Friday, June 18, 2021

■ କୋଣାର୍କ ■


                           ✍ପ୍ରତାପ କୁମାର ସ୍ବାଇଁ 
                                           ଅଧ୍ୟାପକ
                   ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, 
                                           (ରାଉରକେଲା)

କୋଣାର୍କ ର ସେହି ଭଗ୍ନ କଳେବର
ଅନେକ ଗାଥାର ଅଲିଭା ସ୍ବାକ୍ଷର ।
ମନେପଡେ ସେହି ସତୀଙ୍କର କଥା
ଚନ୍ଦ୍ରଭାଗା ନାମେ ଯେ ବିଶ୍ବ ବନ୍ଦିତା।
ତାଙ୍କ ପଛେ ପଛେ ଧାଇଁ ଥିଲେ ରବି 
କରିବାକୁ ତାଙ୍କ ପ୍ରାଣର ବାନ୍ଧବୀ।
ଜୀବନ ହାରିଲେ ସାଗରକୁ ଡେଇଁ 
ସୂର୍ଯ୍ୟ ଏ ବିରହ ପାରିଲେନି ସହି।
ଭାବିଥିଲେ  ଏହି ସ୍ଥାନେ ରହି ଯିବେ
ପ୍ରାୟଶ୍ଚିତ କରି ଦିନ ବିତାଇବେ।
ତାଙ୍କ ଅଭିଳାଷ ହେଲା ନାହିଁ ପୂର୍ଣ୍ଣ 
ଧରମା ତେଜିଲା ଯେବେ ତା ଜୀବନ।
ସତୀ ଅଭିଶାପେ ପ୍ରଭୁ ଅଂଶୁମାଳୀ
ଦିନ ରାତି  ସଦା ଯାଉଥିଲେ ଜଳି।
ଶେଷେ ଲମ୍ଫ ଦେଲେ ସମୁଦ୍ର ବକ୍ଷରେ 
ସତୀଙ୍କୁ ସାଗରୁ ଉଦ୍ଧାର ଆଶାରେ।
ଆଶା ରହିଗଲା ଆଶା ଟିଏ ହୋଇ।
ଭାଳି ଭାଳି କେତେ କାଳ ଗଲା ବହି।
କୃଷ୍ଣ ଙ୍କ କୁମର କୁଷ୍ଠ ଜର୍ଜରିତ
ସୂର୍ଯ୍ୟ ଙ୍କୁ ତପସ୍ୟା କଲେ ଅବିରତ।
ସୂର୍ଯ୍ୟ କଲେ ଦୟା ସେ ଶାମ୍ବ କୁମାରେ
ଆରୋଗ୍ଯ ଲଭିଲେ ରବି ଦୟା ବଳେ।
ଚନ୍ଦ୍ରଭାଗା ଦେବୀ ସବୁ ଜାଣୁଥଲେ
ସୂର୍ଯ୍ୟ ଦେବେ କେବେ କ୍ଷମା ନ କରିଲେ।
ସମୁଦ୍ର କୁ  ଆଜ୍ଞା  ଦେଲେ ସେ ବହନ।
ମନ୍ଦିରକୁ ଦିଅ ଲୁଣିଆ ପବନ।
ସେ ଲୁଣି ପବନ ଭାଙ୍ଗିଲା ମନ୍ଦିର 
କେଡେ ଅସହାୟ  ଆହା ଦିବାକର।
ନାରୀ ଅଭିଶାପେ ହୋଇ ସେ କାତର
ସାଗରରେ ସ୍ନାନ କଲେ ବାରମ୍ବାର ।
ପ୍ରାତଃ ମୁହୂର୍ତ୍ତରେ ନିତି ସ୍ନାନ ସାରି
ଖଗେ ବିରାଜନ୍ତି ପ୍ରଭୁ ଅଂଶୁମାଳୀ।
କୋଣାର୍କ ର ସେହି କାମପୂର୍ଣ୍ଣ ଛବି
ଶିଳ୍ପୀ ଆଙ୍କିଥିଲେ ବସି ଭାବି ଭାବି।
ଘରୁ ରହିଥିଲେ ବାରବର୍ଷ ଦୂର
କାମନାର ଛବି ଆଙ୍କିଲେ ସତ୍ତ୍ବର।
ବାରଶହ ଶିଳ୍ପୀ ପାଇଲେ ପରାଣ
ବଞ୍ଚି ଥାଉ ଥାଉ ଲଭିଲେ ମରଣ।
ହରାଇଲେ ସେହୁ ସୁଦକ୍ଷ ବିନ୍ଧାଣି 
ଦିନ ଗଲା ଧରମା ର ଗୁଣ ଗୁଣି।
ଅଛନ୍ତି ସେ ଶିଳ୍ପୀ  ଅଛି ସେ ପଥର
କାହୁଁ   ସେ ପାରିବେ ତୋଳି ସେ ମନ୍ଦିର।
ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ 
କରୁଛି କୋଣାର୍କ ରକ୍ଷଣାବେକ୍ଷଣ ।
ପଥର ଉପରେ ପଥରକୁ ଯୋଡି
ପାରିବ କି କେବେ କୋଣାର୍କ ସେ ଗଢି।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...