✍ Giridhari Sahu
ବୁଲିବାକୁ ମନ କରି ଶାଳୀ ଦିନେ
ହାତ ଧରି ମୋ'ର ଭିଡିଲା
ମାସ ଶେଷ ବୋଲି ଜାଣିଯିବା ପରେ
ସାହସ ମୋହର ଉଡିଲା ।।
କି ମନ୍ତ୍ର ପଢିଲା କେଉଁ ଭାଷାରେ ସେ
ହସି ଦେଖୁଥିଲା କଣେଇ
ନୀରିହ ପଣ ମୋ' ଲୁଚାଇ ରଖିଲି
ପାରିଲିନି ତା'କୁ ଜଣେଇ ।।
ତେଲ ଦର ଏବେ ଆକାଶ ଛୁଇଁଛି
ଧରୁ ନାହିଁ ଆଉ ବାଇକ୍
ଗେହ୍ଲେଇ ହୋଇ ସେ କହିଲା କାନରେ
ସାଇକେଲ ମୋ'ର ଲାଇକ୍ ।।
ବାହାରି ପଡିବା ଦୁହେଁ ସାଥି ହୋଇ
ଭଙ୍ଗା ସାଇକେଲ ଧରିକି
ବଜାରଟା ସାରା ବୁଲିବା ମଜାରେ
ଫେରିବା ରାତିରେ ଡେରିକି
ଏକଥା କହିକି ବସିଲା ଆଗରେ
ଧର ମୋତେ ଗୋଟେ ହାତରେ
ଆର ହାତେ ତୁମେ ହେଣ୍ଡଲ ଧରିବ
ପକେଇ ଦେବନି ଗାତରେ ।।
ସରୁ ନସରୁଣୁ କଥା ତା' ପାଟିରୁ
ଚୁନି ଯାଇ ଚକେ ଲାଗିଲା
ମୁଁ ଥାଉ ଥାଉ ପାଖରେ ତାହାର
ଅନ୍ୟକୁ ସାହାଯ୍ୟ ମାଗିଲା ।।
ପଡି ଗଲା ତଳେ କଚାଡି ହୋଇସେ
ହାତ ଭାଙ୍ଗି ଗଲା ତାହାର
କୋଳ କରି ତା'କୁ ଉଠେଇ ଦେଲି ଯେ
ପକାଇଲା ଗୋଟେ ପାହାର ।।
ରାସ୍ତା ମଝିଟାରେ ଯେତେ ଚେଷ୍ଟା କଲି
ପାରିଲିନି ତା'କୁ ମନେଇ
ବଜାରଟା ସାରା ଯେତେ ଲୋକ ଥିଲେ
ହସିଲେ ଆମକୁ ଅନେଇ ।।
କହିଲା ଭିଣୋଇ ଛାଡ ମୋ' ଅଣ୍ଟାକୁ
ଆସିବିନି ଆଉ ସାଥିରେ
ଗାଡି ଭଡା କରି ମୁଁ ଆମ ଗାଆଁକୁ
ଫେରିଯିବି ଆଜି ରାତିରେ ।।
ସରକାର ଲୁଟିଲା ପେଟ୍ରୋଲ ବଢେଇ
ତୁଟିଲା ସମ୍ପର୍କ ଶାଳୀର
ଅପେକ୍ଷାରେ ଖାଲି ରହିଛି ଅନେଇ
ପାଠକ ମାନଙ୍କ ତାଳିର ।।
Bellaguntha Ganjam
Mob 9178778887
No comments:
Post a Comment