Sunday, August 1, 2021

● ଆଶା ମୋର ମରୁବାଲି ●

କେହି ଜଣେ ଆସିଥିଲା 
              ପୁଣି ଗଲା ଚାଲି
ଆଶା ମୋର ପାଲଟିଲା
              ମୁଠେ ମରୁବାଲି

କହିଥିଲା ହୃଦୟରେ
              ରହିବାକୁ ମୋର
କରିଦେଇ ଗଲା ଆଜି
             ମୋତେ ଯାଯାବର

ତା ପାଇଁଟି ପ୍ରେମ ମୋର
                 ନଥିଲାଟି ଉଣା
ସେଥି ପାଇଁ କଲା ଆଜି
            ମୋତେ ବାଟବଣା

କହିଥିଲା ଦିନେ ମୋତେ
              ସିନ୍ଦୂର ଯେ ଦେବ
ରାଣୀ କରି ସଦା ମୋତେ
                 ହୃଦୟେ ରଖିବ

ତାର ସେଇ ପଦେ କଥା
                ମନେ ଅଛି ଆଜି
ହେଲେ ତାକୁ ପାଉ ନାହିଁ
             କେଉଁଠି ବି ଖୋଜି

ସପନର ଆକାଶରେ
                 କାଲି ଉଡୁଥିଲି
କାଟି ଦେଲା ଡେଣା ମୋର
                 ତଳେ ପଡିଗଲି
     ~~~~~●~~~~~
   ପ୍ରେମକବି ; ଜଗବନ୍ଧୁ ସାହୁ ,ଗଞ୍ଜାମ ।

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...