Monday, September 27, 2021

● ବୁଦ୍ଧ ଓ ବୌଦ୍ଧଧର୍ମ ●

ଶୀର୍ଷକ ‐ ବୌଦ୍ଧ ଧର୍ମ       
                 ✍ ପ୍ରେମ କବି ; ଜଗବନ୍ଧୁ ସାହୁ , ଗଞ୍ଜାମ ।
----------------------------------------
ଦିନକର କଥା ରାମୁ କାକା  କୁନାକୁ ନେଇ ବାହାରି ପଡିଲେ ବୁଲିବା ପାଇଁ । ସହର ସାରା ବୁଲି ବୁଲି ଶେଷରେ ପହଞ୍ଚିଗଲେ ଏକ ମନ୍ଦିର ପାଖରେ । କୁନା ମନ୍ଦିର ବାରଣ୍ତାରେ ବସି ଗୋଟେ ଦିର୍ଘ୍ଯଶ୍ବାସ ମାରିଲା ଆଉ କହିଲା ଅଜା ଆଜି ନା ପୁରା ମଜା ଆସିଗଲା । ରାମୁ କାକା କହିଲେ ଆରେ କୁନା ଏବେ ତ ଅସଲି ମଜା ଆସିବ ତୁ ଖାଲି ଦେଖେ କୁନା କହିଲା ହେଉ ଅଜା ଯାହା ତୁମ ଇଛା ରାମୁ କାକା କହିଲେ ଖାଲି ଇଛା ହେଲେ ଚଳିବନି  କି ବୁଲି ବୁଲି ମଜା ନେଲେ ଚଳିବନି କିଛି କଥା ଜାଣିବା ସଙ୍ଗେ ସଙ୍ଗେ ଶିକ୍ଷିବା ବି ଆବଶ୍ଯକ । କୁନା କହିଲା ହେଉ ଅଜା ଠିକ୍ ଅଛି କିଛି ମନରେ ଯଦି କିଛି ପ୍ରଶ୍ନ ଉଙ୍କି ମାରେ ତେବେ ତୁମ ଠାରୁ ନିଶ୍ଚୟ ପଚାରି ବୁଝି ନେବି ।  ରାମୁ କାକା କହିଲେ ହେଉ ଠିକ୍ ଅଛି ବୁଲି ବୁଲି ଭାରି ଭୋକ ଲାଗିଲାଣି ଚାଲେ କିଛି ଖାଇ ନେବା ତା ପରେ ମନ୍ଦିର ଭିତରକୁ ଯାଇ ବୁଲି ଦେଖିବା । ତାପରେ ରାମୁ କାକା ଓ କୁନା ଗୋଟାଏ ହୋଟେଲ୍ କୁ ଗଲେ ସେଠି ଗୁପ୍ ଚୁପ୍ ସାଥିରେ ଦହିବରା ଖାଇବାକୁ ଲାଗିଲେ ସହଜରେ ସେତେବେଳକୁ ଖରା ଦିନ ହୋଇଥାଏ ଖରା-ତରାରେ ବୁଲି ବୁଲି ଆସିଥିବାରୁ ପାଟିକୁ ଭାରି ସ୍ବାଦିଷ୍ଟ ଲାଗୁଥାଏ ଦହିବରା ଓ ଗୁପ୍ ଚୁପ୍ । ଦୁହେଁ ମନଭରି ଖାଇ ସାରିଲା ପରେ କୁନା କହିଲା ଅଜା ଗୋଟେ କଥା କହିଲ ତୁମର ଯେତେବେଳେ ଯୁବା ବୟଷ ଥିଲା ତୁମେ ଆଇଙ୍କୁ ସାଥିରେ ନେଇ କେବେ ବୁଲିବାକୁ ଯାଇନ !  ନାତି ଟୋକାର ଦୁଷ୍ଟାମୀ ଦେଖି ଅଜା ଟିକିଏ ହସି ଦେଲେ ।  ରାମୁ କାକା କହିଲେ ଆରେ କୁନା ଯେତେବେଳେ ମୁଁ ମହାବିଦ୍ଯାଳୟରେ ପାଠ ପଢୁଥିଲି ସେତେବେଳେ ତୋ ଆଇଙ୍କ ସହ ପ୍ରଥମରେ ଦେଖା ହୋଇଥିଲା । 

            ଅନେକ ଦିନ ସେଠି ପାଠ ପଢିଲା ପରେ ତା ସହ ମୋର ବନ୍ଧୁତା ହେଲା କିନ୍ତୁ ମନ ଭିତରେ ଦୁହିଁଙ୍କର ବହୁତ ଡର ଥାଏ ଆମ ବନ୍ଧୁତା ଜୀବନରେ ଅନେକ ଦିନ ବିତିଗଲା ପରେ ଦିନେ ମୋ ସାହିତ୍ଯ ବହି ପଢିବାକୁ ମୋତେ ମାଗିଲା ସେ ମୁଁ ବି ମନା ନ କରି ତାକୁ ଦେଇ ଦେଲି ମୋର ସାହିତ୍ଯ ବହିକୁ । ତାପର ଦିନ ମୋତେ ବହିଟିକୁ ଫେରେଇଦେଲା ମୁଁ ବି ତାକୁ ନେଇ ବ୍ଯାଗରେ ରଖିଦେଇ ଘରକୁ ଚାଲିଗଲି ଘରେ ପୁଣି ସାହିତ୍ଯ ପଢିବାକୁ ଇଛା ହେଲା ତେଣୁ ସାହିତ୍ଯ ବହିଟିକୁ ପୁଣି ଖୋଲି ଦେଖିଲି ସେ ଭିତରେ ଗୋଟାଏ ଗୋଲାପ ଫୁଲ ସହ ଗୋଟାଏ ଲଭ୍ ଲେଟର ଥିଲା । ସେଥିରେ ତୋ ଆଇର ମନ କଥା ଲେଖା ହୋଇଥିଲା । ଲଭ୍ ଲେଟର ଟିକୁ ପଢି ମୁଁ ବହୁତ ଖୁସି ହୋଇଗଲି ତାପର ଦିନ ଠାରୁ ସବୁ ବେଳେ ମହାବିଦ୍ଯାଳୟରେ ଗପ ସପ କରୁଥାଉ ଦୁହେଁ  । କିଛି ଦିନ ପରେ ଆମେ ଦୁହିଁଙ୍କର ପଢା ଶେଷ ହେଲା ଘରେ ବାହା ହେବା ପାଇଁ କହିଲେ ମୋ ବାପା । ତାପରେ ମନରେ ଅନେକ ସାହାସ ବାନ୍ଧି ବାପାଙ୍କୁ ତୋ ଆଇ ବିଷୟରେ କହିଲି ସେ ବି ବହୁତ ଖୁସି ହୋଇଗଲେ ଓ ତୋ ଆଇ ସହ ମୋର ବାହାଘର କରିଦେଲେ । ବାହାଘର ହେଲା ପରେ ଅନେକ ଥର ଏଇ ଆଗରେ ଯେଉଁ ମନ୍ଦିର ଅଛି ସେଠାକୁ ବୁଲିବାକୁ ଆସିଛୁ ।

 ହେଉ କୁନା ...... 
    ଏବେ ବେଶି ଡେରି ହେଲାଣି ଚାଲେ ଯିବା ମନ୍ଦିର ବୁଲି ବେଳ ଥାଉ ଥାଉ ଘରକୁ ଫେରିଯିବା । ତାପରେ କୁନା କହିଲା ହେଉ ଅଜା ଚାଲ ଯିବା । ତାପରେ ରାମୁ କାକା ଓ କୁନା ଦୁହେଁ ମନ୍ଦିର ଭିତରକୁ ଗଲେ । ମନ୍ଦିରର ସୁନ୍ଦରତା ଓ  ପରିବେଶ ଦେଖି କୁନା ମନରେ କିଛି ପ୍ରଶ୍ନ ଉଙ୍କି ମାରିଲା । କୁନା କହିଲା ଅଜା ମୁଁ ଏହା ଆଗରୁ ଅନେକ ମନ୍ଦିର ବୁଲିଛି କିନ୍ତୁ ସେ ମନ୍ଦିର ପରିକା ଚାଲି ଚଲଣି ସେମିତି କିଛି ନାହିଁ ଇଏ କେଉଁ ମନ୍ଦିର କାଇଁ ଅନ୍ଯ ମନ୍ଦିର ପରିକା ଏଠି ପୂଜା ଆର୍ଚ୍ଚନା ତ ହେଉ ନାହିଁ । ରାମୁ କାକା କହିଲେ ଆରେ କୁନା ଅନ୍ଯ ମନ୍ଦିର ଠାରୁ ଏହା ଭିନ୍ନ ଓ ଏହାର ନୀତିକାନ୍ତି ଠୁ ନେଇ ଏହାର ପୂଜା ଆର୍ଚ୍ଚନା ସବୁ କିଛି ଭିନ୍ନ ଏହି ମନ୍ଦିର ନାମ ବୁଦ୍ଧ ମନ୍ଦିର ଓ ଏହା ଆମ ଧର୍ମର ମନ୍ଦିର ନୁହେଁ ଏହା ହେଉଛି ବୌଦ୍ଧ ଧର୍ମର ମନ୍ଦିର ଆଉ ଏଠି ସବୁ କିଛି ଶ୍ରୀଗୌତମ ବୁଦ୍ଧଙ୍କୁ ସମର୍ପିତ। 
              
                ଆଛା ଅଜା ବୁଦ୍ଧଙ୍କ ମୂର୍ତ୍ତିକୁ ଦେଖିଲେ ଲାଗୁଛି କି ସେ ଜଣେ ସାଧୁ ବା ଆମ ପରି ଜଣେ ମଣିଷ ପରିକା । ତେବେ ତାଙ୍କୁ କାହିଁକି ଭଗବାନଙ୍କ ପରି ପୂଜା କରୁଛନ୍ତି ବା ମାନୁଛନ୍ତି । ରାମୁ କାକା କହିଲେ ମଣିଷର ସତ୍ ଗୁଣ ହିଁ ମଣିଷକୁ ଇଶ୍ବର କରି ଦେଇଥାଏ ଠିକ୍ ଯେମିତି ଖ୍ରୀଷ୍ଟିଆନ ଧର୍ମରେ ଗଡ୍ ଯିଶୁକୃର୍ଷ୍ଣ ତାଙ୍କର ବଳୀଦାନ ତାଙ୍କୁ ଇଶ୍ବରତା ପ୍ରଦାନ କଲା । ଖାଲି ଯେ ସତ୍ ଗୁଣ ଓ ବଳୀଦାନ ନୁହେଁ ସେ ମାନେ ସଂସାରକୁ ଶିକ୍ଷା ଦେବା ପାଇଁ ଭିନ୍ନ ଭିନ୍ନ ରୂପରେ ଇଶ୍ବରଙ୍କ ଅଶଂରେ  ମାନବ ରୂପରେ ଜନ୍ମ ଗ୍ରହଣ କରିଥାନ୍ତି । ଓ ସଂସାରକୁ ଅନେକ ଶିକ୍ଷା ଦେଇ ପୁଣି ପଞ୍ଚଭୂତରେ ଲୀନ ହୋଇଯାନ୍ତି । ଓ ସେ ମାନଙ୍କୁ ଜ୍ଞାନ ଶିକ୍ଷା ସଂସ୍କୃତିକୁ ମନେ ରଖିବାକୁ ଲୋକ ମାନେ ଧର୍ମ ଅନୁଯାଇ ମଠ, ମନ୍ଦିର, ମସିଜତ୍, ଚର୍ଚ୍ଚ, ସବୁ ତିଆର କରନ୍ତି ଓ ସେଥିରେ ସେ ମାନଙ୍କ ଜ୍ଞାନ ଶିକ୍ଷା କଳା ସଂସ୍କୃତି ସଂସ୍କାର ଓ ଆର୍ଦଶକୁ  ସାଇତି ରଖନ୍ତି ଆଗାମୀ ପିଢି ପାଇଁ ।  ସେ ଭିତରୁ ଏଇଟା  ହେଉଛି  ଗୋଟାଏ ବୌଦ୍ଧ ଧର୍ମର ବୁଦ୍ଧଙ୍କ ମନ୍ଦିର ।

                ତାପରେ କୁନା କହିଲା ଆଛା ଅଜା ଆଜି ତୁମେ ମୋତେ ଏହି ଗୌତମ ବୁଦ୍ଧଙ୍କ ବିଷୟରେ କହିବ । ରାମୁ କାକା କହିଲେ ହଁ ନିଶ୍ଚୟ କହିବି ଯେ ତୁ ପ୍ରଥମେ ମୋତେ କହ ୟାଙ୍କ ବିଷୟରେ କଣ ଜାଣିବା ପାଇଁ ଚାହୁଁଛୁ   । କୁନା କହିଲା ମୁଁ ଆଙ୍କ ବିଷୟରେ ବହୁତ କିଛି ଜାଣିବା ପାଇଁ ଚାହୁଁଛି ଏବେ ପଚାରୁଛି ।  ରାମୁ କାକା କହିଲେ ହେଉ ଠିକ୍ ଅଛି ପଚାରେ କଣ ପଚାରିବାର ଅଛି । 

        କୁନା.......
 ତାପରେ କୁନା କହିଲା ଆଛା ଅଜା ଶ୍ରୀଗୌତମ ବୁଦ୍ଧଙ୍କର ଜନ୍ମ ସ୍ଥାନ କେଉଠି ଓ ସେ କେଉଁ ବଂଶରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କର ମାତା ପିତା କିଏ ଥିଲେ ?

       ରାମୁକାକା କହିଲେ ......
                 ଶ୍ରୀଗୌତମ ବୁଦ୍ଧ 566 ମସିହାରେ ସାକିଆ ବଂଶରେ ଲୁମ୍ବିନି ଠାରେ  ଜନ୍ମ ଗ୍ରହଣ କରିଥିଲେ ଓ ସେ ସାକିଆ ବଂଶର ବଂଶଧର ଥିଲେ ତେଣୁ ତାଙ୍କୁ ସାକିଆ ମୁନି ବୋଲି ବି  କୁହା ଯାଉଥିଲା । କୁନା କହିଲା ଆଛା ଅଜା ଲୁମ୍ବିନି ବୋଲି ସେଇ ଜାଗାଟି ଏବେ କେଉଠି ଅବସ୍ଥିତ । ରାମୁ କାକା କହିଲେ ଲୁମ୍ବିନି ବୋଲି ସେଇ ଜାଗାଟି ଏବେ ନେପାଳ ଦେଶର ଅଣ୍ତରରେ ଆସେ । ଆଛା କୁନା ସାକିଆ ବଂଶ ମାନେ କଣ ବୁଝିଲୁ । କୁନା କହିଲା ନାହିଁ ଅଜା ବୁଝିଲି ନାହିଁ ସାକିଆ ବଂଶ ମାନେ କଣ ଅଜା ? ରାମୁ କାକା କହିଲେ ..... 
 ସେ ସମୟରେ କ୍ଷେତ୍ରିୟ ବଂଶକୁ ସାକିଆ ବଂଶ ବୋଲି କୁହା ଯାଉଥିଲା । ତାପରେ କୁନା କହିଲା ଆଛା ଅଜା ବୁଦ୍ଧଙ୍କର ନାମ କଣ ଜନ୍ମରୁ ଶ୍ରୀଗୌତମ ବୁଦ୍ଧ ଥିଲା  ? ରାମୁ କାକା କହିଲେ ଆରେ ନାହିଁ ତାଙ୍କର ନାମ ପିଲା ବୋଳେ ସିଦ୍ଧାର୍ଥ ଥିଲା ଓ ତାଙ୍କ ମାଆଙ୍କ ନାମ ମହାମାୟା ଥିଲା । ତାଙ୍କୁ ଜନ୍ମ ଦେଲା ପରେ ତାଙ୍କ ମାଆ ମରି ଯାଇଥିଲେ ତେଣୁ ତାଙ୍କୁ ତାଙ୍କ ମାଉସୀ ନେଇ ପାଳି ପୋଶି ବଡ କରି ଥିଲେ । କୁନା କହିଲା ଆଛା ଅଜା ତାଙ୍କ ମାଉସୀ ନାମ କଣ ଥିଲା । ରାମୁ କାକା କହିଲେ ତାଙ୍କ ମାଉସୀଙ୍କ ନାମ ପ୍ରଜାପତି ଗୌତମି ଥିଲା । ଯେହେତୁ ତାଙ୍କୁ ତାଙ୍କ ମାଉସୀ ମାଆ ପ୍ରଜାପତି ଗୌତମି ପାଳିଥିବାରୁ ତାଙ୍କର ନୂତନ ନାମ ଗୌତମ ବୋଲି ଦିଆଗଲା ।

                 କୁନା ‐ କହିଲା ଅଜା ଶ୍ରୀଗୌତମ ବୁଦ୍ଧ ବିବାହ କରିଛନ୍ତି ନା ନାହିଁ । ରାମୁ କାକା କହିଲେ ଆରେ କୁନା ଗୌତମ ବୁଦ୍ଧ ବିବାହ ବି କରିଛନ୍ତି ଓ ତାଙ୍କର ଗୋଟାଏ ପୁତ୍ର ବି ଅଛି । କୁନା କହିଲା ଅଜା ଶ୍ରୀଗୌତମ ବୁଦ୍ଧଙ୍କ ସ୍ତ୍ରୀଙ୍କ ନାମ କଣ ଥିଲା ଓ ତାଙ୍କ ପୁଅଙ୍କ ନାମ କଣ ଥିଲା ? ରାମୁ କାକା କହିଲେ ଆରେ କୁନା ଗୌତମ ବୁଦ୍ଧଙ୍କ ସ୍ତ୍ରୀଙ୍କ ନାମ ଯଶୋଦା ଥିଲା ଓ ତାଙ୍କ ପୁତ୍ରଙ୍କ ନାମ ରାହୁଲ ଥିଲା ।  କିନ୍ତୁ ଗୌତମ ବୁଦ୍ଧଙ୍କୁ ତାଙ୍କ ସ୍ତ୍ରୀ ବା ତାଙ୍କ ପୁତ୍ର କେହିବି ତାଙ୍କୁ ସଂସାରିକ ମାୟାରେ ବାନ୍ଧି  ପାରିନଥିଲେ । ବିବାହର କିଛି ବର୍ଷ ପରେ ସେ ସଂସାରିକ ମାୟା ଓ ଘର ଛାଡି ସନ୍ଯାସ ଧର୍ମକୁ ଆଦରି ନେଇଥିଲେ । କୁନା କହିଲା ଆଛା ଅଜା ଯେତେବେଳେ ଶ୍ରୀଗୌତମ ବୁଦ୍ଧ ଘର ଛାଡି ଯାଇଥିଲେ ସେଇ ସମୟରେ ତାଙ୍କୁ କେତେ ବର୍ଷ ହୋଇଥିଲା । ରାମୁ କାକା କହିଲେ ଗୌତମ ବୁଦ୍ଧ ଘର ଛାଡିବା ସମୟରେ ତାଙ୍କୁ 29 ବର୍ଷ ହୋଇଥିଲା । କୁନା କହିଲା ଅଜା ଶ୍ରୀଗୌତମ ବୁଦ୍ଧ ଘର କାହିଁକି ଛାଡିଲେ କଣ ସେ ବାହା ହୋଇ ଖୁସି ନଥିଲେ ନା ତାଙ୍କ ପରିବାର ଜୀବନରେ କଳି ଝଗଡା ଲାଗି ରହିଥିଲା ।  ରାମୁ କାକା କହିଲେ ଆରେ ସେମିତି କିଛି ନାହିଁ ସେ ସତ୍ଯର ଅନୁସନ୍ଧାନ ଓ ଦୁଃଖର ବିନାସ ପାଇଁ ଘର ଛାଡିଥିଲେ ଓ  ସନ୍ଯାସ ଧର୍ମକୁ ଆଦରି ନେଇଥିଲେ । କୁନା କହିଲା ଅଜା ସେ ଘର ଛାଡିବା ପରେ କୋଉଠିକି ଯାଇଥିଲେ ଓ କାହା ଠାରୁ ବିଦ୍ଯା ଶିକ୍ଷା କରିଥିଲେ ଓ ତାଙ୍କ ଗୁରୁଙ୍କ ନାମ କଣ ଥିଲା । ରାମୁ କାକା କହିଲେ ଗୌତମ ବୁଦ୍ଧ ଘର ଛାଡିବା ପରେ ସେ ଉରୁଭେଲାରେ ପହଞ୍ଚିଥିଲେ  ଓ ସେଇଠି ନିରଞ୍ଜନ ନଦୀ କୂଳରେ ଏକ ବରଗଛ ମୂଳରେ ବିଦ୍ଯା ଶିକ୍ଷା କରିଥିଲେ ଓ ସେ ଯେଉଁଠି ଜ୍ଞାନ ପ୍ରାପ୍ତ କରିଥିଲେ ସେଇ ଜାଗାଟି ବୋଧଗୟା ନାମରେ ଜଣା ଶୁଣା ଗଲା ଓ ତାଙ୍କ ଗୁରୁଙ୍କ ନାମ ଆଲାରା ଏବଂ ଉଦରକ୍ ଥିଲା । କୁନା କହିଲା ଅଜା ସେ କେତେ ବର୍ଷ ମଧ୍ଯରେ ଜ୍ଞାନ ଶିକ୍ଷା କରିଥିଲେ । ରାମୁ କାକା କହିଲେ ଆରେ କୁନା ଗୌତମ ବୁଦ୍ଧ ମାତ୍ର ସାତ ବର୍ଷ ମଧ୍ଯରେ ସମସ୍ତ ଜ୍ଞାନ ଶିକ୍ଷା କରିଥିଲେ ଓ ସତ୍ଯର ଅନୁସନ୍ଧାନ ସହ ଦୁଃଖର ବିନାଶ କରିଥିଲେ । କୁନା କହିଲା ଅଜା ସେ ଜ୍ଞାନ ଶିକ୍ଷା କରି ସାରିଲା ପରେ  ପ୍ରଥମ ଉପଦେଶ କେଉଁ ଠାରେ ଦେଇ ଥିଲେ ଓ କେଉଁ ଉପଦେଶ ଦେଇଥିଲେ । ରାମୁ କାକା କହିଲେ ସେ ଜ୍ଞାନ ଶିକ୍ଷା କରି ସାରିଲା ପରେ ପ୍ରଥମ ଉପଦେଶ ବାରାଣାସୀରେ ଦେଇଥିଲେ ଓ ସେ ପ୍ରଥମ ଉପଦେଶ ତାଙ୍କ ଜୀବନରେ ଏହି ଐତିହାସିକ ଘଟଣା ଧାମଚକ୍ର ପାରିବାଟନ୍ ପରିବର୍ତ୍ତନର ଉପଦେଶ ଦେଇଥିଲେ । ଓ ତାପରେ ପରେ ବୌଦ୍ଧ ଧର୍ମକୁ ସେ ପ୍ରତିଷ୍ଟା କରି ସାରିଲା ପରେ ସେ ମୃତୁ ବରଣ କରିଥିଲେ । କୁନା କହିଲା ଅଜା ଶ୍ରୀଗୌତମ ବୁଦ୍ଧ କେତେ ବୟଷରେ ମୃତୁ ବରଣ କରିଥିଲେ ଓ କେଉଁ ଠାରେ ମୃତୁ ବରଣ କରିଥିଲେ ? ରାମୁ କାକା କହିଲେ ଗୌତମ ବୁଦ୍ଧ 80 ବର୍ଷ ବୟଷରେ ସେ ମୃତୁ ବରଣ କରିଥିଲେ କୁସି ନଗରର ଏକ ସାଲ ଗଛ ତଳେ । କୁସି ନଗର  ଲିଚାଭି ରାଜ୍ଯ ଅଧିନରେ ଆସୁଥିଲା ଓ ସେଇ ସମୟରେ ମଗଧର ରାଜା ମାନେ ଗୌତମ ବୁଦ୍ଧକୁ ମାନୁଥିଲେ । କୁନା କହିଲା ଅଜା କୁସି ନଗର ବୋଲି ସେଇ ଜାଗାଟି ଏବେ ବର୍ତ୍ତମାନ କୋଉଠି ଅବସ୍ଥିତ । ରାମୁ କାକା କହିଲେ କୁସି ନଗର ବୋଲି ସେଇ ଜାଗାଟି ବର୍ତ୍ତମାନ ଗୋରଖ ପୁର ଓ ଉତ୍ତର ପ୍ରଦେଶରେ ଆସୁଛି । କୁନା କହିଲା ଅଜା ଯେଉଁ ମାନେ ବୌଦ୍ଧ ଧର୍ମକୁ ଆଗେଇ ନେଇଥିଲେ ସେ ମାନଙ୍କ ନାମ କଣ କଣ ଥିଲା । ରାମୁ କାକା କହିଲେ ଯେଉଁ ମାନେ ବୌଦ୍ଧ ଧର୍ମକୁ ଆଗେଇ ନେଇଥିଲେ ସେ ମାନଙ୍କର ନାମ ହେଲା ସରିପୁତ୍ର, ଆନନ୍ଦ, ମହାକାସାପା, ଅନୁରାଦା, ଉପାଲି, ଏବଂ ରାହୁଲ ଥିଲେ । ହେଉ ଚାଲେ ଏବେ ବେଶି ସମୟ ହେଲାଣି ଘରକୁ ଫେରିଯିବା ତାପରେ କୁନା ଓ ରାମୁ କାକା ଘରକୁ ଫେରିଲେ । 

No comments:

Post a Comment

ଦେଶ ନାସ୍ତି ମହୀତଳେ

ଦେଶ ନାସ୍ତି ମହୀତଳେ ତୁଙ୍ଗ-ଶିଖରୀ, କୁଞ୍ଜ-କାନନ, ପୁଣ୍ୟ-ଜଳଧି ର ତ୍ରିବେଣୀ ସଂଗମ ଆମ ଉତ୍କଳ l ପୂତ ପୟୋନିଧି ର ପବିତ୍ର ଜଳ ସ୍ପର୍ସ ରେ ପ୍ରତିଧୂଳି କଣା...