ମନ୍ତ୍ର— ବୈଦି ଉପାସନାରେ ବ୍ୟବହୃତ ଦେବତାବିଶେଷଙ୍କର ଉପୟୁକ୍ତ ବାକ୍ଯ ବା ପଦ ।
ଯାହାଦ୍ବାରା ବିଶ୍ବଜ୍ଞାନ ଲାଭ ହୁଏ ଓ ସଂସାର ସାଗରରୁ ମନୁଷ୍ଯ ଉଦ୍ଧାର ପାଏ ତାହାକୁ ମନ୍ତ୍ର ବୋଲାୟାଏ। ମନ୍ତ୍ର ଦ୍ବାରାମନନ ଓ ତ୍ରାଣ ଲାଭ ହୁଏ। ହିନ୍ଦୁ ଶାସ୍ତ୍ରରେ ପ୍ରତ୍ଯେକ ଦେବତାଙ୍କ ଉପାସନାପାଇଁ ଓ ସ୍ନାନ ଦାନାଦିପାଇଁ ଭିନ୍ନ ଭିନ୍ନ ମନ୍ତ୍ର ନିର୍ଦ୍ଦିଷ୍ଟ ଅଛି; ନିରୁକ୍ତ ଅନୁସାରେ ବୈଦିକ ମନ୍ତ୍ରକୁ 3 ଶ୍ରେଣୀରେ ବିଭକ୍ତ କରାୟାଇ ଅଛି। ୟେଉଁ ମନ୍ତ୍ରରେ ଦେବତାଙ୍କୁ ପରୋକ୍ଷଜ୍ଞାନ କରି ତାଙ୍କ ପ୍ରତି 'ସେ' ଶଦ୍ଦ ପ୍ରଯୋଗ କରାୟାଏ ତାହାକୁ ପରୋକ୍ଷକୃତ, ୟହିଁରେ ଦେବତାଙ୍କୁ ପ୍ରତ୍ଯକ୍ଷ ଜ୍ଞାନ କରି ତାଙ୍କ ପ୍ରତି 'ତୁମ୍ଭେ' ଶଦ୍ଦ ପ୍ରଯୋଗ କରାୟାଏ ତାହାକୁ ପ୍ରତ୍ଯକ୍ଷକୃତ; ୟହିଁରେ ନିଜଠାରେ ଦେବତାଙ୍କର ଆରୋପ କରାୟାଇ ଅଙ୍ଗନ୍ଯାସ ଓ ମୁଦ୍ରାଦିଦ୍ବାରା ସ୍ତୁତି କରାୟାଏ ତାହାକୁ ଆଧ୍ଯାତ୍ମିକ ମନ୍ତ୍ର ବୋଲାୟାଏ। ମନ୍ତ୍ରର ବିଷଯ ପ୍ରାଯଶଃ ସ୍ତୁତି, ଆଶୀର୍ବାଦ, ଶପଥ, ଅଭିଶାପ, ପରିବେଦନା, ନିନ୍ଦା, ନିଜର ମଙ୍ଗଳକାମନା, ଶତ୍ରୁର ଅନିଷ୍ଟ କାମନା ଅଟେ। ମୀମାଂସା ଅନୁସାରେ ବେଦରେ ୟେଉଁ ବାକ୍ଯଦ୍ବାରା କୌଣସି କ୍ରମ କରିବାକୁ ପ୍ରେରଣା ବା ଉତ୍ସାହ ମିଳେ ତାହାକୁ ମନ୍ତ୍ର କୁହାଯାଏ।
----------------------------------------------------------
ତନ୍ତ୍ର— ବିସ୍ତାର କରିବା -
ଯେଉଁ ଶକ୍ତିଦ୍ବାରା ଶିବ ଓ ଶକ୍ତିଙ୍କ ଉପାସନା ବିସ୍ତାର କରାଯାଇଅଛି । ଶିବୋକ୍ତ ଶାସ୍ତ୍ରବିଶେଷ; ଶିବ ଓ ଶକ୍ତିଙ୍କର ପୂଜା ବା ଉପାସନା ବିଷୟକ ଶାସ୍ତ୍ର ।
ତନ୍ତ୍ର ନାମରେ ହିନ୍ଦୁ ଧର୍ମରେ ଅନେକଗୁଡ଼ିଏ ଅଲୈକିକ କ୍ରିଯା ପ୍ରଚଳିତ ହୋଇଅଛି। ଏଥିରେ ଚିକିତ୍ସା, ୟୋଗସାଧନା, ବାଯୁସାଧନା, ଶରୀର ମଧ୍ଯସ୍ଥ ଚକ୍ର ନିରୂପଣ, ମାରଣ, ବଂଶୀକରଣ, ସ୍ତମ୍ଭନ, ମୋହନ, ଉଚ୍ଚାଟନ ଆଦି ପ୍ରଯୋଗ, ଶିବ ଓ ଦୁର୍ଗାଙ୍କୁ ପୂଜା କରିବାର ନାନାବିଧକ୍ରିଯା ଓ ପଞ୍ଚ ମକାର, ବାମାଚାର, କାମଶାସ୍ତ୍ର, ଭୌତିକ ବିଦ୍ଯା, ଅଲୌକିକ କ୍ଷମତା ସାଧନ ଆଦି ବର୍ଣ୍ଣିତ ହୋଇଅଛି। ଏମନ୍ତ କି, ତନ୍ତ୍ର ନାମରେ ବିବିଧ ଇନ୍ଦ୍ରିଯପରାଯଣ କର୍ମ ଓ ଅମେଧ୍ଯ ଭୋଜନ ମଧ୍ୟ କରାୟାଏ। ତାନ୍ତ୍ରିକମାନେ ଅଲୌକିକ କ୍ଷମତା ଓ ସିଦ୍ଧି ମଧ୍ୟ ଦେଖାଇ ଥାଆନ୍ତି। ତନ୍ତ୍ର 3 ଭାଗରେ ବିଭକ୍ତ—1. ଆଗମ, 2 ୟାମଳ ଓ 3 ମୁଖ୍ଯତନ୍ତ୍ର। ଆଗମରେ ସୃଷ୍ଟି, ପ୍ରଳଯ, ଦେବପୂଜା ଓ ସବୁ କାର୍ଯ୍ୟରେ ସାଧନ, ପୁରଶ୍ଚରଣ, ଷଟକର୍ମ ସାଧନ ଓ 4 ପ୍ରକାର ଧ୍ୟାନୟୋଗ ବର୍ଣ୍ଣିତ ହୋଇଅଛି। ୟାମଳରେ ସୃଷ୍ଟିତତ୍ତ୍ବ, ଜ୍ଯୋତିଷ, ନିତ୍ଯକୃତ୍ଯ, କ୍ରମ, ସୂତ୍ର, ବର୍ଣ୍ଣଭେଦ ଓ ୟୁଗଧର୍ମ ବର୍ଣ୍ଣିତ ହୋଇଅଛି। ମୁଖ୍ଯ— ତନ୍ତ୍ରରେ ସୃଷ୍ଟି, ଲଯ, ମନ୍ତ୍ରନିର୍ଣ୍ଣଯ, ଦେବତାମାନଙ୍କ ସଂସ୍ଥାନ, ୟନ୍ତ୍ର ନିର୍ଣ୍ଣଯ, ତୀର୍ଥ, ଆଶ୍ରମ ଧର୍ମ, କଳ୍ପ, ଜ୍ଯୋତିଷସଂସ୍ଥାନ, ବ୍ରତକଥା, ଶୌଚ, ଅଶୌଚ, ସ୍ତ୍ରୀ ପୁରୁଷ ଲକ୍ଷଣ, ରାଜଧର୍ମ, ଦାନଧର୍ମ, ୟୁଗଧର୍ମ, ବ୍ୟବହାର ଓ ଆଧ୍ଯାତ୍ମିକ ବିଷଯମାନ ବର୍ଣ୍ଣିତ ହୋଇଅଛି। ତନ୍ତ୍ରର ସିଦ୍ଧାନ୍ତ ଏହି କି କଳିୟୁଗରେ ବୈଦିକମନ୍ତ୍ରଜପ, ତପସ୍ଯା ଓ ଯଜ୍ଞ ଆଦିର କିଛି ଫଳ ନାହିଁ, କିନ୍ତୁ କାର୍ଯ୍ୟର ସିଦ୍ଧିଲାଭ ପାଇଁ ତନ୍ତ୍ର— ଶାସ୍ତ୍ରବର୍ଣ୍ଣିତ ମନ୍ତ୍ର ଓ ଉପାଯ ଅବଲମ୍ବନ କରିବା କର୍ତ୍ତବ୍ଯ। ତନ୍ତ୍ରର ସିଦ୍ଧାନ୍ତ ଗୁପ୍ତ ରଖାୟାଏ ଓ ଏହା ଶିକ୍ଷା କରିବା ପାଇଁ ମନୁଷ୍ଯକୁ ଦୀକ୍ଷା ନେବାକୁ ପଡ଼େ। ଆଜିକାଲି ମାରଣା, ଉଚ୍ଚାଟନ, ବଂଶୀକରଣ ଆଦି ନାନାପ୍ରକାରର ସିଦ୍ଧିର ସାଧନ ପାଇଁ ତାନ୍ତ୍ରିକ ମନ୍ତ୍ର ଅର୍ଥହୀନ ଓ କ୍ରଯା କରାୟିବାର ଦେଖାୟାଏ। ତନ୍ତ୍ର ବିଧିରେ ପ୍ରଧାନତଃ ଶାକ୍ତମାନେ ଉପାସନା କରନ୍ତି। ତନ୍ତ୍ରୋକ୍ତ ଅଧିକାଂଶ ମନ୍ତ୍ର ଅର୍ଥହୀନ ଓ ଏକାକ୍ଷରୀ ଯଥା—କ୍ଳୀଂ, ହ୍ଳୀଂ, ଶ୍ରୀଂ, ଐଂ, ହ୍ରୀଂ, ଘ୍ରୀ, ଇଂ, ଦୁଂ। ତାନ୍ତ୍ରିକମାନେ ସବୁ ଦେବତାଙ୍କୁ ପୂଜା କରନ୍ତି, କିନ୍ତୁ ସେମାନଙ୍କ ପୂଜାବିଧି ବୈଦିକ ବିଧିଠାରୁ ଭିନ୍ନ। ତାନ୍ତ୍ରିକମାନଙ୍କର ପୂଜା ଓ ବିଶେଷତଃ ଚକ୍ରପୂଜାରେ ମତ୍ସ୍ୟ, ମାଂସ, ମୈଥୁନ, ମଦ୍ଯ ଓ ମୁଦ୍ରା ନାମକ ପଞ୍ଚ ମକାରର ବ୍ୟବହାର କରାୟାଏ। କଥିତ ଅଛି ଯେ ତାନ୍ତ୍ରିକମାନେ ଡମୁଣା ଧୋବଣୀ ଆଦି ସ୍ତ୍ରୀମାନଙ୍କୁ ଉଲ୍ଲଗ୍ନ କରି ପୂଜା କରନ୍ତି। ହିନ୍ଦୁମାନଙ୍କ ଦେଖାଦେଖି ବୌଦ୍ଧମାନଙ୍କ ମଧ୍ୟରେ ମଧ୍ୟ ତନ୍ତ୍ରର ପ୍ରଚାର ହେଲା ଓ ବୌଦ୍ଧମାନଙ୍କର ଅନେକ ତନ୍ତ୍ର ଗ୍ରନ୍ଥ ଅଛି। ଏ ଗ୍ରନ୍ଥମାନଙ୍କର ପ୍ରଚାର ଚୀନ, ତିବ୍ବତ ଓ ନେପାଳରେ ଅଛି। ବାରହୀ ତନ୍ତ୍ରରେ ଲେଖା ଅଛି ଯେ ଜୈମିନି, କପିଳ, ନାରଦ, ଗର୍ଗ, ଭୃଗୁ, ଶୁତ୍ର, ବୃହସ୍ପତି ଆଦି ଋଷିମାନେ କେତେକ ଉପତନ୍ତ୍ର ରଚନା କରିଥିଲେ ।
No comments:
Post a Comment