ଭାଦ୍ରବ ମାସର ଶୁକ୍ଳ ପଞ୍ଚମୀ
ପଞ୍ଜିକାରେ ତାହା ଋଷି ପଞ୍ଚମୀ
ଇଷ୍ଟଦେବୀ ନାମ କରି ସ୍ମରଣ
ଉତ୍କଳୀ ସମର୍ପେ ଅମଳ ଧାନ .....
ନୂଆଖାଇ ନାମେ ଏ'ଜଣାଶୁଣା
ଗଣପର୍ବ ବୋଲି ରାଇଜେ ଗଣା
ପଶ୍ଚିମ ଓଡିଶା ଖୁସି ଆସର
ଭେଦ ଭାବ ଭୁଲି ସର୍ବେ ନିଜର ....
ସମଲେଇ ପାଶେ ଭୋଗ ଅର୍ପଣ
ଷାଠିଆଧାନରୁ ପ୍ରସ୍ତୁତ ଅର୍ଣ୍ଣ
ଚୁଡ଼ା,ଭାତ, କ୍ଷୀରି, ମଣ୍ଡା, ଆରିସା
ନୂଆଖାଇ ପର୍ବ ପାଳେ ଓଡ଼ିଶା ....
ସମ୍ମିଳିତ ଏ' ପର୍ବେ ପରିଜନ
ଆନନ୍ଦଦାୟ ଏକାଠି ଭୋଜନ
ସାନ କରେ ଯାଇ ବଡ଼େ ପ୍ରଣାମ
ବଡ଼ ଦିଅନ୍ତି ସାନେ ଶ୍ରଦ୍ଧା ସୁମନ...
ପଶ୍ଚିମାଞ୍ଚଳେ ଏ' ଶୁକ୍ଳ ପଞ୍ଚମୀ
କଳାହାଣ୍ଡି ଠାରେ ଶୁକ୍ଳ ଦଶମୀ
ଆନଞ୍ଚଳେ ହୁଏ ଦଶରା ଦିନ
ପୂର୍ବାଞ୍ଚଳେ ଏ' ଆଶ୍ବିନେ ପାଳନ ....
ମହାଳୟା ତିଥି ନବାନ୍ନ ସମ୍ପନ୍ନ
ଇଷ୍ଟଦେବୀ ପାଶେ ଭୋଗ ବିଧାନ
ସଂସ୍କାର ସଂସ୍କୃତି ଉତ୍କଳ ମାନ
ଭିନ୍ନ ଭିନ୍ନ ହେଲେ ଏକ ବିଧାନ ....
ସାମାଜ ଏକତା ପରବ ଏଇ
ବିଜୁବାବୁ ମନେ ଭରିଲା ଛାଇ
ଖୁସି ହୋଇ କଲେ ଛୁଟି ଘୋଷଣା
ଧନ୍ୟ ନାୟକ କୋଟି ମନ ଜିଣା .....
ଆଜି ମଧ୍ୟ ଅଛି ସ୍ୱତନ୍ତ୍ର ସ୍ଥାନ
ଗୁଣି ଗଣପର୍ବ ରହିଛି ମାନ ....
No comments:
Post a Comment