Friday, May 28, 2021

● ଜୀବନ ମନ୍ତ୍ର ●

          ✍ ନୀହାର ରଞ୍ଜନ ଆଚାର୍ଯ୍ୟ 

ଷଠି ପଞ୍ଚୁଆତି ଏନ୍ତୁଡ଼ି ଶାଳ 
ବାହା ବେଦି ପୁଣି ମଶାଣି କୋଳ 
ସବୁଠି ଖେଳୁଛି ନିଆଁର ଗୋଳ 
ମଣିଷ ବୁଝୁନି ସମୟ ମୂଲ  

ଜନମ ମରଣ ବିଧି ବିଧାନ 
ବାଳୁତ କିଶୋର ଆଦି ସୋପାନ 
ସପନ ସଉଧ ତୋଳେ ଯୌବନ 
ବାର୍ଦ୍ଧକ୍ୟ ଖୋଜଇ ଧରମ ଧନ 

ବେଳୁ ସାବଧାନ ହୁଅରେ ମନ 
ବାର୍ଦ୍ଧକ୍ୟ ନୋହିବ କେବେ ଦାରୁଣ 
ଚିନ୍ତାମଣି ଚିନ୍ତି କରିଥିଲେ କର୍ମ 
ସମାଜେ ହୋଇବ ତୋ' ଗୁଣଗାନ 
 
ଅଭିଳାଷ, ଆଶା ସଂସାର ସଉଦା 
ଶେଷ ଠିକଣା ତୋ' ମଶାଣି ପଦା 
ବନ୍ଧୁ ପରିବାର ସଖା ସହୋଦର 
ଦି' ଦିନ କୁଣିଆ ଦୂନିଆଁ  ବୁକୁର 

ସଂସାର ମଧ୍ୟେ ମୃତ୍ୟୁ ଏକା ସତ୍ୟ 
ସୁଖ ସ୍ବଚ୍ଛନ୍ଦ ତ' କ୍ଷଣିକ ଉସତ 
ସମୟ ନଈରେ ନିଶ୍ଚିତ ଉଜାଣି 
ବେଳୁ ସମର୍ପିଥା ଜୀବନ ତରଣୀ

No comments:

Post a Comment

ଶ୍ରୀକରଣ ଓ କରଣ

ଚତୁର୍ଥ ନରସିଂହ ଦେବଙ୍କ ରାଜସଭାରେ ଯେତେବେଳେ ବାହ୍ୟ ଆକ୍ରମଣର ଆଶଙ୍କା ଦେଖାଦେଇଥିଲା, ସେତେବେଳେ ଶ୍ରୀକରଣ ବିଶ୍ୱନାଥ ମହାସେନାପତି ନିଜ ବିଚକ୍ଷଣ ରଣନୀତି...