ହେ ବୀର ଯବାନ୍ ,
ତୁମକୁ କୋଟି ସଲାମ୍
✍ ଉପେନ୍ଦ୍ର କୁମାର ବସ୍ତିଆ
( ରାଉଲକେଲା )
ମାତୃଭୂମି ମୋହ ତୁମରି ପରାଣେ
ସପର୍ପିତ ସଦା ଜୀବନ
ଗର୍ବ ଗଉରବେ ବିଶ୍ବେ ପରିଚିତ
ଭାରତମାତାର ସମ୍ମାନ॥୧॥
କରମ ଆଦରି ସଜାଗ ପ୍ରହରୀ
ଅସାଧ୍ୟ ତୁମ ସାଧନ
ମାତୃଭୂମି ସେବା ତୁମ ମୂଳ ଲକ୍ଷ୍ୟ
ସବୁରି ଶ୍ରଦ୍ଧା ଭାଜନ
ପ୍ରଜା ହେଉ ଅବା ରାଜନ
ସବୁରି ସହାୟ ତୁମ ଦାମ୍ଭିକତା
ଧନ୍ୟ ତୁମ ବଳିଦାନ ॥୨॥
ଦୂରାଚାରୀ ଶତ୍ରୁ ବକ୍ଷକୁ ବିଦାରି
ରଖୁଥାଅ ଆମ ସମ୍ମାନ
ହେ'ବୀର ଯବାନ୍ ଘେନ ମୋ' ସଲାମ୍
ନିଅ ଶ୍ରଦ୍ଧାର ସୁମନ
ତୁମେ ହିଁ ଦିବ୍ୟ ସନ୍ତାନ
ଦେଶ ପ୍ରେମ ବହ୍ନି ପ୍ରଜ୍ବଳିତ ଆଜି
ବ୍ୟର୍ଥ ନୁହେଁ ବଳିଦାନ ॥୩॥
ପଲ୍ଲୀ ଠାରୁ ଦିଲ୍ଲୀ ତୁମ ଗାଥା ଖାଲି
ବରଷେ ଶ୍ରଦ୍ଧା ସୁମନ
ତୁମରି ତ୍ୟାଗର ପ୍ରତିଦାନ ନାହିଁ
ଝୁରଇ ସହସ୍ର ମନ
ଧନ୍ୟ ତୁମ ବଳିଦାନ
ହେ' କର୍ମବୀର ଯୋଗ୍ୟ ବରପୁତ୍ର
ଘେନ ମୋ'ଶତ ପ୍ରଣାମ ॥୪॥
ତ୍ରିରଙ୍ଗା ଘୋଡ଼େଇ ହେବାର ସୌଭାଗ୍ଯେ
ସାର୍ଥକ ହୁଏ ଜୀବନ
ଗର୍ବିତ ମାଟି ମା' ପଣତ କାନି ସେ
ଶାନ୍ତିର ସୁଖ ମଲମ
ହେ'ବୀର ଯବାନ୍ ,,,
ଆଶା ସଞ୍ଜିବନୀ ଜଗାଉଛ ପ୍ରାଣେ
ତୁମକୁ କୋଟି ସଲାମ୍॥୫॥
------×-----
No comments:
Post a Comment