Sunday, August 1, 2021

● ହୃଦୟ କହୁଛି ●

ଆସିଥିଲୁ ପ୍ରିୟା    ମୋ ଜୀବନେ ତୁହିଁ
        ସାଜି ଗୋଟେ ପ୍ରଜାପତି
ଗପୁଥିଲୁ କେତେ ସାଥିରେ ମୋହରି
       ଗୋଟେ କରି ଦିନ ରାତି

ମନରେ ତୋହର   ଛଳନା ଯେ ରଖି
      ହେଲୁ ମୋ ଜୀବନ ସାଥି
ସ୍ବାର୍ଥ ପୁରି ଗଲା ବୋଲି ଯେ ତୋହର
         କରି ଦେଇଗଲୁ ଇତି

ଛଳନାକୁ ତୋର   ପ୍ରେମ ଭାବି ନେଇ 
        କରୁଥିଲି ତୋତେ ପୂଜା
ଅକାରଣେ ଆଜି   ହୃଦୟ ମୋ ଭାଙ୍ଗି
        ଦେଲୁ ଏତେ ବଡ ସଜା

ତଥାପି ଆଜି ମୋ       ହୃଦୟ କହୁଛି
         ରହିଥା ଖୁସିରେ ତୁହିଁ
ହେବି ନାହିଁ କଣ୍ଟା ତୋ ବାଟରେ ପ୍ରିୟା
         ମରିଗଲେ  ମଧ୍ଯ ମୁହିଁ

ପ୍ରେମକବି ; ଜଗବନ୍ଧୁ ସାହୁ ,ଗଞ୍ଜାମ 

No comments:

Post a Comment

ମନ୍ଦିରର ଗାତ୍ରର କାମକଳା ଚିତ୍ର ଆମ ଜୀବନ ଦର୍ଶନ

ଭାରତୀୟ ମନ୍ଦିର ସ୍ଥାପତ୍ୟରେ କାମରୁ ମୋକ୍ଷର ଦିବ୍ୟ ଯାତ୍ରା ​ପଥରର ଶୀତଳ ନୀରବତା ଭିତରେ କ’ଣ ସତରେ ସୁପ୍ତ ହୋଇରହିଛି କୌଣସି ଅନାଦି ଯୁଗର ଗୁପ୍ତ ଚେତନା?...