Sunday, August 1, 2021

■ ବନ୍ଧୁ ତୁମେ ମୋର ସୁଖର ଦୁଃଖର ■

                      ✍ ରବିନ୍ଦ୍ର ସାହୁ , ଗଞ୍ଜାମ 

ନୂଆଁ ଋତୁଟିଏ ଆସିଛି ମୋପାଇଁ
    ସହି ଖରା,ବର୍ଷା,ଶୀତ
ମନ ମୋର ଆଜି ଖୁସିରେ ନାଚୁଛି
      ତୁମ ଭଳି ପାଇ ମିତ ....

ବନ୍ଧୁର ପ୍ରେମରେ ପାଗଳ ପ୍ରାୟ ମୁଁ
     ଗୁଣୁ-ଗୁଣୁ ଗାଏ ଗୀତ
ତୁମ ପରି ବନ୍ଧୁ ବିରଳ ଯିଏକି
     ସର୍ବଦା ଚାହେଁ ମୋ ହିତ....

ଦୁଃଖ ଦରିଆରେ ସାଥୀଟିଏ ହୋଇ
      ମୋ ପାଇଁ ଧରିଛି କାତ
ଭାଙ୍ଗି ମୁଁ ପଡିଲେ ପ୍ରେରଣାଟେ ସାଜି
        ସାହାସ କରିଛି ଜାତ.....

ତୁମରି ଆଦର ସ୍ନେହର ଚାଦର
      ବଡ ଦେଉଳର ନେତ
ବନ୍ଧୁ କିଆରୀରେ ତୁମେ ଗହଳିଆ
     ସତେକି ସୁନେଲି କ୍ଷେତ....

ନାହିଁ ତୁମ ମନେ ଛନ୍ଦ କି କପଟ
     ନାହିଁତ ଜମାରୁ ସ୍ଵାର୍ଥ
ଇଶ୍ବରଙ୍କୁ ଡାକେ ସବୁ ଜନମରେ
      ମିଳୁ ତୁମ ପରି ପାର୍ଥ.....

ହେଉ ବରମାସୀ ତୁମ ପାଇଁ ଖୁସି
      ଫୁଲ ଝରି ଚଲାପଥ
ଆଗାମୀ ଜୀବନ ସୁଖମୟ ହେଉ
       ଅଳି କରେ ଜଗନ୍ନାଥ.....

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...