Tuesday, May 25, 2021

● ଗଞ୍ଜାମର ଉତ୍କଳ ପ୍ରୀତି ●

                     ✍ ଉପସ୍ଥାପନା : ଶିଶିର ସାହୁ ମନୋଜ 

ଯୁଗେ ଯୁଗେ ଗଞ୍ଜାମ ଜିଲ୍ଲା ସାରା ଓଡ଼ିଶାକୁ ଵିଭିନ୍ନ କ୍ଷେତ୍ରରେ ଦିଗଦର୍ଶନ ଦେଵାରେ ସହାୟକ ହୋଇଛି ।

୧୯୦୩ ମସିହା ଏପ୍ରିଲ ୧୧ ଓ ୧୨ ତାରିଖ ବ୍ରହ୍ମପୁରଠାରେ ପାରଳାଖେମୁିର ଶ୍ୟାମସୁନ୍ଦର ରାଜଗୁରୁଙ୍କ ସଭାପତିତ୍ଵରେ ଗଞ୍ଜାମ ଜାତୀୟ ସମିିତିର ସଭାରେ ତତ୍କାଳୀନ  ତରୁଣ କବି ଗୋପବନ୍ଧୁ ଯଥାର୍ଥରେ କହିଥିଲେ―

"ଧନ୍ଯ ହେ ଗଞ୍ଜାମଵାସୀ ଓଡ଼ିଆ ସକଳ,

ଧନ୍ଯ ତୁମ୍ଭ କଉଶଳ ଧନ୍ଯ ତୁମ୍ଭ ବଳ।

ଦେଖାଇଲ ଯେ ଉତ୍ସାହ ଉଦ୍ଯମ ଶକତି,

ମାତୃଭାଷା ମାତୃଭୂମି ଅଟଳ ଭକତି ।"

ଅଵିଭକ୍ତ ଗଞ୍ଜାମ ଜିଲ୍ଲା ସମେତ ସମ୍ପୂର୍ଣ୍ଣ ଦକ୍ଷିଣ ଓଡ଼ିଶାରେ ପ୍ରଥମେ ଓଡ଼ିଆ ଭାଷା ଆନ୍ଦୋଳନର ଦୁନ୍ଦୁଭି ବାଜି ଉଠିଥିଲା ।

 ବର୍ତ୍ତମାନ ର ଦାରଙ୍ଗବାଡି଼ ପଞ୍ଚାୟତ ସମିତି ଅନ୍ତର୍ଗତ କାଟିଙ୍ଗିଆ ଜମିଦାର ଉତ୍କଳ ରକ୍ଷକ ଶ୍ରୀ ଭେଙ୍କଟେଶ୍ବର ରାଓ ପ୍ରଥମେ ଏଇ ଆନ୍ଦୋଳନର ନେତୃତ୍ୱ ନେଇଥିଲେ । 

ଶ୍ରୀରାଓ ଅନୁଭଵ କରିଥିଲେ, ଓଡ଼ିଶାର ସର୍ଵାଙ୍ଗୀନ ଉନ୍ନତି କେଵଳ ଓଡ଼ିଆଙ୍କର ସ୍ବାଭିମାନୀ ସ୍ବତନ୍ତ୍ର ଶାସନରେ ହିଁ ସମ୍ଭଵପର ହୋଇପାରିଵ ତେଣୁ ସେ ସ୍ବପ୍ନ ଦେଖୁଥିଲେ ମଧ୍ଯପ୍ରଦେଶ,ମାନ୍ଦ୍ରାଜ ଏବଂ ବଙ୍ଗରେ ମିଶିଯାଇଥିଵା ଓଡ଼ିଆ ଅଞ୍ଚଳର ଏକତ୍ରୀକରଣ ।

1866ରେ ଜମିଦାରୀ କ୍ଷମତା ପାଇଵା ପରେ ସେ ନିଜ ଚିନ୍ତାଧାରା କୁ କାର୍ଯ୍ୟରେ ପରିଣତ କରିଵା ପାଇଁ
ହଦଗଡ଼,ମୁଠା(ଟିକାପାଲି),ଚକାପାଦ,ଗଞ୍ଜାମ,ଅଠର ଓ ବାରମୁଠାର ସମସ୍ତ ରୟତ,କରଡା଼,ରଣବା,ଗଦାପୁର,ପାଲୁର,ହୁମା,ଗଞ୍ଜା,ମହୁରୀ,ସୁରଙ୍ଗୀ,ଜରଡା,ଖଲ୍ଲିକୋଟ,ଆଠଗଡ଼, ଘୁମୁସର,ଧରାକୋଟ,ସୋରଡା଼,ଖେମୁଣ୍ଡି,ଚିକିଟି,
ଜଳନ୍ତର,ମଞ୍ଜୁଷା,ପାରଳା ଆଦି ଅଞ୍ଚଳର ଦେଶୀୟ ରାଜା,ଭାଷାପ୍ରେମୀ ଶିକ୍ଷିତ ଓଡ଼ିଆ,ବିଭିନ୍ନ ଛୋଟ ବଡ଼ ସାଂସ୍କୃତିକ ଅନୁଷ୍ଠାନ ଓ ସଂଗଠନ ସଦସ୍ୟଗଣଙ୍କ ସହ ଯୋଗସୂତ୍ର ସ୍ଥାପନକରି ସେପ୍ଟେମ୍ବର ୧୮୭୦ରେ ରସୁଲକୁଣ୍ଡା(ଵର୍ତ୍ତମାନର ଭଞ୍ଜନଗର)ଠାରେ 
ଏକ ସଭାର ଆୟୋଜନ କଲେ ।

ଏହି ସଭାରେ ଦକ୍ଷିଣ ଓଡ଼ିଶା ଅଞ୍ଚଳରେ ତେଲୁଗୁଭାଷୀଙ୍କ ପାର୍ଦୁଭାଵକୁ ତୀବ୍ର  ଭର୍ତ୍ସନା କରାଯିଵା ସହ ଏଠିକାର ନ୍ୟାୟାଳୟ ଓ ଵିଦ୍ୟାଳୟରେ ଓଡ଼ିଆ ଭାଷା ପ୍ରଚଳନ ସଂପର୍କରେ ଵିସ୍ତୃତ ଆଲୋଚନା କରାଯାଇ ପ୍ରସ୍ତୁତ ହୋଇଥିଵା ମାନପତ୍ର ତତ୍କାଳୀନ ମାନ୍ଦ୍ରାଜ ଲାଟଙ୍କୁ ପ୍ରଦାନ କରାଯାଇଥିଲା ।

ତେଵେ ଏହି ସଭାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ସମଗ୍ର ଓଡ଼ିଆ ଅଞ୍ଚଳ ଏକତ୍ର କରାଯିଵାର ଶୁଭଶଙ୍ଖ ସର୍ଵ ପ୍ରଥମେ ଏହିଠାରେ ହିଁ ନିନାଦିତ ହୋଇଥିଲା ଏବଂ ଯାହା ମଧ୍ଯପ୍ରଦେଶ ଓ ବଙ୍ଗ ଅନ୍ତର୍ଭୁକ୍ତ ତତ୍କାଳୀନ ଜାତୀୟତାଵାଦୀ ଓଡ଼ିଆଙ୍କର ହୃଦୟତନ୍ତ୍ରୀରେ କମ୍ପନ ସୃଷ୍ଟି କରିଥିଲା ...

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...