Sunday, August 1, 2021

● ଆସ ଜଗନ୍ନାଥ ●

ଆସ ଜଗନ୍ନାଥ, ଆସ ଜଗନ୍ନାଥ
ବାଲିରେଣୁ ନେଇ ତୋଳିଛି ଗୋସେଇଁ
ମୁଁ ଗୋଟେ ନନ୍ଦୀଘୋଷ...
ଆସ ଜଗନ୍ନାଥ....

ତମେ ଡାକିଲ ବୋଲି..
ମୁଁ ଆସିଲି ଶ୍ରୀକ୍ଷେତ୍ର ପୁରୀ
ଭିଡ଼ି ଓଟାରି ଦଉଡି ଦେଇ
ଶଙ୍ଖ ନାଦରେ, ଘଣ୍ଟା ବାଜାରେ
ବିକିଦେଲ କିଆଁ
ଆନନ୍ଦ ବଜାରେ ....!!

ଆସ ଜଗନ୍ନାଥ ଆସ ଜଗନ୍ନାଥ
ବାଲିରେଣୁରେ ସାଗର ଦୁଆରେ
ଗଢିଛି ମୁଁ ପରା ନନ୍ଦିଘୋଷ..
ଆସ ଜଗନ୍ନାଥ, ଆସ ଜଗନ୍ନାଥ... 

ତମରି ଦୁଆରେ ମାରୁଛି ଝାଡୁ
ସାକ୍ଷୀ ପରା ତୁମସିଂହ ଦୁଆର
ଦୁଆର ବନ୍ଧରୁ କୋଉଠି ମୁଁ ଯିବି
ଠେଲି ଦିଅ ମୋତେ ସ୍ୱର୍ଗ ଦୁଆର..
ହେ କଳା ସାଆନ୍ତ...

ଆସ ଜଗନ୍ନାଥ, ଆସ ଜଗନ୍ନାଥ...
ବାଲିରେଣୁ ନେଇ ସାଗର ଦୁଆରେ
ଗଢିଛି ମୁଁ ବାଲି ନନ୍ଦିଘୋଷ..
ଆସ ଜଗନ୍ନାଥ, ଆସ ଜଗନ୍ନାଥ ......
====================
ଜୟ ଜଗନ୍ନାଥ ସ୍ୱାମୀ...
ମୃତ୍ୟୁଞ୍ଜୟ ଦାସ, ଶ୍ରୀକ୍ଷେତ୍ର ପୁରୀ
🙏🙏🙏🙏🙏🙏🙏

No comments:

Post a Comment

ମନ୍ଦିରର ଗାତ୍ରର କାମକଳା ଚିତ୍ର ଆମ ଜୀବନ ଦର୍ଶନ

ଭାରତୀୟ ମନ୍ଦିର ସ୍ଥାପତ୍ୟରେ କାମରୁ ମୋକ୍ଷର ଦିବ୍ୟ ଯାତ୍ରା ​ପଥରର ଶୀତଳ ନୀରବତା ଭିତରେ କ’ଣ ସତରେ ସୁପ୍ତ ହୋଇରହିଛି କୌଣସି ଅନାଦି ଯୁଗର ଗୁପ୍ତ ଚେତନା?...