜନ 
ସରଗ ହୋଇବ ଏ ମର୍ତ୍ତ୍ୟ ଭବନ 
        ରହିବେନି କେ ଦୁର୍ଜନ 
ଅବଶ୍ୟ ଆନନ୍ଦ ହେବେ ନିତ୍ୟାନନ୍ଦ 
      ସର୍ବେ ହେଲେ ଏକାକାର 
ଦୁଃଖ ଦୁର୍ଦ୍ଦଶାର ଅନ୍ତ ହେବ ନିଶ୍ଚେ 
       ସ୍ଵାର୍ଥକୁ କରିଲେ ପର 
                 - ଟୁକୁନା ସାହୁ

ସ୍ବାର୍ଥରେ ଚାଲୁଛି ଆଜି ଏ ମଣିଷ
      ଅବାଟରେ ପାଦ ଥାପି
 ନିଜ ସୁଖ ପାଇଁ ଅନ୍ୟର ଖୁସିକୁ
      ପାଦରେ ଦିଏସେ ଚାପି
କାନ ଥାଇ ଆଜି ବଧିର ହୁଏ ସେ
      ଆଖି ଥାଇ ହୁଏ ଅନ୍ଧ
ସ୍ବାର୍ଥର ଚାଦର ଘୋଡି ହୋଇ ସିଏ
        ଜାଣୁନାହିଁ ଭଲମନ୍ଦ
                 - ରବିନ୍ଦ୍ର ସାହୁ

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...