କର୍ଣ୍ଣ ଦୁର୍ଯ୍ଯଧନ ବନ୍ଧୁତାର କଥା
କହୁ ଅଛି କିମ୍ବଦନ୍ତି
ବନ୍ଧୁ ପାଇଁ ବନ୍ଧୁ ଜୀବନ ଦେବାର
ପୁରାଣେ ହୋଇଛିଛି ଗୁନ୍ଥି
ଯୁଦ୍ଧେ ପରାଜୟ ଜାଣି ମଧ୍ଯ କର୍ଣ୍ଣ
ବନ୍ଧୁତାକୁ ଥିଲା ରଖି
ବନ୍ଧୁ ପାଇଁ ବନ୍ଧୁ ଜୀବନ ଯେ ଦେଲା
କୁରୁକ୍ଷେତ୍ର ହେଲା ସାକ୍ଷୀ
ରାମାୟଣ କହେ ବନ୍ଧୁତାର କଥା
ସୁଗ୍ରୀବ ଓ ରାମଙ୍କର
ମିତ୍ର ପାଇଁ ମିତ୍ର ଭୋକ ଉପବାସେ
ଯାଇଥିଲେ ଲଙ୍କାପୁର
ସେତୁବନ୍ଧ ବାନ୍ଧି ରାବଣକୁ ବଧି
ନାଶ କଲେ ଅହଙ୍କାର
ମିତ୍ର ପାଇଁ ଯୁଦ୍ଧେ ବିଜୟ ମିଳିଲା
ଫେରିଲେ ଅଯୋଧ୍ଯପୁର
ବନ୍ଧୁତା ଭିତରେ ସବୁଠୁ ନିଆରା
କୃର୍ଷ୍ଣ ସୁଦାମାଙ୍କ କଥା
ଦ୍ବାପର ଯୁଗରେ ଦେଇ ଖୁଦଭଜା
କୃର୍ଷ୍ଣକୁ କରିଲେ ସଖା
ଦୁଇ ମୁଠା ଖୁଦ ଖାଇ ବନମାଳୀ
ବନ୍ଧୁତାରେ ହୋଇ ଭୋଳ
ଦେଇ ଦେଲେ ରାଜ୍ଯ ଆଉ ରାଜ ଭୋଗ
ବନ୍ଧୁ ପ୍ରତିଦାନ ଫଳ
ପ୍ରେମକବି ; ଜଗବନ୍ଧୁ ସାହୁ ,ଗଞ୍ଜାମ
No comments:
Post a Comment