Sunday, August 1, 2021

● ଆସରେ ବାହୁଙ୍ଗି ଧରି ●

ଆଷାଢ ସରିଲା   ଶ୍ରାବଣ ହେଲା
        ଆସରେ ବାହୁଙ୍ଗି ଧରି
ଶିବ ମହିମାକୁ    ଯିବାରେ ଗାଇ 
         କଳସରେ ପାଣି ଭରି

ଝିପି ଝିପି ବର୍ଷା        ସାଥିରେ ବିଜୁଳି
         ଥିବଯେ ଅନ୍ଧାର ପଥ
ଶିବଙ୍କୁ ସୁମରି      ଲଙ୍ଘିଯିବା ଆମେ
       ହେଉ ଯେତେ କଣ୍ଟକିତ

ସେ' ଧବଳେଶ୍ବର      କରିବେ ପାରି
        ଦିଶୁଛି  ଯେ ଦେଖ ନେତ
କଳାବଳଦକୁ         ଧଳା ସିଏ କରି
          ଧ୍ଯାନେ ବସିଛନ୍ତି ସେତ

କଳସର ଜଳ     ଦେବା ଆମେ ଢାଳି
         କରିବାରେ ଅଭିଷେକ
ସିଏ ଆଶୁତୋଷ  ଦେବେରେ ଆଶିଷ
         ଦୂର ହେବ ସବୁ ଦୁଃଖ

 ପ୍ରେମକବି ; ଜଗବନ୍ଧୁ ସାହୁ ,ଗଞ୍ଜାମ ।

No comments:

Post a Comment

ଚାମଚ଼ା

#ଚାମଚ଼ା ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ବଙ୍ଗଳାର ସମୃଦ୍ଧ ସିଂହାସନ ଉପରେ ଯେତେବେଳେ ଯୁବ ନବାବ ସିରାଜ-ଉଦ୍-ଦୌଲା ଅଧିଷ୍ଠିତ ଥିଲେ, ସେତେବ...