ଶ୍ରାବଣ ଭାର ଖାନ୍ଦରେ ନେଇ
ମନେ ଭକତି ଭରି
ଚାଲରେ ଯିବା ଶରଣ-କୂଳ
ଖାନ୍ଦେ ବାହୁଙ୍ଗି ଧରି
ଶିବ ପଞ୍ଚାକ୍ଷର ଜପିଣ ତୁଣ୍ତେ
ଯିବାରେ ଶିବ ଧାମ
ମିଛ ମାୟର ସଂସାର ଏଇ
ତୁଟିବ ସବୁ ଭ୍ରମ
ଶରଣ-କୂଳେ ବସିଛନ୍ତି ସେ
ବୋଲାଇ ଲଡୁବାବା
କିଞ୍ଚିତେ ଭକ୍ତି ମନରେ ସଞ୍ଚି
ପାଣି ଅଜାଡି ଦେବା
ହରିବେ ଦୁଃଖ ଫେଡିବେ କଷ୍ଟ
କରିବେ ଭବୁ ପାରି
ନଥିବ ଭୟ ନାମ ତାଙ୍କର
ତୁଣ୍ତରେ ଥିଲେ ଧରି
ପ୍ରେମକବି ; ଜଗବନ୍ଧୁ ସାହୁ ,ଗଞ୍ଜାମ
No comments:
Post a Comment