#ବାଘ୍ରଦେବୀଙ୍କ_ଜଳତୃଷ୍ମା (କୁଲାଡ଼ଗଡ, #ଗଞ୍ଜାମ)
କୁଲାଡ଼ ନିକଟରେ ଧନଞ୍ଜୟପୁର ନାମରେ ଏକ ଶାସନ । ସେଠାରେ ଥିଲେ ଜଣେ ବୁଢ଼ା ବ୍ରାହ୍ମଣ । ସେ ଜଣେ ଦେବୀ ଭକ୍ତ, ଅତିନିଷ୍ଠାରେ ବାଘ୍ରଦେବୀଙ୍କୁ ପୁଜା କରୁଥିଲେ । ଦିନକର ଘଟଣା , ବ୍ରାହ୍ମଣ ଜଣକ ବାଘ୍ରଦେବୀଙ୍କୁ ଭୋଗ ଦେବା ପାଇଁ ଏକ ହାଣ୍ଡି ମଦ୍ୟ ଓ ଶଗଡ଼େ କଦଳୀ ଆଣି ଥୋଇଥାନ୍ତି, ପୁଜା ଶେଷ ହେଲେ ତାହା ଭେଗ ଦିଆଯିବ । ମନ୍ତ୍ର ପଢ଼ି ଧୂପ, ଦୀପ, ମାଳାଦି ଅର୍ପଣ କରସାରି ନୈବେଦ୍ୟ ଦେଲେ । ନୈବେଦ୍ୟରେ ପାଣି ବୁଲାଇସାରି ଆଖି ବୁଜି ପ୍ରଣାମକଲେ । ପ୍ରଣାମକରି ଉଠି ଆଖି ଖୋଲି ଦେଖନ୍ତି ତ ଆଉ ଗୋଟିଏ ହେଲେ କଦଳୀ କିମ୍ବା ଟୋପାଏ ହେଲେ ମଦ୍ୟ ନାହିଁ । ବାଘ୍ରଦେବୀ ସବୁ ଖାଇ ପିଇ ସାରିଛନ୍ତି ବୋଲି ବ୍ରାହ୍ମଣ ଜାଣି ମହାଖୁସି ହେଲେ । ସେ ଦେଖିଲେ ପ୍ରକୃତରେ ବାଘ୍ରଦେବୀଙ୍କ ମୁହଁ ହସ ହସ ଦଶୁଛି । ବାଘ୍ରଦେବୀଙ୍କ ଇଚ୍ଛା ଜାଣି ତା'ପରଦିନ ମଧ୍ୟ ବ୍ରାହ୍ମଣ ସମ ପରିମାଣର କଦଳୀ ଓ ମଦ୍ୟ ନେଇ ଭେଗ ଲଗେଇଲେ । ସେ ଦିନ ମଧ୍ୟ ବାଘ୍ରଦେବୀ ସବୁ ଶେଷ କରିଦେଲେ । ତୃତୀୟ ଦିନ ସେମିତି ଭୋଗ ଲଗେଇଲେ । କିନ୍ତୁ ପ୍ରଣାମ କରୁଥିବା ଅବସ୍ଥାରେ ବ୍ରାହ୍ମଣ ଚୋରା ଆଖିରେ ଦେବୀଙ୍କୁ ଚାହିଁଦେଲେ । ଦେଖିଲେ, ଦେବୀ ସତକୁ ସତ ନିଜ ରୁପ ଧରି ଖାଉଛନ୍ତି । ସବୁ ଖାଇସାରି ମଦ୍ୟପାନ କଲାବେଳେ ବ୍ରାହ୍ମଣ ଦେଖୁଚି ବୋଲି ଦେବୀ ଜାଣି ପାରିଲେ । ସେ ରାଗିଯାଇ କହିଲେ—‘‘ଦେ, ଆଉ କଣ୍ ଖାଇବି ଦେ ।’’ ବ୍ରାହ୍ମଣ ଡରିଯାଇ; କଣ କରିବେ ଭବିପାରଲେ ନାହିଁ । ନିକଟରେ ଏକ ସରୋବର ଥିଲା । ବ୍ରାହ୍ମଣ ସେଇ ଆଡ଼କୁ ହାତ ଦେଖାଇଦେଲେ ଏବଂ ଭୟରେ ଆଖି ବୁଜି ଦେବୀଙ୍କ ପାଦ ତଳେ ଶୋଇଗଲେ । କିଛି ସମୟ ପରେ ଉଠି ଦେଖିଲେ ସେ ପୋଖରୀରେ ଠୋପାଏ ହେଲେ ପାଣି ନାହିଁ । ଦେବୀ ସବୁ ପିଇଦେଇଛନ୍ତି ।
ସଂଗୃହୀତ ତଥ୍ୟ;
No comments:
Post a Comment